ହେଡଲାଇନସ୍:

ମିଶନ "ହେରିଟେଜ ସିଟି ପୁରୀ" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରୂପାୟନ ଦାୟିତ୍ୱରେ ୫ ଅରଖ ନୂଆ ଅଧିକାରୀ 

ଭୁବନେଶ୍ୱର: ନବକଳେବର ବେଳେ ସେ ବିଶାଳ କାର୍ଯ୍ୟର ତଦାରଖ କରିବା ପାଇଁ ୪ ଜଣ ଟାଣୁଆ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏବେ ସେହିପରି ମୁଖ୍ୟମନ୍ତ୍ରୀ ପୁରୀ ପାଇଁ ଦେଖିଥିବା ସ୍ବପ୍ନ ପ୍ରକଳ୍ପର ତଦାରଖ ଓ ରୂପାୟନ ପାଇଁ ୫ ଜଣ ଅରଖ ନୂଆ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି | ପୁରୀକୁ ବିଶ୍ୱ ଐତିହ୍ୟ ଭାବେ ଗଢି ତୋଳିବା ପାଇଁ ଉଦ୍ଦିଷ୍ଟ ଏହି ସ୍ବପ୍ନ ପ୍ରକଳ୍ପରେ ପ୍ରାୟ ୫୦୦ କୋଟି ତାଙ୍କ ଖର୍ଚ ଆକଳନ କରାଯାଇଥିବା ବେଳେ ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ ଫୁଲ ଦାମରେ ଚାଲିଛି |  ପୁରୀର ଭିତ୍ତିଭୂମିର ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ଖର୍ଚ ହେବାକୁ ଥିବାବେଳେ  ଏସମସ୍ତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାରେ ଏହି ଯୁବ ଆଇଏଏସ ଅଫିସରମାନେ କାମ କରିବେ |ନୂତନ ଭାବେ ଜୀବନର ପ୍ରଥମ ଗୁରୁତ୍ୱପୂର୍ଣ ମିଶନରେ ସାମିଲ ହୋଇଥିବା ଏହି ପ୍ରୋବେସନର ଆଇଏଏସ ଅର୍ଥାତ ୨୦୧୮ ବ୍ୟାଚର ଆଇଏଏସ ଅଫିସର ମାନେ ହେଲେ ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିଭାସନ ଭି, ଡ. ଶୁଭଙ୍କର ମହାପାତ୍ର, ଜେ.ସୋନାଲ ଏବଂ ଭୁବନେଶ ଦେବଦାସ ପାଟିଲ । "ମିଶନ ପୁରୀ" ପାଇଁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଲୋକସେବା ଭବନରେ ଆଜି ସେମାନଙ୍କୁ ଗୁରୁଜ୍ଞାନ ଦେଇଥଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପରମର୍ଶଦାତା ଆର ବାଲକ୍ରିଷ୍ଣନ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ଖାସ କର ୫-ଟି ସଚିବ ଭି କେ ପାଣ୍ଡିଆନ |  ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମଶ ଦେଇଥିଲେ ଦୁଇ ଶ୍ରୀ ଶ୍ରୀନିବାସନ ଓ ଶ୍ରୀ ପାଣ୍ଡିଆନ|  

0
0
0
s2sdefault