ହେଡଲାଇନସ୍:

ଲୋକକବିରତ୍ନ ଡ. ହଲଧର ନାଗଙ୍କୁ ଜନ୍ମଦିନରେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛାର ସୁଅ ଛୁଟୁଛି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :- ବରଗଡ ଜିଲ୍ଲା ଘେଁସ ଗ୍ରାମର ଗର୍ବ, ଲୋକକବିରତ୍ନ ପଦ୍ମଶ୍ରୀ ଡ଼ ହଳଧର ନାଗ ଙ୍କ ଜନ୍ମଦିନ ଅବସରରେ ସମଗ୍ର ରାଜ୍ୟରେ, ବିଶେଷକରି ସୋସିଆଲ ମିଡ଼ିଆରେ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି।ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ , ବରଗଡ ସାଂସଦ ପ୍ରଦୀପ ପୁରୋହିତ , ବରଗଡ ବିଧାୟକ ଅଶ୍ବିନୀ ସରଙ୍ଗୀ ଏବଂ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ସହିତ ଅନେକ ନେତା ଓ ସାଧାରଣ ଲୋକ ସୋସିଆଲ ମିଡ଼ିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ନେତାମାନେ କହିଛନ୍ତି ଯେ, ଡ. ହଲଧର ନାଗ କୋସଲି ଭାଷା ଓ ସମ୍ବଲପୁରୀ ସଂସ୍କୃତିର ଜୀବନ୍ତ ପ୍ରତୀକ। ସେ ନିଜ ସାହିତ୍ୟ ସୃଜନ ମାଧ୍ୟମରେ ଗାଁ ଜୀବନ, ପ୍ରକୃତି ଓ ସାଧାରଣ ଲୋକଙ୍କ ଭାବନାକୁ ସରଳ ଭାଷାରେ ବିଶ୍ୱ ସମ୍ମୁଖରେ ପହଞ୍ଚାଇଛନ୍ତି, ଯାହା ତାଙ୍କୁ ଅଲଗା ପରିଚୟ ଦେଇଛି।ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ବାର୍ତ୍ତାଗୁଡ଼ିକ ସୋସିଆଲ ମିଡ଼ିଆରେ ବେଶ୍ ଭାବରେ ଭାଇରାଲ୍ ହେଉଥିବା ସହ ଲୋକମାନଙ୍କ ମଧ୍ୟରେ ବିଶେଷ ଆନନ୍ଦ ଓ ଗର୍ବର ପରିବେଶ ସୃଷ୍ଟି କରିଛି।ସେମାନେ ତାଙ୍କ ଦୀର୍ଘାୟୁ କାମନା କରି ସେ ଆଗାମୀ ଦିନରେ ମଧ୍ୟ ସମାଜକୁ ଏଭଳି ସୃଜନଶୀଳ କାର୍ଯ୍ୟ ମାଧ୍ୟମରେ ପ୍ରେରିତ କରୁଥିବେ ବୋଲି ଆଶା ପ୍ରକାଶ କରିଛନ୍ତି l

0
0
0
s2sdefault