ହେଡଲାଇନସ୍:

ଲାୟନ୍ସ କ୍ଳବ ତରଫରୁ ଗୁରୁଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ପଦ୍ମପୁରସ୍ଥିତ ହେଲୋ କିଡସ ପରିସରରେ ଲାୟନଓ କ୍ଳବ ପଦ୍ମପୁର ତରଫରୁ ମହାସମାରୋହରେ ପାଳିତ ହୋଇଯାଇଛି । ଲାୟନ୍ସ କ୍ଳବର ସଭାପତି ବିଭୁଦତ୍ତ ପଣ୍ଡାଙ୍କ ସଭାପତୀତ୍ୱରେ ଅନୁଷ୍ଠିତ  ସମ୍ବଦ୍ଧ୍ୱର୍ନା ସଭାରେ କ୍ଳବର ଭାଇସ ଗଭର୍ଣ୍ଣର ବେଣୁମାଧବ ଦୋରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଂପାଦକ କିଶୋର ପାତ୍ର ଅତିଥି ପରିଚୟ ପ୍ରଦାନ କରି ଗୁରୁଦିବସର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଜୋନ ଚେୟାରମେନ ବିନୋଦ ମିଶ୍ର ସର୍ବପଲ୍ଳୀ ରାଧାକ୍ରିଷ୍ଣନଙ୍କ ଜୀବନୀ ତଥା ଗୁରୁଦିବସକୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସୀମିତ ନ ରଖି ଅଭିଭାବକ ଏବଂ ଜନସାଧାରଣଙ୍କ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ରାଜବୋରାସମ୍ବର ହାଇସ୍କୁଲର ପୂର୍ବତନ ଶିକ୍ଷକ ଲକ୍ଷ୍ମୀନାରାୟଣ ଷଢଙ୍ଗୀ ଓ ୨୦୧୮ ମସିହାରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଦ୍ୱାଦଶ ପଧାନଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଏଥିରେ କ୍ଳବ କୋଷାଧ୍ୟକ୍ଷ ସନ୍ତୋଷିନୀ ରଥ, ପଦ୍ମିନୀ ବାଗ, ସୁକୁମାରୀ ତାଣ୍ଡି, ତୁଲସୀ ମେହେର, କଲ୍ୟାଣୀ ଡନସେନା, ରାଜକିଶୋର ଯୋଷୀ, ରବି ଦୋରା, ଲୋକନାଥ ଡନସେନା, ସୁକ ମେହେର, ପ୍ରମୋଦ ମେହେର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସାନ୍ତାନୁ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।  

                    

0
0
0
s2sdefault