ହେଡଲାଇନସ୍:

ଇସ୍ପାତ ଶିଳ୍ପକୁ କେନ୍ଦ୍ର ସରକାର ସବୁ ପ୍ରକାର ସହଯୋଗ ଯୋଗାଇଦେବେ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇସ୍ପାତ ଶିଳ୍ପ ସହ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

୨୦୩୦ ସୁଦ୍ଧା ୩୦୦ ମିଲିୟନ ମେଟ୍ରିକ ଟନ୍ ଷ୍ଟିଲ୍ ଉତ୍ପାଦନ  ଲକ୍ଷ୍ୟକୁ ପୂରଣ କରାଯିବ

ନୂଆଦିଲ୍ଲୀ/ଭୁବନେଶ୍ୱର - ଇସ୍ପାତ ଶିଳ୍ପକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସମର୍ଥନ ଓ ସହଯୋଗ ଦିଆଯିବ ବୋଲି ପାଂଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ ସାରି ସ୍ୱଦେଶ ଫେରିବା ପରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଇସ୍ପାତ ଶିଳ୍ପର ବରିଷ୍ଠ  ଅଧିକାରୀମାନଙ୍କ ସହ ବୈଠକ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉକ୍ତ ବୈଠକରେ ଇସ୍ପାତ ଶିଳ୍ପର ବିଭିନ୍ନ ସମ୍ଭାବନା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଶିଳ୍ପର ଅଧିକାରୀମାନେ ୨୦୩୦ ସୁଦ୍ଧା ୩୦୦ ମିଲିୟନ ମେଟ୍ରିକ ଟନ୍ ଷ୍ଟିଲ୍ ଉତ୍ପାଦନ  ଲକ୍ଷ୍ୟକୁ ପୂରଣ କରାଯିବା ନେଇ ଆଶାବ୍ୟକ୍ତ କରିଥିଲୋ

ବୈଠକରେ ଶ୍ରୀ ପ୍ରଧାନ କହିଥିଲେ ଯେ ଇସ୍ପାତ ଶିଳ୍ପ କିଛି ବର୍ଷରେ ପୂର୍ଣ୍ଣ ବିକଶିତ ହୋଇଛି । ଏକ ଦୀର୍ଘମିଆଦି ଯୋଜନାରେ କ୍ଷମତା ନିର୍ମାଣ, ଉତମ ବିଶ୍ୱାସ ଓ ଟେକ୍ନୋଲୋଜି ଆଧାରରେ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରତିଯୋଗୀତାମୂଳକ, ଉତମମାନ ସହ ସର୍ବାଧିକ ରପ୍ତାନୀ ଭାରତର ଇସ୍ପାତକୁ ବିଶ୍ୱରେ ପ୍ରତିଷ୍ଠିତ  କରିପାରିବ ।

ଶ୍ରୀ ପ୍ରଧାନ ବୈଠକରେ ଇସ୍ପାତ୍ ଶିଳ୍ପକୁ ଗୁରୁତ୍ୱ ଦେବା ସହ ଏହି ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ ଅନ୍ତରାଷ୍ଟ୍ରୀୟ ବଜାରରେ ଭାରତୀୟ ଉତ୍ପାଦର ବହୁତ ଚାହିଦା ରହିଛି । ଏହାସହ ଇସ୍ପାତ୍ ଶିଳ୍ପର ଥିବା ବିଭିନ୍ନ ଦାବୀର ଉଚିତ ବିଚାର କରାଯିବ ଏବଂ ଏ ସମ୍ପର୍କିତ ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହି ବୈଠକରେ ଶିଳ୍ପର ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ବିଶେଷ ଭାବରେ ଶିଳ୍ପ ସହ ଜଡିତ ଆର୍ଥିକ, କଂଚାମାଲର ସହଜ ଉପଲବ୍ଧତା, ମୁକ୍ତ ବ୍ୟାପାର ବୁଝାମଣା ଓ ଖଣିଜ ଅନୁବନ୍ଧ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା । 

 

0
0
0
s2sdefault