ହେଡଲାଇନସ୍:

ବିକାଶ ସାତ ସପନ, ପ୍ରଶାସନ ଦୂର ଆକାଶର ଜହ୍ନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗ୍ରାଉଣ୍ଡ ଜ଼ୀରୋ ରିପୋର୍ଟରେ " ଅଭିଶପ୍ତ ଲାଦିମାହା"

ଘୁ. ଉଦୟଗିରି : ସ୍ୱାଧୀନତା କେବେଠୁ ହେଲାଣି | ଏମାନେ ଶୁଣିଛନ୍ତି, ତାହାର ସ୍ୱାଦ କେମିତି ବୋଧ ହୁଏ  ଏ ଯାଏ ଚାଖିନାହାନ୍ତି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଲାଦି ମାହା ଗ୍ରାମର ଲୋକମାନେ | ସରକାରଙ୍କ ବିକାଶ ଏଠି ସାତ ସପନ ଆଉ ପ୍ରଶାସନ ସତେ ଯେମିତି ସେମାନଙ୍କ ପାଇଁ ପାଲଟିଛି ଦୂର ଆକାଶର ଜହ୍ନ | ସର୍ବନିମ୍ନ ମୌଳିକ ଆବଶ୍ୟକତା ଏ ଯାଏ ପହଂଚି ପାରିନି ସେମାନଙ୍କ ପାଖରେ | ପ୍ରଶାସନ ପହଂଚି ନଥିଲେ କି କୌଣସି ବିକାଶର ଛାପ ଏ ଯାଏ ଦେଖିବାକୁ ମିଳିନଥିବା ଲାଦି ମାହା ଗ୍ରାମରେ | ଆମ ପ୍ରତିନିଧି  ଗଗନ କୁମାର ପ୍ରଧାନ ଓ  କୋଟଗଡ ପ୍ରତିନିଧି ପ୍ରେମାନନ୍ଦ ପ୍ରଧାନ ଦୀର୍ଘ 3କିମି ଆତି ଦୁର୍ଗମ କାଦୁଅ ରାସ୍ତା  ଏବଂ ବନ୍ୟାଜଳ ଅତି କ୍ରମ କରି | ଆଉ ପରଖିଥିଲେ ପରିସ୍ଥିତି ଓ କଥା ହୋଇଥିଲେ ଲୋକଂକ ସହ |...

 କନ୍ଧମାଳ ଜ଼ିଲ୍ଲା ଅଧୀନସ୍ଥା କୋଟଗଡ ବ୍ଲକର ଲାଦିମାହା ଗ୍ରାମ | ଏହି ଗ୍ରାମ ମାଦାଗୁଡ଼ା ଗ୍ରାମ ପଞ୍ଚାୟତର ୱାର୍ଡ ନ ୫ରେ ରହିଛି | . ବର୍ତ୍ତମାନ ଏହି ଗ୍ରାମରେ 200ରୁ ଉର୍ଧ୍ଵ  ଗ୍ରାମବାସି ବସବାସ କରନ୍ତି | କିନ୍ତୁ ଅତି ପରିତାପର ବିଷୟ ଏହି ଗ୍ରାମକୁ ପ୍ରଶାସନ ଅଣଦେଖା କରୁଥିବା ଗ୍ରାମବାସି ମତ ପ୍ରକାଶ କରିଛନ୍ତି | ଏହାର ପରିଣାମ ସଦୃଶ ଗ୍ରାମବାସି ମେଡିକାଲ, ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା, ଗର୍ଭ ବତୀ ମହିଳାଙ୍କୁ ମେଡିକାଲ ନେବାକୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି. ଗ୍ରାମବାସୀ | ବର୍ତ୍ତମାନ ସୁଦ୍ଧା ଗ୍ରାମକୁ ରାସ୍ତା ମଧ୍ୟ ନାହିଁ | ପ୍ରଶାସନର ଅବହେଳା ପାଇଁ ଲଘୁଚାପ ଜନିତ ବର୍ଷାରେ ଲାଦିମାହା ଗ୍ରାମ ବର୍ତ୍ତମାନ ବାହ୍ୟ ଜଗତରୁ ବିଛିନ୍ନା ହୋଇଯାଇଥିଲା |  ଗ୍ରାମବାସି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଖାଦ୍ୟ ପାଇଁ କୋଟଗଡ ବଜ଼ାରକୁ ଆସି ପାରୁନଥିବା କହିଛନ୍ତି | କିଛି ବର୍ଷ ପୂର୍ବେ ଦୁରିଂପଡି ଗ୍ରାମ ଠାରୁ ଲାଦିମାହା ଗ୍ରାମକୁ ପ୍ରାୟ 3କିମି ରାସ୍ତା ସରକାରଙ୍କ ଦ୍ୱାରା ତିଆରି ପାଇଁ ଯୋଜନା ହୋଇଥିଲା.|  କିନ୍ତୁ ଦୁରିଂପଡି ଠାରୁ 1କିମି ଏବଂ ଲାଦିମାହା ଠାରୁ 1କିମି ରାସ୍ତା ଏବଂ ଗୁରୁମୁଣ୍ଡା ନଦୀ ଠାରେ ଏକ କଲଭର୍ଟ ମାତ୍ର ତିଆରି ହୋଇଥିଲା.| ହେଲେ 1 କିମି ତିଆରି ହୋଇ ନ ଥିଲା.| ଗ୍ରାମବାସିଙ୍କ ବାରମ୍ବାର ଦାବି ସତ୍ୱେ ମଧ୍ୟ ଲାଦିମାହା ଗ୍ରାମକୁ ସରକାର ସମ୍ପୂର୍ଣ ଚାଲିବା ପାଇଁ ରାସ୍ତା ଯୋଗାଇ ନ ଥିଲେ | ପ୍ରଶାସନର ଅଣଦେଖାରେ ବିରକ୍ତି ହୋଇ ଗ୍ରାମବାସି ଭାଗ୍ୟକୁ ଆଦରି  ଜୀବନ ଯାପନ କରୁଥିଲେ |  ହେଲେ ଏକ ବର୍ଷ ପୂର୍ବେ ଗୁରୁମୁଣ୍ଡା କଲଭର୍ଟ ଭାଙ୍ଗି ଯାଇଥିଲା |  ବଢି ଯାଇଥିଲା ଗ୍ରାମ ବାସିଙ୍କ ଦୁର୍ଦଶା.| କଲଭର୍ଟ  ଭାଙ୍ଗିବା ପରେ ଗ୍ରାମ ବାସି ବିଲ ହୁଡ଼ାରେ ଯାତାୟାତ କରୁଥିଲେ | .ହେଲେ ଏହି ଲଗାଣ ବର୍ଷା ଲାଦିମାହା ପାଇଁ ବଡ଼ ବିପଦ ଆଣି ଦେଇଛି|  ବିଲରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହୋଇଥିଲା | .ପରିଣାମ ସ୍ୱରୂପ ଲାଦିମାହା ଗ୍ରାମବାସି ବାହାରକୁ ବାହାରି ପାରୁନଥିବା ପ୍ରକାଶ କରିଥିଲେ | .

କେବଳ ସେତିକି ନୁହେଁ ସାହି ମଝିରେ ଏକ କଂକ୍ରିଟ ରାସ୍ତା ପାଇଁ ମଧ୍ୟ ବହୁ ଦିନ ଧରି ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନପକ୍ଷରୁ ଯୋଗାଇ ଦିଆ ଯାଇନ ଥିବା ମତ ବ୍ୟକ୍ତ କରିଛନ୍ତି ଅଞ୍ଚଳର ବାସିନ୍ଦା.| ଆମେ ସରକାରଙ୍କୁ ଆମର ବହୁ ମୂଲ୍ୟବାନ ଭୋଟ ଦେଇ ତିଆରି କରୁଛୁ | ହେଲେ ସରକାର ଆମର ଦୁଃଖଦୂର କରିବା ପାଇଁ ତତ୍ପର ହେଉ ନାହାନ୍ତି  ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ.| ଆଜି ପର୍ଯ୍ୟନ୍ତ ସରକାର ଆମକୁ ଚାଲିବା ପାଇଁ ରାସ୍ତାଟିଏ ଯୋଗାଇ ଦେଇ ପାରିଲା ନାହିଁ ବୋଲି ଗ୍ରାମର ବିଶାନ୍ତ ମାଝୀ,ସୁନୀଲ ମାଝୀ,ପ୍ରମେ ପାଟମାଝୀ,ଫିଲିପ ମାଝୀ, ରାଜ ପାଟମାଝୀ ଏବଂ ଦେବ ରଞ୍ଜନ ମାଝୀ ମତ ପ୍ରକାଶ କରିଛନ୍ତି |  ଏହା ସହ ଗ୍ରାମରେ ଏକ ଗାର୍ଡ ୱାଲର ମଧ୍ୟ ଆବଶ୍ୟକତା ଥିଲା.କିନ୍ତୁ ପ୍ରଶାସନ ତାହା ମଧ୍ୟ ତିଆରି କରି ଦେଲା ନାହିଁ | ଯାହାପାଇଁ ଗ୍ରାମର ଅନେକ ଘର ଏବଂ ଜନଜୀବନ ଆଜି ବିପଦ ସଂକୁଳ ଅବସ୍ଥାରେ ଅଛି | ଯଦି କୌଣସି ଜୀବନ ହାନି ଘଟେ ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ଗ୍ରାମର ମୁଖିଆ ବିଶାନ୍ତ ମାଝୀ | ଏଥିରୁ ସରକାରଙ୍କ ଗରିବ ଦଳିତ ଏବଂ ଆଦିବାସୀଙ୍କ  ବିକାଶର ଚିତ୍ର ଜଳଜଳ ହୋଇ ଦେଖା ଯାଉଛି | ସରକାରଙ୍କ ଯୋଜନା ଉପରେ ଯୋଜନା କାହା ପାଇଁ ଆଜି ବି କନ୍ଧମାଳବାସୀ ଉନ୍ନତି ମୂଳକ ଯୋଜନାରୁ ବଞ୍ଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି.ଯଥା ସମ୍ଭବ ଲାଦିମାହା ଗ୍ରାମକୁ ରାସ୍ତା ଯୋଗାଇବା ପାଇଁ ଅଞ୍ଚଳବାସୀ  ଦାବି କରିଛନ୍ତି.

0
0
0
s2sdefault