ହେଡଲାଇନସ୍:

ଭତ୍ତା ଓ ଆବାସ ଯୋଜନାର  କାର୍ଯ୍ୟାଦେଶ ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ  ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ଓ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

   ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,  ପାରଳାଖେମୁଣ୍ଡି ବିଧାୟକ  କେ:ନାରାୟଣ ରାଓ ,  ଜିଲ୍ଲା ପରିଷଦ ସଭାପତି ଅନିତାରାଣୀ ବେହେରା ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଚିତ୍ରି ସିମାଦ୍ରି ପ୍ରମୁଖ କାଶୀନଗର  ଅଞ୍ଚଳ ଗ୍ରସ୍ଥ କରି ଏହି ବଣ୍ଟନ ମେଳାରେ ଯୋଗଦେଇ ଥିଲେ । ସେଠାରେ ଏମାନେ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ବୃଦ୍ଧ ବୃଦ୍ଧାଙ୍କୁ ପେନସନ କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ  ଗୃହ-ନିର୍ମାଣ ପାଇଁ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରିଥିଲେ ।

    ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ଓ ବିଡ଼ିଓ. ପ୍ରଣବ କୁମାର ବେହେରାଙ୍କ ସମେତ ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ  ଓ ନିର୍ବାଚିତ ଜନ-ପ୍ରତିନିଧି ମାନେ ଯୋଗ ଉପସ୍ଥିତ ଥିଲେ ।

0
0
0
s2sdefault