ହେଡଲାଇନସ୍:

ପଲିଥିନ ମୁକ୍ତ ସୁସ୍ଥ-ସମାଜ ଗଠନ ପାଇଁ ସଚେତନତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

    ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) :  ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା  ରାସ୍ତା ଓ କୋଠା ବାଡି ବିଭାଜନ-ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓ ଗଜପତି ଜିଲ୍ଲା ଜାତୀୟ ରାଜପଥ ବିଭାଜନର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ମିଳିତରେ ପଲିଥିନ ବର୍ଜନତା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

       ରାସ୍ତା ଓ କୋଠାବାଡି ବିଭାଜନ-ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଦାସଙ୍କ ନେତୃତ୍ୱରେ ଏବଂ ପ୍ରତ୍ୟକ୍ଷ ତତ୍ତ୍ଵଧ୍ୟାନରେ  ବିଭାଗୀୟ  ଯନ୍ତ୍ରୀ କର୍ମଚାରୀ ଓ ଠିକାଦାର ମାନେ ଉଭୟ କାର୍ଯ୍ୟାଳୟ ସାମନାରେ  ପଲିଥିନ ବର୍ଜନ-ସୁସ୍ଥ ସମାଜ ଗଠନ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ସେଠାରେ ବୁଲି ସଚେତନ କରାଇଥିଲେ ।

     ମୁଖ୍ୟତଃ  "ସ୍ୱଚ୍ଛତା ହିଁ ସେବା" ,  "ସ୍ୱଚ୍ଛ-ଭାରତ" , "ସୁସ୍ଥ-ଭାରତ  ଓ  "ସୁନ୍ଦର ତଥା ଉନ୍ନତ ଭାରତ"  ପ୍ରଭୃତିକୁ ଆଧାର କରି ଏହି ପଲିଥିନ ବର୍ଜନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

      ପଲିଥିନ ବ୍ୟବହାର ଦ୍ବାରା ସମାଜରେ ଦେଖା ଦେଉଥିବା କୁ-ପ୍ରଭାବ , ତାର  ଦୁର୍ଗୁଣ ଓ ଅପକାରିତା  ସମ୍ପର୍କରେ ସମସ୍ତଙ୍କୁ ସଚେତନ କରା ଯାଇଥିଲା । ଏଥି ସହିତ  ପଲିଥିନ ବ୍ୟବହାରକୁ ସମ୍ପୁର୍ଣ୍ଣ ବର୍ଜନ କରିବା ଦ୍ବାରା  କିଭଳି ଏକ ସୁସ୍ଥ ପରିବେଶରେ ପଲିଥିନ ମୁକ୍ତ ସୁସ୍ଥ ସମାଜ ଗଠନ ହେବାର ଏକ ସୁସ୍ଥ ପରମ୍ପରା ସୃଷ୍ଟି ହୋଇଥାଏ , ସେ ସମ୍ପର୍କରେ ସମସ୍ତଙ୍କୁ ସଚେତନତା ବାର୍ତ୍ତା  ଦିଆ ଯାଇଥିଲା । 

     ଏହି  ସଚେତନତା  କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ  ପୂର୍ତ୍ତ ବିଭାଗ  ସହକାରୀ ନିର୍ବାହୀ ଯନ୍ତ୍ରୀ ଜିଜ୍ଞାସା ସାମଲ , ସହକାରୀ ଯନ୍ତ୍ରୀ ପି.ଶ୍ରୀନିବାସ  ରାଓ , ଯନ୍ତ୍ରୀ ସାନମୁଖ ରାଓ , କନିଷ୍ଠ ଯନ୍ତ୍ରୀ ଗୌରୀ ପ୍ରସାଦ ସେଠୀ , ବରିଷ୍ଠ କର୍ମଚାରୀ ଏମ. ଶେଖର ରାଓଙ୍କ ସମେତ ଅନ୍ୟାନ୍ୟ ଯନ୍ତ୍ରୀ , କର୍ମଚାରୀ ଓ ଠିକାଦାର ମାନେ  ଅଂଶଗ୍ରହଣ କରିଥିଲେ ।

 

0
0
0
s2sdefault