ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ମାନଙ୍କ  ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

     ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ  ଡିଆରଡିଏର ଜିଲ୍ଲା ପ୍ରକଳ୍ପ ସମ୍ବଳ କେନ୍ଦ୍ର ସମ୍ମେଳନ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ପ୍ରାଣୀ-ସମ୍ପଦ ବିକାଶ ବିଭାଗ ଓ  ଗଜପତି ଜିଲ୍ଲା ମିଶନ ଶକ୍ତି ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ।

   ଏହି କାର୍ଯ୍ୟକ୍ରମ ମୁଖ୍ୟତଃ  ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ଆର୍ଥିକ ଉନ୍ନତି ତଥା  ଗ୍ରାମାଞ୍ଚଳରେ ଅଣ୍ଡା ଉତ୍ପାଦନ ବୃଦ୍ଧି ନିମନ୍ତେ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କ ଦ୍ବାରା ଅଣ୍ଡା ଦିଆ କୁକୁଡ଼ା ପାଳନ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

     ଏହି କାର୍ଯ୍ୟକ୍ରମକୁ  ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା  ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାଣା କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହି  ଏହି କାର୍ଯ୍ୟକ୍ରମ  କିଭଳି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କ ଆର୍ଥିକ ଅଭିବୃଦ୍ଧି ଓ ସାମଗ୍ରିକ ବିକାଶରେ ବିଶେଷ ସହାୟକ ହୋଇ ପାରିବ  ସେ ସମ୍ପର୍କରେ ଗୁରୁତ୍ଵାରୋପ  କରିଥିଲେ ।     

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାଃ ଦିଲୀପ କୁମାର ପଟ୍ଟନାୟକ ପ୍ରାରମ୍ଭିକ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।

      ଏହାପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ(ବୈଷୟିକ) ଆରମ୍ଭ ହୋଇଥିଲା । ଏଥିରେ ଗଜପତି ଜିଲ୍ଲା ମିଶନ ଶକ୍ତି ସଂଯୋଜକ ରଶ୍ମି ରଞ୍ଜନ ସେଠୀ ଯୋଗଦେଇ ମିଶନ ଶକ୍ତିର  ରହିଥିବା ବିଭିନ୍ନ ଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରି ଏହି କାର୍ଯ୍ୟକ୍ରମ କିଭଳି ଭାବେ ସଫଳ ରୂପାୟନ ହୋଇପାରିବ , ତାହା ଉପସ୍ଥିତ ପ୍ରଶିକ୍ଷାର୍ଥି ମାନଙ୍କୁ ବୁଝାଇଥିଲେ ।

     ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟତମ ପ୍ରଶିକ୍ଷକ ଭାବେ ଗଜପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ଦିଲୀପ କୁମାର  ପଟ୍ଟନାୟକ ଯୋଗଦେଇ ଅଣ୍ଡା ଦିଆ କୁକୁଡ଼ା ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ ସମ୍ପର୍କରେ ବୁଝାଇଥିଲେ ।

     କାର୍ଯ୍ୟକ୍ରମରେ ତୃତୀୟ ପ୍ରଶିକ୍ଷକ ଭାବେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ଏଲପି) ଅଣ୍ଡା ଦିଆ କୁକୁଡ଼ା ପାଳନର ବିଭିନ୍ନ ଦିଗ ଯଥା- ପରିଚାଳନା  ଗୃହ ନିର୍ମାଣ, ରୋଗ ପ୍ରତିଷେଧକ ବ୍ୟବସ୍ଥା ଓ ପରିଚାଳନା ସମ୍ପର୍କରେ  , ଜିଲ୍ଲାର ଉପସ୍ଥିତ ସମସ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଓ  ମିଶନ ଶକ୍ତିର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ବୁଝାଇଥିଲେ ।

      ଏହି କାର୍ଯ୍ୟକ୍ରମରେ  ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ବିଷ୍ଣୁ ଚରଣ ସାହୁଙ୍କ ସମେତ ବ୍ଲକ ସ୍ତରୀୟ ପ୍ରାଣୀ ଚିକିତ୍ସ୍ୟା ଅଧିକାରୀ ଏବଂ ମିଶନ ଶକ୍ତିର ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

    ଶେଷରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ  ଦେଇଥିବା ସମସ୍ତ ଅତିଥି ଓ ଅଧିକାରୀ ମାନଙ୍କୁ ଡାଃ ଲିମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault