ହେଡଲାଇନସ୍:

ଜଣେ ହାର୍ଟ ପେସେଣ୍ଟ ସ୍ୱିପରଙ୍କ ଛୁଟିର ଦରମା କରାଇ ଦେବାକୁ ୭୦୦୦ଟଙ୍କା ଟଙ୍କା ନେଉଥିଲେ ଡାକ୍ତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

   ଟଙ୍କା ନେଲା ବେଳେ ଡାକ୍ତରଙ୍କୁ ରେଡ ହାଣ୍ଡ ଧଇଲା ଭିଜିଲାନ୍ସ 

 ନୂଆପଡା ଜିଲ୍ଲା ସିନାପାଲି ରୁ ନିରାକାର ମେହେର : ଦିନ କୁ ଦିନ ଲାଞ୍ଚ ଦେବା ନେବା ବଢ଼ି ଯାଉଥିବା ବେଳେ ଆଜି ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ରେ | ଜଣେ ସ୍ବୀପର ହାତ ରୁ 7000 ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସି ଯାଇଛନ୍ତି ଡାକ୍ତର ସୁକାନ୍ତି ପଣ୍ଡା | 

ଅଭିଯୋଗକାରୀ  ମହେଶ କୁମାର ସହିସ  ହେଉଛନ୍ତି ଜଣେ ହାର୍ଟ ପେସେଣ୍ଟ ! ସେ ଗତ 3 ମାସ ଛୁଟିରେ ଥିଲେ | ଏହି 3ମାସ ର ଦରମା ପାଇବା ପାଇଁ ମହେଶ କୁମାର ସହିସ ଡାକ୍ତର ସୁକାନ୍ତି ପଣ୍ଡାଙ୍କୁ କହିଥିଲେ ! ହେଲେ ଡା ଦରମା କରିବା ପାଇଁ ସେ ସହିସଙ୍କୁ 7000 ଟଙ୍କା ଲାଞ୍ଚ ମାଗିଥିଲେ ଓ ଟଙ୍କା ନ ଦେଲେ ତୁମର ଦରମା ହେବ ନାହିଁ ବୋଲି ସେ ନିତିଦିନ ନିର୍ଯାତନା କରୁଥିଲେ | ଏହି କଥା ଶ୍ରୀ  ସହିସ ସହି ନ ପାଇଁ ଭିଜିଲାନ୍ସ ଙ୍କ ଦ୍ୱାରସ୍ଥ  ହେଇଥିଲେ ! ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀ ସତ୍ୟବାନ ମହାନନ୍ଦ (D.S.P)ନୂଆପଡା /କଳାହାଣ୍ଡି ,ଇନିସ୍ପେକ୍ଟର କଲାବତୀ ବାଗ ,ଇନିସ୍ପେକ୍ଟର ଦିନବନ୍ଧୁ ବେହେରା ,(ନବରଙ୍ଗପୁର )ଅଜୟ ସିଂ (ନୂଆପଡା ) କେଶଵ ଗୁଲୁ ,ସନ୍ତୋଷ ମହାନ୍ତି ଓ ଶିବ ପ୍ରଧାନ ସମସ୍ତେ ଭିଜିଲାନ୍ସ ଅଧିକାରୀ ଉପସ୍ଥିତ ଥିଲେ ! ଯୋଜନା ମୁତାବକ ଶ୍ରୀ ସହିସ ଡାକ୍ତର ସୁକାନ୍ତି ପଣ୍ଡାଙ୍କୁ ଲାଞ୍ଚ  ଦେଉଥିବା ବେଳେ ଧରାପଡ଼ିଥିଲେ !

0
0
0
s2sdefault