ହେଡଲାଇନସ୍:

କିଏ ସେହି ଆଗ ଚଲା, ଯାହା ପାଇଁ ଏତେ ହେଲା : ଲାଗିଲା ଝାମେଲା ଆଉ ସରକାର ବଦନାମ ହେଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁୁବନେଶ୍ୱର: କଥାରେ ".ଖଣ୍ଡି ସେଇ ସ୍ୱାମୀ କରିବ, ହେଲେ ବଉଁଶ ବୁଡେଇ ମାରିବ" |  ନୂଆ ମୋଟରଯାନ ଆଇନରେ ମାତ୍ରାଧିକ ଟ୍ରାଫିକ୍ ଜରିମାନାକୁ ନେଇ ସାରା ରାଜ୍ୟରେ ଦେଖାଦେଇଥିବା ଜନ ଅସନ୍ତୋଷ ବ୍ୟାପିଲା ଦେଇଥିଲା । ସରକାରଙ୍କ ପଦକ୍ଷେପକୁ  ବିଭିନ୍ନ ମହଲରୁ ସମାଲୋଚନା ହେଲା | ପରିବହନ ନିୟମ କଡାକଡି ହେଉ, ହେଲେ ଏଭଳି କଠୋର ନିୟମ  ଲାଗୁ କରିବା ପୂର୍ବରୁ ଲୋକଙ୍କୁ ସଚେତନ କରାଯାଉ ଓ ସଚେତନତା ସୃଷ୍ଟି କରାଯାଉ ବୋଲି ଦାବି ହେଲା | ହେଲେ ପୋଲିସ ଓ ପରିବହନ ବିଭାଗ ଅମାନିଆ ହେଲେ | ଆରମ୍ଭ କଲେ ତନାଘନା, ଲୋକଙ୍କ ଭିତରେ ଗୋଟେ କୋକୁଆ ଭୟ | ବ୍ରିଟିଶ ପକ୍ଷ ବି ଏମିତି ଜୁଲମ କରୁନଥିବା, ତାଠୁ ଆଧିକ ଆତଙ୍କ ସୃଷ୍ଟି କଲା | ତାପରେ ଯାହା ହେବା କଥା ହେଲା | ରାଜ୍ୟବ୍ୟାପୀ ଅସନ୍ତୋଷ ବଢ଼ିଲା | ଆଉ ଯାହା ନହେବା କଥା ବି ହେଲା | ଲୋକ ତାତିଲେ, ମାତିଲେ. ତାପରେ ସରକାର ଚେତିଲେ | ତାପରେ ଛେପ ଢୋକିଲା ଆଉ ଗୋଲାପ ଚକଲେଟ ବାଣ୍ଟିଲା ପୋଲିସ | ଆଉ ମୁଖ୍ୟମନ୍ତ୍ରୀ ଘୋଷଣାନାମା ଦେଲେ ପୋଲିସ ପରିବହନ ବିଭାଗ ଆତଙ୍କ କୁ ସ୍ଥଗିତ ରଖିଲେ  ତିନିମାସ| ପାଇଁ | ଆଉ ଆରମ୍ଭ କଲେ ସଚେତନତା |   ଏମିତି କାହିଁକି ହେଲା | ଏତେ ହେଲା ପରେ ଯାହା ହେଲା ତାହା କଣ ପ୍ରଥମରୁ ହୋଇପାରିନଥାନ୍ତା ! ଲୋକଙ୍କୁ ସଚେତନ କରି ସେମାନଙ୍କ କମହପାତ୍ର ରେଡି କରିବା ପାଇଁ କିଛି ସମୟ ଦିଆଯାଇପାରିନଥାନ୍ତା, ଯାହା ଜି ଏବେ ଦିଆଗଲା ଓ କରାଗଲା ! ତେଣୁ ଏବେ ପ୍ରଶ୍ନ କିଏ ସେହି ଆଗ ଚଲା, ଯାହାର ଭୁଲ ପଦକ୍ଷେପ ପାଇଁ ସରକାର ବଦନାମ ହେଲା ?  

ଲୋକଙ୍କ ଲୋକଙ୍କ ରୋଷ ଓ ଆକ୍ରୋଶ ଏଭଳି ଚରମସୀମାରେ ପହଁଚିଲା ଯେ, ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିବାକୁ ବାଧ୍ୟ ହେଲେ | କାରଣ ଆଗରୁ ବିଭିନ୍ନ ରାଜନୈତିକ ଦଳ ପ୍ରତିବାଦ କରୁଥିଲେ । ହେଲେଏଥର କିନ୍ତୁ ସାରକଙ୍କ କାମକୁ ଲୋକ ବିରୋଧ କଲେ | ଏକ ପ୍ରକାର ବିଦ୍ରୋହ କଲେ, ଯାହାକି ନବୀନ ବାବୁଙ୍କ ଏତେ ବର୍ଷର ଶାସନ ଭିତରେ ଭୁବବେଶ୍ୱରରେ ପ୍ରାୟତଃ ହୋଇନଥିଲା |  ସେଠି ପାଇଁ ଆଉ କିଏ କହିଲେ କଥା ଜମି ନପାରେ, ତେଣୁ ଖୋଦ ମୁଖ୍ୟମନ୍ତ୍ରୀ  ଧରପଗଡକୁ ୩ ମାସ ପାଇଁ କୋହଳ କରିବା ସହ କଠୋର ନ ହୋଇ ସେମାନଙ୍କୁ ବୁଝାଇ କାଗଜପତ୍ର ଠିକ୍ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।  ଆଇନକୁ କାର୍ଯ୍ୟକାରୀ କରୁଥିବା ଏନଫୋର୍ସମେଣ୍ଟ ଏଜେନ୍ସୀମାନେ ଲୋକଙ୍କ ପ୍ରତି କଠୋର ନ ହେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକୀୟ କାଗଜପତ୍ର ଯୋଗାଡ଼ କରିବାରେ ସଂପୃକ୍ତ ବିଭାଗଗୁଡ଼ିକ ଅଧିକ କାଉଣ୍ଟର ଖୋଲି ଲୋକଙ୍କୁ ସହାୟତା ଦେବେ । ଏଥିପାଇଁ ୩ ମାସ ପର୍ଯ୍ୟନ୍ତ ଆଇନକୁ କଡ଼ାକଡ଼ି ପାଳନ ନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ଧନଜୀବନର ସୁରକ୍ଷା ପାଇଁ ଟ୍ରାଫିକ ନିୟମ ପାଳନ କରିବାର ଆବଶ୍ୟକତା ଉପରେ ମଧ୍ୟ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି |  ସମସ୍ତେ ଟ୍ରାଫିକ ନିୟମ ପାଳିବା ସହ ବିପଦପୂର୍ଣ୍ଣ ଗାଡ଼ିଚାଳନାରୁ ନିବୃତ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଆପିଲରେ କହିଛନ୍ତି |  

0
0
0
s2sdefault