ହେଡଲାଇନସ୍:

ନାଁକୁ ମେଡ଼ିକାଲ କଲେଜ, ହେଲେ ସୁଧୁରିନି  ସ୍ୱାସ୍ଥ୍ୟବସ୍ଥା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଂଗୀର/ନିରୋଜ ମିଶ୍ର  : ବଲାଙ୍ଗୀର ସହରରେ ଥିବା ସରକାରୀ ମେଡିକାଲ ହସ୍ପିପିଟାଲ ଏବେ ମାନ୍ୟତା ପାଇଛି ଭୀମଭୋଇ ମେଡିକାଲ କଲେଜ ନାମରେ ହେଲେ ଏବେ ବି ସୁଧୁରିନି ସ୍ୱାସ୍ଥ୍ୟ ସେବା । ଯାହାକୁ ନେଇ ବିଭିନ୍ନ ସମୟରେ ଜନସାଧାରଣଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଚୁପ ।ତେବେ ପ୍ରଶାସନର ଟାଲ ଟୁଲ ନୀତି ଅବଲମ୍ବନକୁ ନେଇ ଜନମୋର୍ଚା ସଂଗଠନ ତରଫରୁ ସଭାପତି ବାସୁ ରଥ, ଜନମୋର୍ଚ୍ଛା ସଂଗଠନର ଲିଗାଲ ଏଡ଼ଭାଇଜର ପ୍ରଶାନ୍ତ ସେନାପତି ଓ ଉପଦେଷ୍ଟା ମନୋଜ ମାଇଟି ପ୍ରଶାସନକୁ ତଦନ୍ତ ପାଇଁ ନିବେଦନ କରିଛନ୍ତି । ଯଥା ଶୀଘ୍ର କାରୁକାର୍ଯ୍ୟ କରି ଡାକ୍ତରଙ୍କ ଘରୋଇ ସେବା ବନ୍ଦ କରି ମାନ୍ୟତା ପାଇଥିବା ଭୀମଭୋଇ ମେଡିକାଲ କଲେଜକୁ ସୁଚାରୁ ରୁପେ ପରିଚାଳିତ କରାଯାଉ । ଏବଂ ହନ୍ତସନ୍ତ ହେଉଥିବା ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉ ନ ହେଲେ ଆଗାମୀ ଦିନରେ ଜନ ମୋର୍ଚ୍ଚା ସଂଗଠନ ଏହାର ବିରୁଦ୍ଧରେ ସ୍ୱର ଉତ୍ତଳନ କରିବ ବୋଲି ପ୍ରଶାସନ କୁ ଚେତାବନୀ ଦେଇଛନ୍ତି । ତେବେ ଏହା ମଧ୍ୟରେ ଏହି ଭୀମଭୋଇ ମେଡ଼ିକାଲ କଲେଜ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଆସିଛି ନଜର । ଯେଉଁଥିରେ ଏଠାକୁ ଚିକତ୍ସା ପାଇଁ ଆସୁଥିବା ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସେହିପରି ଗତ କିଛି ଦିନ ତଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ବଲାଙ୍ଗୀର ସିଡ଼ିଏମଓଙ୍କ ସଭା ଗୃହରେ ସମୀକ୍ଷା ବୈଠକରେ ମଧ୍ୟ ଯୋଗ ଦେଇଥିଲେ ଏବଂ ଭୀମଭୋଇ ମେଡିକାଲ କଲେଜର ସମସ୍ୟାକୁ ଯଥାଶୀଘ୍ର ଦୂର କରିବା ପାଇଁ ପ୍ରତିଶୃତି ଦେଇଯାଇଥିଲେ ।

ହେଲେ ଏବେବି ପୁରା ହୋଇନି ହେଲେ ଏବେବି ପୁରା ହୋଇନି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିଶୃତି କି ବଦଳିନୀ ବଲାଙ୍ଗୀର ଭୀମଭୋଇ ଭୋଇ ମେଡ଼ିକାଲ କଲେଜର ସ୍ୱାସ୍ଥ୍ୟ ସେବା । ଯେଉଁଥିରେ ମୁଖ୍ୟ କାରଣ ରହିଛି ସରକାରଙ୍କ ଦ୍ଵାରା ନିୟୁକ୍ତ ହୋଇଥିବା ଡାକ୍ତରଙ୍କ ଅବହେଳା । ବାରମ୍ବାର ଏଠାକୁ ଉତ୍ତମ ଚିକିତ୍ସା ପାଇଁ ସହର,ଗ୍ରାମାଞ୍ଚଳ,ତଥା ବାହାର ସହର ଜନସାଧାରଣ ଆସିଥାନ୍ତି ଚିକତ୍ସା ପାଇଁ । କିନ୍ତୁ ଡାକ୍ତର ମାନଙ୍କ ଅନୁପସ୍ଥିତି ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି | ଯାହାର ମୁଖ୍ୟ କାରଣ ଘରୋଇ କ୍ଲିନିକକୁ ନେଇ ଅଭିଯୋଗ ବାଢିଛନ୍ତି । ଏବଂ ଭୀମଭୋଇ ମେଡ଼ିକାଲ କଲେଜ ଅପେକ୍ଷା ଘରୋଇ କ୍ଲିନିକରେ ବହୁ ସଂଖ୍ୟାରେ ଚିକତ୍ସା ପାଇଁ ଭିଡ଼ ଜମୁଥିବା ମଧ୍ୟ ହେଉଛି ଅଭିଯୋଗ ।ତେବେ ମାନ୍ୟତା ପାଇଥିବା ଭୀମଭୋଇ ମେଡ଼ିକାଲ କଲେଜରେ ସବୁ ସାଧନ ଥାଇ ମଧ୍ୟ ଚିକିତ୍ସା ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ତେବେ ଏହାକୁ ସବୁ ମାହୋଲରେ ଦୃଢ଼ ନିନ୍ଦା କରିବା ସହ ପ୍ରଶାସନକୁ ଏହା ଉପରେ ଶୀଘ୍ର କାର୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ଜୋର ଧରିଥିବା ବେଳେ ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ,ସିଡିଏମଓ, ସଂଯୁକ୍ତା ସାହୁ ନୂଆଁଖାଇ ପରେ ଏହାର ତଦନ୍ତ ପ୍ରକିୟା ଜାରି ରହିବ ଓ ପ୍ରଶାସନିକ ଅଧିକାରୀଙ୍କ ତତ୍ୱାବଧାନରେ ହେବ ବୋଲି ନିଜ ମତ ପ୍ରକାଶ କରିଛନ୍ତି ।

0
0
0
s2sdefault