ହେଡଲାଇନସ୍:

 ବିଦ୍ୟାଳୟରେ ପୋଷାକ ଓ ଜୋତା ବିତରଣ ମେଳା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

      ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ  : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତହଜଙ୍ଗ ଗ୍ରାମ ସ୍ଥିତ  ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ  ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନଙ୍କ ନିମନ୍ତେ ପୋଷାକ ଓ ଜୋତା ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ  ଏବଂ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବୃଷକେତୁ ଦାସ  ଅତିଥି ଭାବେ ଯୋଗଦେଇ ଛାତ୍ର/ଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ । 

     ଶୃଙ୍ଖଳିତ ଓ ନିଷ୍ଠାର ସହ ପାଠ ପଢ଼ା ପ୍ରତି ମନ ଦେଇ ଭବିଷ୍ୟତରେ ଜଣେ ଭଲ ଓ ବଡ଼  ମଣିଷ  ହେବା  ପାଇଁ ଉପଦେଶ ଦେଇଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବ୍ଲକର ତିନି ଜଣ ସହକାରୀ  ବ୍ଲକ ଶିକ୍ଷା ଅଧିକାରୀ  , ସିଆରସିସି , ବିଦ୍ୟାଳୟ ପରିଚାଳନା କମିଟି ସଭାପତି , ୱାର୍ଡ ମେମ୍ବର , ଓ ଅଭିଭାବକ ମାନେ ଯୋଗ ଦେଇଥିଲେ ।

   ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ  ନର୍ମଦା କୁମାରୀ ଦାସ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ- ଶିକ୍ଷୟତ୍ରୀ ନବୀନ ଚନ୍ଦ୍ର ମିଶ୍ର ,  କୁଶୁମ କୁମାରୀ ପଣ୍ଡା ,  ସଂଗୀତା କୁମାରୀ ସାହୁ ଏବଂ ଦିଲେସ୍ୱରୀ ବେହେରା ପ୍ରମୁଖ  ସହଯୋଗ କରିଥିଲେ ।

    ଶେଷରେ ଅତିଥି ମାନଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ  ବୃକ୍ଷ ରୋପଣ କରାଯାଇଥିଲା ।

0
0
0
s2sdefault