ହେଡଲାଇନସ୍:

ବଢୁଛି ଜଙ୍ଗଲୀ  ହାତୀ ଉପଦ୍ରବ, ଚିନ୍ତାରେ ଧାନ ଚାଷୀ..

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଆଠମଲ୍ଲିକରୁ ସନ୍ତୋଷ ମେହେର : ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତରେ କିଛିଦିନ ହେଲାଣି ହାତୀ ଉପଦ୍ରବ୍ ବଢ଼ିଚାଲିଛି I ଗତକାଲି ରାତିରେ ଗୌତମପୁର ଗ୍ରାମର ବାବୁଲା ନାଏକ,ବସନ୍ତ ସେଠି, ବୈଲୋଚନ ସେଠି,ବାନାମ୍ବର ଗିରିଙ୍କ ଧାନ କ୍ଷେତରେ ତିନୋଟି ହାତୀ ପଶି ଧାନ ଖାଇବା ସହିତ ମାଡି ଦଳି ନଷ୍ଟ କରିଦେଇଛନ୍ତି I ସେହିପରି ଗତ କାଲି ସନ୍ଧ୍ୟା ସମୟରେ  କିଆକଟା ଗ୍ରାମର ଦେବଦତ୍ତ ପ୍ରଧାନ ତ୍ରିବେଣୀଛକ ରାସ୍ତାରେ ଆସିଲାବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ | ଫଳରେ ବ୍ୟକ୍ତି ଜଣକ ତଳେ ପଡିଯିବାରୁ ଗୋଡ଼ରେ ଏବଂ ଆଣ୍ଠୁରେ ଖଣ୍ଡିଆ ହୋଇଯାଇଥିଲେ ଭାଗ୍ୟବଶତଃ ଅଳ୍ପକେ ବର୍ତ୍ତୀଯାଇଥିଲେ ଦେବଦତ୍ତ  I ବର୍ତ୍ତମାନ ସେ ବୌଦ୍ଧ ମେଡିକାଲରେ ଚିକିତ୍ସା ହୋଇଛନ୍ତି I 

ଏହି ଅଞ୍ଚଳ ଗୁଡିକ  ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳ ହୋଇଥିବାରୁ ବର୍ଷସାରା ହାତୀର ରାଜ ଚାଲୁଛି I ତେଣୁ ଅଞ୍ଚଳବାସୀ ଏଇଥିପାଇଁ ବିପଦ ସଂକୁଳିତ ଅବସ୍ଥାରେ ଯାତାୟାତ  ସହିତ ଚାଷୀ ମନେ ବହୁ କ୍ଷତିର ସାମ୍ନାକରୁଛନ୍ତି I ଯଦି ଆଗାମୀ ଦିନରେ ହାତୀ ଘଉଡାଇବା ପାଇଁ  ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆନଯାଏ ତେବେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହିତ ରେଞ୍ଜର ଅଫିସ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି I ଏନେଇ ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସମ୍ୟକ ସାମନ୍ତରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ସହିତ ହାତୀ ଉପଦ୍ରବ୍ୟକୁ ରୋକିବାର ପ୍ରୟାସ କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି I 

 

0
0
0
s2sdefault