ହେଡଲାଇନସ୍:

 ବଢିଆ କାମ କଲେ ଥାନାଧିକାରୀ, ମାନବିକତା ପ୍ରଶଂସନୀୟ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମେଲଛାମୁଣ୍ଡା (ମନୋଜ ଭୋଇ)- ସଂପ୍ରତି ସମାଜରେ ପୁଲିସକୁ ରକ୍ଷକର ଆଖ୍ୟା ଦିଆଯାଇଥିବା ବେଳେ ସମୟ ସମୟରେ କିଛି ପୁଲିସ ନିଜର ସ୍ୱାର୍ଥ ପୁରଣ ପାଇଁ ଭକ୍ଷକ ସାଜିବାର ମଧ୍ୟ ଅନେକ ଦୃଷ୍ଟାନ୍ତ ରହିଛି । ସେହି ପୁଲିସ ମାନଙ୍କ ମଧ୍ୟରେ କିଛି ପୁଲିସ ରକ୍ଷକର ଦାୟୀତ୍ୱ ତୁଲାଇବା ସହ ମଣିଷ ପଣିଆ ଦେଖାଇବାରେ ଅବହେଲା କରି ନ ଥିବା ଭଳି ଘଟଣା ନଜରକୁ ଆସିଛି । ସେହି ଭଳି ମାନବିକତାର ପରିଚୟ ଦେଖାଇ ଅଂଚଳରେ ପ୍ରଂଶସା ଶାଉଁଟାଇଛନ୍ତି ମେଲଛାମୁଣ୍ଡା ଭାରପ୍ରାପ୍ତ ଥାନାଧିକାରୀ ସବ ଇନ୍ସପେକ୍ଟର ସ୍ୱପ୍ନାରାଣୀ ଗୋଚ୍ଛାୟତ । ସାଧାରଣତହଃ ଜନସାଧାରଣ ବାହାରେ ବୁଲୁଥିବା ମସ୍ତିଷ୍କ ବିକୃତ (ପାଗଳ) ମାନଙ୍କୁ ଅଣଦେଖା କରୁଥିବା ବେଳେ ଥାନାଧିକାରୀ ଗୋଚ୍ଛାୟତ ଜଣେ ପାଗଳ ବ୍ୟକ୍ତିକୁ ମରଣ ମୁହଁରୁ ଉଦ୍ଧାର କରି ନିଜର ଜ୍ଞାତି କୁଟୁମ୍ବ ସଦସ୍ୟ ପରି ତିନି ଦିନ ପର୍ଯ୍ୟନ୍ତ ଚିକିତ୍ସା କରିବା ପରେ ଝାରସୁଗୁଡାସ୍ଥିତ ମିଶନ ଆଶ୍ରା ନାମକ ଏନଜିଓକୁ ସୁରକ୍ଷିତ ରଖିବା ପାଇଁ ହସ୍ଥାନ୍ତର କରିଛନ୍ତି । ତାଙ୍କର ଏହି ସ୍ୱତନ୍ତ୍ର ଉଦ୍ୟମକୁ ନେଇ ବୁଦ୍ଧିଜୀବି ମହଳରେ ପ୍ରଂଶସା କରାଯାଇଛି । ପ୍ରାପ୍ତସୂଚନାନୂସାରେ ଗତ ମଙ୍ଗଳବାର ଦିନ ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ର୍କେମେଲି ଗ୍ରାମରେ ଜଣେ ୩୦ ବର୍ଷିୟ ହାତର ଲୁହାର ଶିକୁଲି ଲଗାଯାଇଥିବା ପାଗଳ ଯୁବକ ରାସ୍ତା କଡରେ ବୁଲୁଥିଲା । ଅଚାନକ  ସେ ହିଂସ୍ର ହୋଇଉଠି ରାସ୍ତାରେ ସାଇକଲରେ ଆସୁଥିବା ସେହି ଗ୍ରାମର ଜଣେ ୬୦ବର୍ଷର ବୃଦ୍ଧକୁ ଏକ ବାଡିରେ ମାଡ ମାରି ଲହୁଲୁହାଣ କରି ଏକ ବୁଦା ଭିତରକୁ ପଶି ଯାଇଥିଲା । ଘଟଣାଟି ପ୍ରଘଟ ହେଲା ପରେ ଲୋକେ ପାଗଳ ଯୁବକକୁ ଦୀର୍ଘ ସମୟ ଖୋଜା ଖୋଜି କରି ପାଇଲା ପରେ ରାଗ ସୁଝାଇବା ଉଦେଶ୍ୟରେ ମାଡ ମାରିବା ସହ ଚାରି ଛକକୁ ଆଣି ଏକ ବିଦ୍ୟୁତ ଖୁଂଟରେ ବାନ୍ଧି ଦେଇଥିଲେ । ସେହି ସମୟରେ ସେହି ରାସ୍ତା ଦେଇ ମେଲଛାମୁଣ୍ଡା ସମାଜ ଖବର କାଗଜର ପ୍ରତିନିଧି ଖବର ସଂଗ୍ରହ କରି ଫେରୁଥିବା ବେଳେ ଘଟଣା ସଂପର୍କରେ ପଚାରି ବୁଝିବା ସହ ପାଗଳ ଯୁବକକୁ ଖଂମ୍ବରୁ ଫିଟାଇଦେବା ସହ ମାଡ ନ ମାରିବାକୁ ଉତ୍ୟକ୍ତ ଲୋକଙ୍କୁ ପରାମର୍ଶ ଦେଇଥିଲେ । ମାତ୍ର ଘଟଣା ସ୍ଥଳରେ କିଛି ଖଳ ପ୍ରକୃତିର ବ୍ୟକ୍ତି ବିଶେଷ ସମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ । ସାମ୍ବାଦିକ ଜଣକ ସେମାନଙ୍କ ଆକ୍ରମଣକୁ ଭୃକ୍ଷେପ ନ କରି ପାଗଳ ଯୁବକକୁ ଖମ୍ବରୁ ଫିଟାଇ ମାଡରୁ ରକ୍ଷା କରିବା ପାଇଁ ଚେଷ୍ଟା କରିବା ସହ ମେଲଛାମୁଣ୍ଡା ପୁଲିସକୁ ଖବର ଦେଇ ଘଟଣା ସ୍ଥଳରେ ଜଗି ରହିଥିଲେ । ଘଟଣା ସଂପର୍କରେ ଅବଗତ ହୋଇ ମେଲଛାମୁଣ୍ଡା ଥାନାଧିକାରୀ କୁମାରୀ ଗୋଚ୍ଛାୟତ ନିଜେ ସଦଳ ବଳ ସହ ଘଟଣା ସ୍ଥଳରେ ତୁରନ୍ତ ପହଂଚି ପାଗଳ ଯୁବକକୁ ଉଦ୍ଧାର କରି ନିଜେ ଯାଇଥିବା ପୁଲିସ ଭ୍ୟାନରେ ଥାନାକୁ ନେଇ ଆସିଥିଲେ । ପାଗଳ ଯୁବକ ଲୋକଙ୍କ ଶାରୀରିକ ଅତ୍ୟାଚରରେ ଅସୁସ୍ଥ ହେଉଥିବାର ହୃଦବୋଧ କରି ପଦମପୁର ଡାକ୍ତରଖାନାର ଏସଡିଏମଓଙ୍କ ଠାରୁ ସ୍ୱତନ୍ତ୍ର ଅନୁମତି ନେଇ ଡାକ୍ତରଖାନାରେ ଭର୍ତି କରି ତିନି ଦିନ ପର୍ଯ୍ୟନ୍ତ ଚିକିତ୍ସା କରାଇଥିଲେ । ବିଭିନ୍ନ ସୂତ୍ରରୁ ଯୋଗାଯୋଗ କରି ଗୁରୁବାର ସଂଧ୍ୟରେ ପାଗଳ ମାନଙ୍କୁ ନିଜ ପାଖରେ ରଖି ସ୍ୱତନ୍ତ୍ର ଯତ୍ନ ନେଉଥିବା ଝାରସୁଗୁଡାସ୍ଥିତ ମିଶନ ଆଶ୍ରା ନାମକ ଏକ ଏନଜିଓକୁ ହସ୍ତାନ୍ତର କରିଛନ୍ତି । ଯଦ୍ୱାରା ପାଗଳ ଜଣକ ଆଗାମି ଦିନରେ ପୁଣି ନିଜର ହିତାହିତ ଜ୍ଞାନ ଫେରିପାରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବାର ଶତ ପ୍ରତିଶତ ସମ୍ଭାବନା ଅଛି । ପ୍ରକାଶ ଯୋଗ୍ୟ ଯେ ବିଭିନ୍ନ ଥାନା ମାନଙ୍କର କିଛି ପୁଲିସ ଏପରି ଏପରି ହିଂସ୍ର ରୁପ ଧାରଣ କରୁଥିବା ପାଗଳକୁ ତାଙ୍କ ଥାନା ଅଂଚଳରୁ ଟେକି ଆଣି ଅନ୍ୟ ଥାନା ଅଂଚଳରେ ଛାଡି ନିଜର ପାରିବା ପଣିଆ ଦେଖାଉଥିବା ବେଳେ ମେଲଛାମୁଣ୍ଡା ଥାନାଧିକାରୀ ଗୋଚ୍ଛାୟତ ନିଜ ଅଂଚଳରେ ଏପରି ଜଣେ ହିଂସ୍ର ପାଗଳକୁ ଉଦ୍ଧର କରି ତାର ଚିକିତ୍ସା କରିବା ସହ ସ୍ୱତନ୍ତ୍ର ଥଇଥାନ କରିବା ନିଶ୍ଚୟ ପ୍ରଂଶସନୀୟ ପଦକ୍ଷେପ ଅଟେ ଏବଂ ଅନ୍ୟ ଥାନାର ପୁଲିସ କର୍ମଚାରୀ ମଧ୍ୟ ମେଲଛାମୁଣ୍ଡା ଥାନାଧିକାରୀଙ୍କଠାରୁ କିଛି ଶିଖନ୍ତୁ ବୋଲି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।      

 

 

0
0
0
s2sdefault