ହେଡଲାଇନସ୍:

ଭୂଗୋଳ ବିଭାଗର ଆଲୋଚନା ଚକ୍ରର ଉଦ୍ ଘାଟନୀ ଉତ୍ସବ ଏବଂ ନବାଗତାଙ୍କ ସମ୍ବର୍ଦ୍ଧନା ଉତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିିଗ୍ରାହୀ : ସ୍ଥାନୀୟ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗ ପକ୍ଷରୁ ଆଲୋଚନା ଚକ୍ରର ଉଦ୍ ଘାଟନୀ ଉତ୍ସବ ସମେତ ବିଭାଗରେ ନୂତନ ଭାବେ ଯୋଗ ଦେଇଥିବା ଛାତ୍ରାଛାତ୍ରୀ ମାନଙ୍କ ନିମନ୍ତେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।  ଏହି ଉତ୍ସବ ସଭା କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଶ୍ରୀ ଇନ୍ଦୁ ଭୂଷଣ ସାହୁ ପୌରହିତ୍ୟ କରି ଭୂଗୋଳ ପ୍ରତି ଆଗ୍ରହ ଥିବା ନବାଗତ ଛାତ୍ରାଛାତ୍ରୀଙ୍କୁ ସ୍ବାଗତ ଜଣାଇ ଭୂଗୋଳ ପ୍ରତି ସେମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ କିଭଳି ହେବା ଉଚିତ ତାହା କହିବା ସହ ଅଧିକ ଭୌଗୋଳିକ ଜ୍ଞାନ ଆହରଣ କରିବା ପାଇଁ ପରାମର୍ଶ ଦେଇଥିଲେ । 

ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଡ଼ଃ ଜିତେନ୍ଦ୍ର ନାଥ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟା ଅର୍ଜନର କେତୋଟି ସରଳ ନିୟମ ପ୍ରତି ଦୃଷ୍ଟି ଆକର୍ଷଣ କରି ଭୂଗୋଳ ବିଭାଗକୁ ମହାବିଦ୍ୟାଳୟର ଏକ ଉତ୍ତମ ବିଭାଗ ବୋଲି କହି ବିଭାଗ ଦ୍ବାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ । ଉପଦେଷ୍ଠା ବୈଲୋଚନ ବେହେରା ଯୋଗଦେଇ ବିଭାଗର ସମ୍ମାନ ଓ ଗାରିମା ବଜାୟ ରଖିବାକୁ ଇତିହାସ ବିଭାଗ ଅଧ୍ୟାପିକା ସୁଜାତା ଗମାଙ୍ଗ ଓ ଭୂଗୋଳ ବିଭାଗର ଅଧ୍ୟାପକ ଅନିଲ ପାଣି ଯୋଗଦେଇ ଭୂଗୋଳ ପଠନର ଆବଶ୍ୟକତା ଓ ଯଥାର୍ଥତା ଉପରେ କହିଥିଲେ । 

ବିଭାଗୀୟ ପ୍ରାକ୍ତନ କର୍ମଚାରୀ ବିଜୟ କୁମାର ପଟ୍ଟନାୟକ ପୂରାତନ ଛାତ୍ର ପ୍ରଶାନ୍ତ ପରିଛା ଓ ଅଚ୍ୟୁତାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ଭୂଗୋଳ ବିଭାଗର ଅବଦାନ ଉପରେ କହିଥିଲେ । ଏହି ଅବସରରେ ବିଭାଗର ୨୦୧୯ ବେଚର ଛାତ୍ର ସୀମାଞ୍ଚଳ ନାୟକଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଭବିଷ୍ୟତ ଜୀବନରେ ପ୍ରତିଷ୍ଠିତ ହେବାକୁ ପରାମର୍ଶ ଦେଇଥିଲେ ।   ରୋହିତ କୁମାର ଶବର ଓ ଅଭିଷେକ ମହାପାତ୍ରଙ୍କୁ ତାଙ୍କର ଶିକ୍ଷା ପାରିଦର୍ଶିତା ପାଇଁ ପୁରସ୍କୃତ କରା ଯାଇଥିଲା ।ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ ପଟ୍ଟନାୟକ ଏବଂ ବିଭାଗୀୟ ମୁଖ୍ୟ ଶ୍ରୀ ସାହୁ ମିଳିତ ଭାବେ ଏକ ସ୍ବତନ୍ତ୍ର ୱାଲ ମେଗାଜିନ “ପରିବେଶ ପ୍ରତି ଅବଗତ” ଉନ୍ମୋଚନ କରିଥିଲେ । ପୁର୍ବରୁ ଅନୁଷ୍ଠିତ ଭୂଗୋଳ କୁଇଜ ଓ ପଠନର ଯଥାର୍ଥତା ସମ୍ପର୍କିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରା ଯାଇଥିଲା ।୨୦୧୯ର ନବାଗତା ମାନଙ୍କ ମଧ୍ୟରେ ରାବିଡି ଦେବୀ ଲିମା ସାକ୍ଷରତା ଚମ୍ପିଆନ ଏବଂ ସୁମି ଜେନା ସାଂସ୍କୃତିକ ଚମ୍ପିଆନ ହୋଇ ପଦକ ଓ ପ୍ରମାଣ ପତ୍ର ପାଇଥିଲେ।   ବିଭାଗୀୟ ସମ୍ପାଦିକା ଗୀତାଞ୍ଜଳି ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ ସହ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଧାରିତ ଏକ ପ୍ରାମାଣିକ ଭିଡିଓ ଚିତ୍ର ପ୍ରଦର୍ଶନ କରା ଯାଇଥିଲା । ସହ-ସମ୍ପାଦିକା ରାବିଡି ଦେବୀ ଲିମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହ ସମ୍ପାଦିକା ରୁପାଲିନ ବେହେରା ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

 

0
0
0
s2sdefault