ହେଡଲାଇନସ୍:

ସୋନାଲି ହଜିବାକୁ ବିତିଲା  ୪ଦିନ: ଖୋଜି ଖୋଜି ପୋଲିସ ନାକେଦମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ :ଓଡଗାଁ ଥାନା ସାକେରୀ ହରିଜନ ସାହିରୁ ନିଖୋଜ ହୋଇଥିବା ୩ ବର୍ଷର ଝିଅ ସୋନାଲିକୁ ୪ ଦିନ ଗଲା ପରେବି ନପାଇ ଓଡଗାଁ ପୋଲିସ ନାକେଦମ ହୋଇ ସାରିଲାଣି । ଅନେକ ଛାନଭିନ କରିବା ପରେ ମଧ୍ୟ ତାର ପତ୍ତା  ନମିଳିବାରୁ ଏହା ପୋଲିସ ପାଇଁ ଏକ ମସ୍ତବଡ ଚାଲେଞ୍ଜ ଭାବେ ଉଭା ହୋଇଛି । ବାରମ୍ବାର ପୋଲିସ ଅଫିସର ମାନେ ବିଭିନ୍ନ ଗାଁକୁ ଯାଇ ତଦନ୍ତ ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ ସୋନାଲିର ବାପା ପ୍ରକାଶ ନାୟକ ଏବଂ ରିଲା ନାୟକ ସୋନାଲିକୁ ମନେ ଝୁରି ହେଉଛନ୍ତି  । ତେବେ ଏବେବି ସୋନାଲି ମିଳିବ ବୋଲି ସେମାନେ ଆଶାବାନ୍ଧି ରହିଛନ୍ତି । ସୂଚନା ଥାଉକି ଗତ ୯ ତାରିଖ ସକାଳେ ସୋନାଲି  କେଉଁଆଡେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଓଡଗାଁ ପୋଲିସ ସହିତ ଅଗ୍ନିଶମ ସେବା ବାହିନୀ ଏବଂ ବାଳିକାଟିର ସମ୍ପର୍କିୟ ମାନେ ମିଳିତ ଭାବେ କୁଅ ପୋଖରି ନଦୀ ନାଳ ଜଙ୍ଗଳ ପଡିଶୀ ଗାଁ ସବୁଆଡେ ଖୋଜାଖୋଜି କରିବା ପରେ ମଧ୍ୟ ବାଳିକାଟି ଠାବ ହୋଇନଥିଲା । ସନ୍ଧ୍ୟାରେ ପୁଣି ଓଡଗାଁ ପୋଲିସ ସହିତ ଶରଣ କୁଳ ଏସଡିପିଓ ଘଟଣା ସ୍ଥଳକୁ ଯାଇ ତଦନ୍ତକରି ଫେରିଥିଲେ । ସକାଲ ପ୍ରାୟ ୭ଟା ସମୟ ହେବ ଝିଅ ସୋନାଲି ଗାଁର ଅନ୍ୟ ଜଣେ ଦେଢବର୍ଷର ଛୁଆ ସହିତ ଦାଣ୍ଡରେ ଖେଳୁଥିବା ବେଳେ ମା ରିଲା ନାୟକ ପୋଖରିକୁ ସ୍ନାନ କରିବାକୁ ଯାଇଥିଲା । ସେଠରୁ ଆସି ଅନେକ ଖୋଜାଖୋଜି କରିବା ପରେ ଛୁଆକୁ ନପାଇ ଓଡଗାଁ ଥାନାରେ ଅଭିଯୋଗ କରିଥିଲେ ।  ସୋନାଲିର ମା ପୋଖରିରୁ ଫେରିବା ପୂର୍ବରୁ ଖେଳୁଥିବା ଅନ୍ୟ ଛୁଆଟିର ମା ତା ଛୁଆକୁ ଘରକୁ ନେଇଯାଇଥିଲା । 

 

0
0
0
s2sdefault