ବିଜେପି ନେତା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଏଭଳି ଅସମ୍ମାନ କରିବା ସିଧାସଳଖ ଓଡ଼ିଶା ମାଟି ଓ ଓଡ଼ିଆ ଙ୍କ ଅସମ୍ମାନ : ଦିପାଳୀ ଦାସ
ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ବିଧାୟକ ଦିପାଳୀ ଦାସଙ୍କ ଅଧ୍ୟକ୍ଷତାରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିଜୁ ବାବୁଙ୍କ ପ୍ରତି ଦେଇଥିବା ବିବାଦୀୟ ମନ୍ତବ୍ୟ ବିରୋଧ ରେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଝାରସୁଗୁଡ଼ା ବିଜୁ ଜନତା ଦଳ, ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ବିଜେପି ନେତା ମାନେ ଦିନକୁ ଦିନ ହିନ ରାଜନୀତି କରୁଛନ୍ତି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଏଭଳି ଅସମ୍ମାନ କରିବାମାନେ ସିଧାସଳଖ ଓଡ଼ିଶା ମାଟି ଓ ଓଡ଼ିଆ ଙ୍କ ଅସମ୍ମାନ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ଦିପାଳୀ ଦାସ । ଶତାଧିକ ବିଜେଡି କର୍ମୀ ଓ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ସଦସ୍ୟା ମାନେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରିବା ସହ ଇସ୍ତଫା ଦାବି କରିଛନ୍ତି । ଯଦିଓ କ୍ଷମା ପ୍ରାର୍ଥନା ଓ ଇସ୍ତଫା ନଦିଅନ୍ତି ତେବେ ଆନ୍ଦୋଳନ କରିବାର ଚେତାବନୀ ଦିଆଯାଇଛି ।
ଏଥିରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ଯୁବ ବିଜେଡି ସଭାପତି ରୋବିନ ପାଣ୍ଡେ,ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ପୌରାଧ୍ୟକ୍ଷା ରାନୀ ହାତୀ, ବିଜେଡି ବରିଷ୍ଠ ନେତା ରବି ସିଂହ, ସନ୍ଦିପ ଅୱସ୍ତି, ରଘୁମଣି ପଟେଲ, ଅଶୋକ ଦାସ, ତୁଳସୀ ଦାସ, ମଦନ ହାତୀ, ଆଲୋକ ତ୍ରିପାଠୀ ଦାମୋଦର ନାଥ, ପଵନ ଶର୍ମା, ସୁବାସ କେଡ଼ିଆ, ଶିବାଶିଷ ପଟ୍ଟନାୟକ, ନବନୀତ କୌର, ବି ନାଗେଶ୍ୱରି ,ଦୀପା ନାଏକ ଏବଂ ବିଜେଡି ର ସମସ୍ତ କାଉନସିଲର ଉପସ୍ଥିତ ରହି ବିରୋଧ ପ୍ରଦର୍ଶନ କରିଛନ୍ତି ।








