ହେଡଲାଇନସ୍:

ମଧ୍ୟାହ୍ନ ଭୋଜନ ବଦଳ ରେ ମନ୍ଦିର ଭୋଗ ଦେବା ଘଟଣା :ଦଧିବାମନ କୃଷକ ସଂଘର କାର୍ଯ୍ୟIନୁଷ୍ଠାନ ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳିଗଡ ହାଇସ୍କୁଲରେ ଗତ ଜୁଲାଇ ୯ ତାରିଖରେ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ନ ଖାଇ ଏକ ମନ୍ଦିର ରେ ଭୋଗ ଖାଇଥିଲେ I ହେଲେ ହାଇସ୍କୁଲ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ସାହୁ ଛାତ୍ର ଛାତ୍ରୀ ମାନେ ଭୋଗ ଖାଇଥିବା ୯୫ ଛାତ୍ର ଛାତ୍ରୀ ଏମଡିଏମ ଖାଇଥିବା ଦର୍ଶାଇ ଶିକ୍ଷା ବିଭାଗର ଅଧିକାରୀ ଙ୍କୁ ରିପୋର୍ଟ ଦେଇଥିଲେ I ଏ ନେଇ ଗତ ଜୁଲାଇ ୧୨ ତାରିଖ ରେ ଶାସକ ପ୍ରଶାସକ ରେ ପ୍ରଥମେ ଖବର ପ୍ରକାଶିତ ହେବ ପରେ ଶିକ୍ଷା ବିଭାଗରେ ତତ୍ପରତା ଦେଖାଦେଇ ଥିଲା I ଏହ ପରେ ବିଇଓ ଭଗବାନ ବାଙ୍କୀରାଙ୍କ ନିର୍ଦେଶ କ୍ରମେ ଏବିଇଓ ଚନ୍ଦ୍ରମଣି ପ୍ରଧାନ କଦଳିଗଡ ହାଇକ୍କୁଲ କୁ ଯାଇ ଘଟଣା ର ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ I ଏପରିକି ଘଟଣା ଦିନ ୯୫ ଜଣ ଛାତ୍ର ଛାତ୍ରୀ ମନ୍ଦିର ଭୋଗ ଖାଇଥିବା ଏବଂ ହାଇକ୍କୁଲରେ କୋଣସି ଏମଡିଏମ ଖାଇନଥିବା ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ କରିବା ସହିତ ଏଭଳି ଆଉ ଭୁଲ ଆଗକୁ ହେବ ବୋଲି କହିଥିଲେ I କିନ୍ତୁ ଛାତ୍ର ଛାତ୍ରୀ ଙ୍କ ମଧ୍ୟାହ୍ନଭୋଜନ ପରିବର୍ତେ ଭୋଗ ଖିଆ ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା I ଘଟଣାକୁ ଇତି ମଧ୍ୟରେ ୨ ମାସ ବୀତି ଯାଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀ ସଠିକ ତଦନ୍ତ କିମ୍ବା କIର୍ଯାନୁଷ୍ଠାନ ଗ୍ରହଣ କରିନାହାନ୍ତି I ଫଳରେ ଅଞ୍ଚଳବାସୀଙ୍କ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି I ଏନେଇ କଦଳିଗଡ ଦଧିବାମନ କୃଷକ ସଂଗଠନ ଏବଂ ଅଭିଭାବକ ମାନେ ମଙ୍ଗଳବାର ଜିଲ୍ଲା ଶିକ୍ଷାଅଧିକାରୀ ସୁବୋଧ କୁମାର ଦାସଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରିବା ସହ ସ୍କୁଲରେ ମାସିକିଆ ନିୟମିତ ଅଭିଭାବକ ମିଟିଂ ନ ହେବା ,ଖେଳପଡିଆ ଓ ଲାଇବ୍ରେରୀର ବ୍ୟବହାର ନ ହେବ ,ସ୍କୁଲ କୁ ଆସୁଥିବା ବିଭିନ୍ନ ଅନୁଦାନ ର ଅର୍ଥକୁ ସଦ ବିନିଯୋଗ ନ କରିବା ଭଳି ବିଭିନ୍ନ ସମାସ୍ୟା ବିଷୟରେ ଆଲୋଚନା କରିଥିଲେ I ଘଟଣା ସମ୍ପର୍କରେ ଡିଇଓ ସୁବୋଧ କୁମାର ଦାଶ ଙ୍କୁ ପଚାରିବା ଲାଗି ଫୋନ କରାଯିବା ପରେ ବି ସେ ଫୋନ ନ ଉଠେଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନହିଁ |

0
0
0
s2sdefault