ହେଡଲାଇନସ୍:

ବାଚସ୍ପତି ଡ. ପାତ୍ରଙ୍କ ସହ ଆଲୋଚନା କଲେ ଚୀନ ପ୍ରତିନିଧି ଦଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,: ହଂକଂସ୍ଥିତ ଚୀନ-ଭାରତ ବାଣିଜ୍ୟ ଓ ସଂସ୍କୃତି ବିକାଶ ପରିଷଦ ଆନୁକୂଲ୍ୟରେ ଏକ ଚୀନ ପ୍ରତିନିଧି  ଦଳ ଏହାର ଅଧ୍ୟକ୍ଷ କ୍ୱାଇ ଶୁନ୍ ଚୋ ପଲଙ୍କ ନେତୃତ୍ୱରେ ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବିଧାନସଭାସ୍ଥିତ ତାଙ୍କ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତିା ଚୀନ-ଭାରତ ଦ୍ୱିପାକ୍ଷିକ ସଂପର୍କ, ବିଶେଷତଃ ସଂସ୍କୃତି, ଭାରତରେ ପୁଞ୍ଜିନିବେଶ ଏବଂ ବ୍ୟବସାୟ ସୁଯୋଗ ଓ ସମ୍ଭାବନାର ଅନ୍ୱେଷଣ  ସଂପର୍କରେ ଆଲୋଚନା ହୋଇଥିଲାା ପ୍ରତିନିଧି  ଦଳ ବାଚସ୍ପତିଙ୍କୁ ପରିଷଦର କାର୍ଯ୍ୟାବଳୀ ସହିତ ପୂର୍ବରୁ ତିଆରି ହୋଇଥିବା ନିର୍ମାଣ ସାମଗ୍ରୀ ଓ ସ୍ୱଳ୍ପ ମୂଲ୍ୟ ଗୃହନିର୍ମାଣ ଉପରେ ଅବଗତ କରାଇଥିଲେ | 

ପରିଷଦ ଏଥି ପୂର୍ବରୁ ଏକାଧିକ ବାର ଭାରତୀୟ କମ୍ପାନୀ ଓ ଚୀନ କମ୍ପାନୀ ମଧ୍ୟରେ ବ୍ୟବସାୟ ସଂପର୍କିତ ଆଲୋଚନା ଆୟୋଜିତ କରିସାରିଛିା ଭାରତରେ ପୁଞ୍ଜିନିବେଶ ସଂପର୍କରେ ଅନେ୍ୱଷଣ ସହିତ ବ୍ୟବସାୟ ନିମନ୍ତେ ସଂପୂର୍ଣ୍ଣ ସମନ୍ୱିତ ପରାମର୍ଶ, ନେଟ୍ଓ୍ୱାର୍କିଂ, ଆର୍ଥିକ ସହାୟତା ସେବା ଯୋଗାଣ ଲକ୍ଷ୍ୟ ନେଇ ଏହି ପରିଷଦ କାର୍ଯ୍ୟ କରୁଛିା ଚୀନ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟର ସମ୍ଭାବନାକୁ ଗୁରୁତ୍ୱ ଦେଇ ଏବଂ ଏଥି ନିମନ୍ତେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରତିନିଧି ଦଳ ପ୍ରକାଶ କରିଥିଲୋ ଏହା ଦ୍ୱାରା ଚୀନ ଓ ଭାରତୀୟ କମ୍ପାନୀମାନେ ଉଭୟ ଦେଶରେ ବ୍ୟବସାୟ ବିସ୍ତାର କରିପାରିବ |  ପରିଷଦ ପୁଞ୍ଜିନିବେଶକଙ୍କ ବୈଠକ, ସମ୍ମିଳନୀ, ପ୍ରଦର୍ଶନୀ, ବିପଣନ ସଂପର୍କିତ ଆଲୋଚନା ସହିତ ସୁଯୋଗ ଓ ଅଂଶୀଦାରିତାକୁ ଗୁରୁତ୍ୱ ଦେଇ ଉତ୍ତମ ଅଭ୍ୟାସ ସଂପର୍କିତ ଗବେଷଣା ଜାରି ରଖିଛି | 

ଏହି ପ୍ରତିନିଧି ଦଳରେ ପରିଷଦର ସଚିବ ଶ୍ରୀ ଅଜୟ ଠାକୁରଙ୍କ ସମେତ ଷ୍ଟାର ଇଲଡ୍ ଗ୍ରୁପର  ଲଙ୍ଗ ମିନ୍ ଲାଉ ରନ୍ସନ୍, ଟିଙ୍ଗ୍ ହନ୍ ଜନ୍ କ୍ୱାନ୍, ଝେଜିଆଙ୍ଗ୍ ଗ୍ରୀନ୍ ବିଲଡିଂର ଓ୍ୱାଇ ହୁଙ୍ଗ୍ ହୋ ବ୍ରୀଆନ୍, ଓ୍ୱ ପାସିଫିକ୍ ପ୍ରା. ଲିଃର ଜିଆନ୍ହୁଆଙ୍ଗ୍ୟି, ଲିକ୍ୱିନ୍ୟୁ, ଏବିସି ପ୍ରାଇମ୍ର ଅମେଲିଆ ଲିଓନାର୍ଡୋ ଓହ୍ୱିପିଙ୍ଗ୍ ଲିଉ ସାମିଲ ଥିଲେ |  ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଆଲୋଚନାବେଳେ ଉପସ୍ଥିତ ଥିଲେ | 

 

0
0
0
s2sdefault