ବରଗଡ :-ଆଜି ରାଜ୍ୟସରକାର ଙ୍କର ଦୁଇ ବରିଷ୍ଠ ମନ୍ତ୍ରୀ , ଇସ୍ପାତ ଖଣି ଓ ପୁର୍ତ୍ତ ବିଭାଗ ର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ବିଜେପୁର ଗସ୍ତରେ ଆସି ପ୍ରଥମେ ସୋହେଲାରୁ ସାଇପାଲି ଭୟା ବିଜେପୁର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟର ଶିଳାନ୍ୟାସ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କରିଥିଲେ । ଏହାପରେ ବିଜେପୁର ଠାରେ ଆୟୋଜିତ ଏକ ସଭାରେ ବିଜେପୁର ଅଂଚଳର ପ୍ରାୟ 1500 ହିତାଧିକାରୀଙ୍କୁ ମନ୍ତ୍ରୀ ଦ୍ବୟଙ୍କ ଦ୍ୱାରା ଲେବର କାର୍ଡ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପୁର୍ବତନ ବିଧାୟିକା ଶ୍ରୀମତୀ ରୀତା ସାହୁ , ବିଜେପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ବରିଷ୍ଠ ଆଇନଜୀଵୀ ଶ୍ରୀ ଭୀଷ୍ମଦେଵ ସରାଫ ବିଜୁ ଜନତା ଜଳର ଜିଲ୍ଲା ଉପସଭାପତି ଶ୍ରୀ ଜନାର୍ଦନ ପାଣିଗ୍ରାହୀ ଓ ଲାଲ ବିକ୍ରମ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।