ହେଡଲାଇନସ୍:

ଲିଙ୍ଗଗତ ସମ୍ବେଦନ ଶୀଳତା ଗ୍ରାମ-ପଞ୍ଚାୟତ ବିକାଶ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସାମୁଦାହୀକ ବିକାଶ କେନ୍ଦ୍ର ପକ୍ଷରୁ  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା  ଆନୁକୂଲ୍ୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଓ ପାନୀୟ ଜଳ ଯୋଗାଣ ବିଭାଗ ସହାୟତାରେ ସିସିଡି କାର୍ଯ୍ୟାଳୟ ସଭାଗୃହ ଠାରେ ଲିଙ୍ଗଗତ ସମ୍ବେଦନ ଶୀଳତା ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ସମ୍ପର୍କିତ ୩ ଦିନିଆ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

        ଏହି ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା , ପରିଡା , ତରଭା , ବାଇଝାଲ୍ ପ୍ରଭୃତି ପଞ୍ଚାୟତର ସରପଞ୍ଚ , ୱାର୍ଡ ସଭ୍ୟସଭ୍ୟା ଓ ଅଙ୍ଗନବାଡି କର୍ମୀ ମାନେ  ଅଂଶଗ୍ରହଣ କରିଥିଲେ ।  ଏହି କାର୍ଯ୍ୟକ୍ରମରେ  ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପକ୍ଷରୁ  ପ୍ରଶିକ୍ଷକ ଭାବେ ମନୋନୀତ ହୋଇ ଆସିଥିବା ୨ ଜଣ ପ୍ରଶିକ୍ଷକ ରବି ନାରାୟଣ ପାଇକରାୟ ଏବଂ ଦେବୀ ମିଶାଲ ଏଥିରେ ଯୋଗ ଦେଇଥିଲେ ।

    ମୁଖ୍ୟତ ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତର ବିଭିନ୍ନ ବିକାଶ ମୂଳକ ଯୋଜନାରେ ମହିଳା ମାନଙ୍କ କିଭଳି ସକ୍ରିୟ ଭୁମିକାର ଆବଶ୍ୟକତା ରହିଛି ଏବଂ ଏହା ଦ୍ବାରା ପଞ୍ଚାୟତ ଅଞ୍ଚଳ ର କିଭଳି ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇ ପାରିବ  ପ୍ରଭୃତି ସମ୍ପର୍କର ବିଭିନ୍ନ ଦିଗ ଉପରେ ବୁଝାଇ ଥିଲେ । 

ଅନ୍ୟ ପକ୍ଷରେ ଏଥିରେ ମହିଳା ମାନଙ୍କ କ୍ଷେତ୍ରରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାକୁ ନେଇ ରହିଥିବା ବିଭିନ୍ନ ଯୋଜନା ଉପରେ ମଧ୍ୟ ବିଶେଷ ଆଲୋଚନା କରିଥିଲେ ।

    କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ  ଦେବେନ୍ଦ୍ର ନାଥ କର   ଯୋଗଦେଇ ପଞ୍ଚାୟତ ଅଞ୍ଚଳର ବିକାଶ ଯୋଜନାରେ ବିଭିନ୍ନ ସ୍ତରର ମହିଳା ଜନ- ପ୍ରତିନିଧି ମାନଙ୍କ ଭୂମିକା ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ବିଶେଷ ପ୍ରାଧାନ୍ୟ ଦେଇ ଗୁରୁତ୍ଵାରୋପ୍ କରିଥିଲେ ।

       ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ସଦସ୍ୟ-ସଦସ୍ୟା ଗୁମ୍ମା ବ୍ଲକ  ଯାଇ ପଞ୍ଚାୟତ ଅଞ୍ଚଳରେ  ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଅନୁଧ୍ୟାନ କରିଥିଲେ । ମୁଖ୍ୟତଃ ସେଠାରେ ସମ୍ବଳ ଓ ସାମାଜିକ ମାନଚିତ୍ର ଓ ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଅନୁଧ୍ୟାନ କରି ଆଗାମୀ ପଞ୍ଚାୟତ ଉନ୍ନୟନ ଯୋଜନାରେ ତାହା କିଭଳି  ଉପଯୁକ୍ତ ସ୍ଥାନ ପାଇପାରିବ ସେ ସମ୍ପର୍କରେ ମଧ୍ୟ ସେଠାରେ ଆଲୋଚନା କରିଥିଲେ ।

       ସମସ୍ତ କାର୍ଯ୍ୟକ୍ରମକୁ ସିସିଡି . ଅନୁଷ୍ଠାନର କର୍ମୀ ମାନେ ପରିଚାଳନା କରିଥିଲେ ।

0
0
0
s2sdefault