ହେଡଲାଇନସ୍:

ରସାତଳକୁ ଯାଉଛି ବାହାଡାଝୋଲାର ଐତିହ୍ୟ ସମ୍ପନ୍ନ ହାଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଶାସନ ନିଦା ବିଷ୍ଣୁ, ଜବରଦଖଲକାରୀଙ୍କ କବ୍ଜାରେ ଜମି 

କୃଷକ ବଜାର ପିଣ୍ଡିରେ ଚାଲିଛି ବେଆଇନ ସ୍ଥାୟୀ ଗୃହ ନିର୍ମାଣ 

 ଅଫିସ ବାହାଡାଝୋଲାରେ, କର୍ମଚାରୀ ନୟାଗଡରେ 

ଓଡ଼ଗାଁ : ବାହାଡାଝୋଲା ସାପ୍ତହିକ ହାଟ ଶହଶହ ବର୍ଷଧରି କେବଳ ନୟାଗଡ ଜିଲ୍ଲା ନୁହେଁ ଅବିଭକ୍ତ ପୁରୀ, କଟକ ଓ ଗଞ୍ଜାମ ଜିଲ୍ଲାର ପ୍ରମୁଖ ବ୍ୟବସାୟ ପେଣ୍ଠସଳୀ ଭାବେ ପ୍ରସିଦ୍ଧିଲାଭ କରିଥିଲା । ଏବେବି ଏଠାକୁ ବିଭିନ୍ନ ଜିଲ୍ଲରୁ ବ୍ୟବସାୟୀମାନେ ଆସି କୃଷି ଏବଂ ବନ୍ୟଜାତ ଦ୍ରବ୍ୟ କ୍ରୟ ବିକ୍ରୟ କରିଥାନ୍ତି । ଏବଂ ବିଶେଷ କରି ଚାଷି ମାନଙ୍କ ପାଇଁ ଗାଈ, ବଳଦ, ମଇଁଷୀ, ଛେଳି, ମେଣ୍ଢା ଆଦି ବିଭିନ୍ନ କିସମର  ଗୃହପାଳିତ ପ୍ରାଣୀ ଏଠାକୁ ଅଣାଯାଏ । ସ୍ଥାନୀୟ ଆଦିବାସି ବହୁଳ ଅଂଚଳ ଅଧିବାସୀ ବନ୍ୟଜାତ ଦ୍ରବ୍ୟ ବିକ୍ରି କରି ବେଶ ଦୁଇପଇସା ଅର୍ଜନ କରିଥାନ୍ତି । ବ୍ୟବସାୟ ବୃଦ୍ଧିଯୋଗୁଁ ଅବିଭକ୍ତ ବାହାଡାଝୋଲା ପଁଚାୟତ ତଥା ବର୍ତମାନ ଗଠିତ ବେରୁହାଁବାରୀ, ହରିପୁର, ଶିଙ୍ଗାରପଲ୍ଲୀ, କାପ୍ତାପଲ୍ଲୀ, ଗୁମି ଏହିପରି ୬ଟି ଗ୍ରାମମପଂଚାୟତର ଅଧିବାସୀମାନଙ୍କୁ ନେଇ ୧୯୭୫ ମସିହାରେ  ତତକାଳିନ ସରକାର ନୟାଗଡ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ନିୟନ୍ତ୍ରୀତ ବଜାର କମିଟି ଗଠନ କଲେ । କାଳକ୍ରମେ କାର୍ଯ୍ୟାଳୟ ପାଇଁ ପକାଗୃହନିର୍ମାଣ ହେଲା । କର୍ମଚାରୀ ନିଯୁକ୍ତ ହୋଇ କାର୍ଯ୍ୟ ଆରମ୍ଭ ହେଲା ।  ଟିକସ ଆକାରରେ ବହୁ ଅର୍ଥ ଆଦାୟହୋଇ କ୍ରମଶ କୃଷି ବ୍ୟବସାୟୀମାନଙ୍କୁ ଉତ୍ସାହିତ  କରିବା ପାଇଁ ଅନେକ ସୁଯୋଗ ସୃଷ୍ଟି କରାଗଲା । ଯେଉଁ ହାଟ ଯୋଗୁ ସ୍ଥାନୀୟ ଅଂଚଳବାସୀଙ୍କର ଆର୍ଥୀକ ଅବସ୍ତାରେ ଉନ୍ନତି ଘଟିଥିଲା ସେହି ଐତିହ୍ୟ ସମ୍ପନ୍ନ ହାଟ ଆଜି ରସାତଳକୁ ଜିବାକୁ ବସିଲାଣି । ନିୟନ୍ତ୍ରୀତ ବଜାର କମିଟି ପକା କାର୍ୟ୍ୟାଳୟଟି କେବଳ ଏଠିଅଛି । ଦାୟିତ୍ୱରେ ଥିବା କର୍ମଚାରୀମାନେ ନୟାଗଡରେ ରହି ନିୟନ୍ତ୍ରଣ କରୁ କରୁଥିବାରୁ ଏହା ନିୟନ୍ତ୍ରଣ ହରାଇବସିଛି । ରାଜନିତି ଏହାର ପିଛା ଚାଡୁନାହିଁ । ହାଟପଦାକୁ ଲାଗିରହିଥିବା ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ, ବାପୁଜି ପ୍ରାଇମେରୀ ସ୍କୁଲ, ଗାନ୍ଧିମଣ୍ଡପ, ସରକାରୀ ଡାକ୍ତରଖାନା, ବନପାଳଙ୍କ କାଯର୍ୟାଳୟ, ମହାଲକ୍ଷ୍ମୀ ମନ୍ଦିର, ଅଫିସର କ୍ଲବ ସାମ୍ନାରେ ଥିବା ଖୋଲା ଯାଗା ଗୁଡିକୁ ହଠାତ ଏଇ ଅଳ୍ପଦିନ ମଧ୍ୟରେ ଜବରଦଖଲ କାରୀମାନେ କବ୍ଚା କରିନେବାସହିତ ରାତାରାତି ସ୍ଥାଇ ଗୃହ ନିର୍ମାଣ କରିବା ଏବଂ କୃଷକ ବଜାର ପିଣ୍ଡି ଉପରେ ଗୃହ ନିର୍ମାଣ କରି ସଟର ଲଗେଇବା ଇତ୍ୟାଦି କାମ ଜବରଦଖଲ କାରୀମାନେ ଯୁଦ୍ଧକାଳୀନ ଭିତିରେ କରିଚାଲିଛନ୍ତି । କୁମ୍ଭିର ନେଇ ମଝୀନଈରେ ପହଁଚିଲା ବେଳକୁ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁଛି । ଗୋଟିଏ ପକ୍ଷରେ ଜବରଦଖଲ କାରୀମାନେ ଗୃହ ନିର୍ମାଣ କରିବା ପୂର୍ବରୁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ କାହିଁକି ? ଅନ୍ୟ ପକ୍ଷରେ ଯେଉଁ ଅନୁଷ୍ଠାନ  ଗୁଡିକ ଯଥା ବାପୁଜି ପ୍ରାଂମେରୀ ସ୍କୁଲର ଛାତ୍ର ଛାତ୍ରୀମାନେ କେଉଁଠି ଖେଳିବେ, କେଉଁ ରାସ୍ତାଦେଇ ସ୍କୁଲକୁ ଜିବେ । ସେହିପରି ଅନ୍ୟ କାର୍ଯ୍ୟାଳୟ ଗୁଡିକ ଅବସ୍ତା କଣ ହେବ କେହି ବୁଝିବାକୁ ଚେଷ୍ଟାକରୁନାହାନ୍ତି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ୬ ଗୋଟି ଗ୍ରାମ ପଂଚାୟତର ସହଶ୍ରାଧିକ ଗ୍ରାମବାସୀ ଜବରଦଖଲ କାରୀଙ୍କୁ ତୁରନ୍ତ ହଟେଇବା ପାଇଁ ଦାବି କରିଛନ୍ତି । ଏବଂ ଜବରଦଖଲ ନହଟିଲେ ସମସ୍ତ ପଂଚାୟତ ଅଧିବାସୀମାନେ ରାଜରାସ୍ତାକୁ ଓଲ୍ଲାଇ ଦାବିକୁ ଯୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି । ଏତେସବୁ ଘଟଣା ଘଟିବା ପରେ ଆଜି ନିୟନ୍ତ୍ରୀତ ବଜାର କମିଟିର ଜଣେ ତଳିଆ କର୍ମଚାରୀ ଗୋବିନ୍ଦ ଚନ୍ଦ୍ର୍ର ବେହେରା ଜବରଦଖଲ ସଂକ୍ରାନ୍ତରେ ବାହାଡାଝୋଲା ଫାଣ୍ଡି ଓଡଗାଁ ଥାନାରେ ଅଭିଯୋଗ କରିଛନ୍ତି । ବାହାଡାଝୋଲା ମାଣୀକପାଟଣାର ସନ୍ତୋଷ କୁମାର ସାହୁ, ବେଣୁଧର ସାହୁ, ବାନାମ୍ବର ସାହୁ, ଧୋବା ସାହୁ, ମାଗେତା ପାତ୍ର, ସନ୍ତୋଷ କୁମାର ସାହୁ, ବାନାମ୍ବର ପାଣୀଗ୍ରାହୀ, ଭାଟସାହିର ପୀତବାସ ନାୟକ ଏବଂ ବନ୍ଧାଭୁଇଁର ସଂଜିବ କୁମାର ବେହେରା ବେଆଇନ ଭାବେ ଆରଏମସିର କୃଷକ ବଜାର ପିଣ୍ଡିରେ ସ୍ଥାଇ ଗୃହ ନିର୍ମାଣ  କରିଥିବା ଦର୍ଶାଇଛନ୍ତି । ସୂଚନା ଥାଉକି ନିୟନ୍ତ୍ରୀତ ବଜାର କମିଟିର ମୂଖ୍ୟ ପ୍ରଶାସକ ଉପ ଜିଲ୍ଲାପାଳ ହୋଇଥିବା ବେଳେ ଜଣେ ସରକାରୀ ଅଧିକାରୀ ସମ୍ପାଦକ ଭାବେ ନିଯୁକ୍ତ ହୋଇ ଆରଏମସିକୁ ପରିଚାଳନା କରିଥାନ୍ତି । ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିବାର କ୍ଷମତା ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ତହସିଲଦାରଙ୍କର ଥିବା ବେଳେ ବାହାଡାଝୋଲା ଫାଣ୍ଡି ବାବୁଙ୍କୁ ଲିଖିତଭାବେ ଜଣାଇ ପ୍ରଶାସନ ଜବରଦକଲ କାରୀଙ୍କୁ ପରୋକ୍ଷରେ ସହଯୋଗ କରୁଥିବା ପରି ମନେହେଉଛି । 

0
0
0
s2sdefault