ହେଡଲାଇନସ୍:

ସରିଲା ଆଶା ଆଉ ବିଶ୍ୱାସର ପର୍ବ  ଖୁଦୁରୁକୁଣି ଓଷା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା ( ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ବୁଢାରଜା ପଡାରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଖୁଦୁରୁକୁଣି ଓଷା ରବିବାର ରାତ୍ରରେ ସଂପନ୍ନ ହୋଇଯାଇଛି । ଗ୍ରାମର କୁମାରୀ କନ୍ୟା ମାନେ ପ୍ରତ୍ୟହ ସଂଧ୍ୟାରେ ଖୁଦୁରୁକୁଣି ଦେବୀଙ୍କୁ ପୂଜାଚ୍ଚନ୍ନା କରୁଥିଲେ । ପ୍ରକାଶ ଯୋଗ୍ୟ ଯେ ସେପ୍ଟେମ୍ବର ୨ତାରିଖ ଦିନ ମେଲଛାମୁଣ୍ଡାସ୍ଥିତ ବଡବନ୍ଧରୁ ଏକ ବର୍ଣ୍ଣଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ ପରେ ପଣ୍ଡିତ ପ୍ରୟମଣି ମିଶ୍ରଙ୍କ ପୌରହିତ୍ୟରେ ପୂଜା ଆରମ୍ଭ ହୋଇଥିଲା । ଏଥିରେ ବାସନ୍ତି ଭୋଇ ଓ ବର୍ଷା ବନଛୋର କର୍ତା ଦାୟିତ୍ୱ ତୁଲାଇଥିଲେ । ଝିଲି ଭୋଇ, ରଶ୍ମିତା ପୋଢ, ମାଧୁରୀ ସେଠ, ସୁନିତି କୁଦେଇ, ବନିତା ବାରିକ, ବବିତା ବାରିକ, ସନ୍ତୋଷନୀ , ରିଙ୍କି ମିଶ୍ର, ସସ୍ମିତା ଭୋଇ, ମହିମା ଭୋଇ, ପିଙ୍କି ପୋଢ, ସୁନିତା, ବିଲାସିନି ନାଗ, ଝୁମି ସେଠ, ଲିକା ଜାଲ, ମିନତି, ଫୁଲ, ରଶ୍ମି ପ୍ରମୁଖ ଓଷା ପାଳନରେ ଭାଗ ନେଇଥିଲେ । ରବିବାର ରାତ୍ରରେ ଓଷାର ପୂର୍ଣ୍ଣହୁତି ପରେ ମୂର୍ତିକୁ ବିସର୍ଜନ କରିଥିଲେ । ଏହି ଅବସରରେ ଅନ୍ନଛତ୍ରର ବ୍ୟବସ୍ଥା ହୋଇଥିଲା । କାର୍ଯ୍ୟକ୍ରମ ସବୁକୁ ରବି, ମକୁନ୍ଦ, ରତନ, ଅକ୍ଷୟ, ଅଭି, ଆଲୋକ, ମଧୁସୁଦନ, କିଶୋର, ବୃନ୍ଦାବନ, ସୁଦାମ, କବି, ସିଦ୍ଧାନ୍ତ, ପ୍ରହଲାଦ, ସୁମିତ ଓ ମହେଶ ପ୍ରମୁଖ ସହଯୋଗ କରିଥିଲେ । 

 

0
0
0
s2sdefault