କେନ୍ଦୁଝର,ତା୩୧/୩- କେନ୍ଦୁଝର ଜିଲ୍ଲାର ସ୍ୱାସ୍ଥ୍ୟ ସୁବିଧାକୁ ସୁଦୃଢ କରିବା ପାଇଁ ଆମ ଆଦମୀ ପାର୍ଟି (AAP) ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାବିପତ୍ର ଦାଖଲ କରାଯାଇଛି। ଧରଣୀଧର ମେଡିକାଲ କଲେଜ ରେ ତତ୍କାଳ ଟ୍ରମା କେୟାର, CT ସ୍କାନ ଓ MRI ସୁବିଧା ସ୍ଥାପନ ପାଇଁ ଏହି ଦାବି ଉଠାଯାଇଛି।
ପାର୍ଟି ନେତା ତଥା ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ମେଘନାଥ ମାଝୀଙ୍କ କହିବା ଅନୁଯାୟୀ, ଧାରଣୀଧର ମେଡିକାଲ କଲେଜ ହଜାର ହଜାର ଗ୍ରାମୀଣ ଲୋକଙ୍କୁ ସେବା ଦେଉଥିବା ସତ୍ୱେ, ସେଠାରେ ମୂଳଭୂତ ଆଧୁନିକ ସ୍ୱାସ୍ଥ୍ୟ ସୁବିଧାର ଅଭାବ ଦେଖାଯାଉଛି। ବିଶେଷକରି 1st Class Trauma Care Unit, CT Scan, MRI ଓ 24×7 ଜରୁରୀକାଳୀନ ସେବା ନଥିବାରୁ ରୋଗୀମାନେ ଅସୁବିଧାରେ ପଡ଼ୁଛନ୍ତି।
ଦୁର୍ଘଟଣା ପୀଡ଼ିତ, ମସ୍ତିଷ୍କ ଘାତ (brain stroke) ରୋଗୀ, ଗର୍ଭବତୀ ମହିଳା ଓ ଅନ୍ୟାନ୍ୟ ଗୁରୁତର ରୋଗୀମାନଙ୍କୁ ଦୂରସ୍ଥ ହସ୍ପିଟାଲକୁ ପଠାଯାଉଛି। ଏହାରେ ଗରିବ ପରିବାରମାନେ ସମୟ ଓ ଧନର କ୍ଷତି ସହିବା ସହିତ ଅନେକ ମୂଲ୍ୟବାନ ଜୀବନ ହରାଇବାର ଘଟଣା ଘଟୁଛି।
ଆମ ଆଦମୀ ପାର୍ଟି ପକ୍ଷରୁ ତୁରନ୍ତ CT Scan ଓ MRI ମେସିନ୍ ସ୍ଥାପନ, ପୂର୍ଣ୍ଣ ସଜ୍ଜିତ ଟ୍ରମା କେୟାର ସେଣ୍ଟର, ବିଶେଷଜ୍ଞ ଡାକ୍ତର ଓ ରେଡିଓଲୋଜିଷ୍ଟ ନିଯୁକ୍ତି, 24×7 ଆମ୍ବୁଲାନ୍ସ ସେବା, ICU ଓ NICU, ମଡ୍ୟୁଲାର ଓପେରେସନ ଥିଏଟର, ଏବଂ ବ୍ଲଡ୍ ବ୍ୟାଙ୍କ ସହିତ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ପାଇଁ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଶୁଭଙ୍କର ମହାନ୍ତି, କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ସଭାପତି ଜୟକୃଷ୍ଣ ନାଏକ, ଜିଲ୍ଲା କୋଷାଧ୍ୟକ୍ଷ ସନ୍ତୋଷ କୁମାର ବାରିକ ସହିତ ଦିପୁ ମହାନ୍ତ, କମଳଲୋଚନ ମହାନ୍ତ ଓ ସୁଧୀର କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ପାର୍ଟିର ଜିଲ୍ଲା ଅଧ୍ୟକ୍ଷ ପ୍ରେମାନନ୍ଦ ସିଂହଙ୍କ କହିବା ଅନୁଯାୟୀ, ଯଦି ଶୀଘ୍ର ପଦକ୍ଷେପ ଗ୍ରହଣ ନକରାଯାଏ, ତେବେ ଲୋକଙ୍କ ସ୍ୱାସ୍ଥ୍ୟ ହିତରେ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ କରାଯିବ।
ସେ ଆହୁରି କହିଛନ୍ତି, “ସ୍ୱାସ୍ଥ୍ୟ ସେବା ଏକ ମୌଳିକ ଅଧିକାର, ଏହା କୌଣସି ସୁବିଧା ନୁହେଁ”। ଜିଲ୍ଲାପାଳଙ୍କୁ ଏହି ମାମଲାରେ ତତ୍କାଳ ହସ୍ତକ୍ଷେପ କରିବା ପାଇଁ ଦାବି କରାଯାଇଛି।
ରାଜ୍ୟ
କେନ୍ଦୁଝର ମେଡିକାଲ କଲେଜରେ ଟ୍ରମା କେୟାର, ସିଟି ସ୍କାନ ଓ ଏମଆରଆଇ ସୁବିଧା ପାଇଁ ଆମ ଆଦମୀ ପାର୍ଟିର ଦାବି
- Hits: 66








