ହେଡଲାଇନସ୍:

ଘୁ. ଉଦୟଗିରିକୁ ଉପ-ଖଣ୍ଡ ମାନ୍ୟତାପାଇଁ ଉଠିଲା ଦାବି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ. ଉଦୟଗିରି(ଗଗନ କୁମାର ପ୍ରଧାନ ) :କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳର ବିକାଶର ଦିନକୁ ଦିନ ଠପ ହେଉ ଥିବା ମତପ୍ରକାଶ ପାଇଛି |  ଘୁ. ଉଦୟଗିରି ନେତା ବିହୀନ ଅଞ୍ଚଳ ହୋଇ ଗଲା କି ବୋଲି ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି | କିଛି ବର୍ଷ ପୂର୍ବେ ଘୁ. ଉଦୟଗିରି ଠାରେ ଅନେକ ସରକାରୀ କାର୍ଯ୍ୟାଳୟ ଥିଲା ଏବଂ କର୍ମଚାରୀ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଥିଲେ | କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ.ଘୁ ଉଦୟଗିରି ଠାରେ ନୂତନ କାର୍ଯ୍ୟାଳୟ ସ୍ଥାପିତ ହେବା ବଦଳରେ ଅନେକ ସରକାରୀ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛି | କିଛି କାର୍ଯ୍ୟାଳୟ କବର ଖାନାରେ ମଧ୍ୟ ପରିଣତ ହେଲାଣି ଏବଂ ଯେଉଁ କାର୍ଯ୍ୟାଳୟ ଗୁଡିକ ଅଛି କର୍ମଚାରୀ ଆବଶ୍ୟକତା ମୁତାବକ ନାହାନ୍ତି | ଯାହା ପାଇଁ ଜନସାଧାରଣ ବହୁତ ହନ୍ତସନ୍ତ ହେଉ ଥିବା କହିଛନ୍ତି | ଅଶୀ ଦଶକରେ ଘୁ. ଉଦୟଗିରିକୁ ଉପଖଣ୍ଡର ମାନ୍ୟତା ପାଇଁ ମଧ୍ୟ ଦାବି ହୋଇଥିଲା | ତତ୍କାଳୀନ ମୁଖ୍ୟମନ୍ତ୍ରୀ ଘୁ ଉଦୟଗିରିକୁ ଉପଖଣ୍ଡର ମାନ୍ୟତା ଦେବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିବା ଅଞ୍ଚଳର ବରିଷ୍ଠ ନାଗରିକ ଏବଂ ପୁରୁଖାନେତା ପ୍ରକାଶ କରିଛନ୍ତି |  ବର୍ତ୍ତମାନ ଘୁ. ଉଦୟଗିରିକୁ ଉପଖଣ୍ଡର ମାନ୍ୟତା ଏକ ସ୍ବପ୍ନ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି | ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁଃଖ ଦାୟକ ବୋଲି ଅଞ୍ଚଳ ବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି | ବର୍ତ୍ତମାନ କୌଣସି ଜରୁରୀ କାମ ପାଇଁ ଜନସାଧାରଣ ଜ଼ିଲ୍ଲା ସଦର ମହକୁମା ଫୁଲବାଣୀ ଏବଂ ବାଲିଗୁଡା ଉପଖଣ୍ଡକୁ ପ୍ରାୟ 150 କିମି ରୁ ଉର୍ଦ୍ଧ ରାସ୍ତା ଅତିକ୍ରମ କରି ଯାଉଛନ୍ତି | ଏହା ଏହି ଅଂଚଳର ଗରିବ ଲୋକଙ୍କ ପାଇଁ ବ୍ୟୟ ବହୁଳ ହୋଇଥାଏ | ତେଣୁ ସରକାର ଜନସାଧାରଣଙ୍କ ସ୍ୱାର୍ଥକୁ ଧ୍ୟାନ ଦେଇ ଘୁ. ଉଦୟଗିରିକୁ ଉପଖଣ୍ଡ ଘୋଷଣା ପାଇଁ ଦାବି ଉଠିଛି | ଘୁ. ଉଦୟଗିରି ଏକ ନିର୍ବାଚନ ମଣ୍ଡଳୀ ହୋଇ ଥିବାରୁ ନିର୍ବାଚନ ଆସିଲେ ଘୁ. ଉଦୟଗିରିକୁ ଧଳା ପୋଷାକଧାରି ନେତାଙ୍କ ସୁଅ ଛୁଟି ଥାଏ ଏବଂ ଅଞ୍ଚଳର କୁଜି ନେତା ମଧ୍ୟ ବେଶ ସକ୍ରିୟ ହୋଇଥାନ୍ତି | ଏପରି କି ରାଜସ୍ତରୀୟ  ନେତା ମଧ୍ୟ ଡେରା ପକାଇଥାନ୍ତି ଏବଂ ଜନତାଙ୍କୁ ପ୍ରତିଶୃତି ମଧ୍ୟ ମିଳିଥାଏ |  କିନ୍ତୁ ନିର୍ବାଚନ ସରି ଗଲେ କାହାର ମଧ୍ୟ ଦେଖା ମିଳି ନ ଥାଏ | ଅଞ୍ଚଳ ବାସୀଙ୍କ ସ୍ବପ୍ନ ସ୍ବପ୍ନ ରେ ହିଁ ରହି ଥାଏ | ନିର୍ବାଚନ ସରିଲା ପରେ ସ୍ଥାନୀୟ ନେତାଙ୍କ ମଧ୍ୟ ଦେଖା ମିଳି ନ ଥାଏ | ଘୁ. ଉଦୟଗିରିକୁ ବିକାଶ ପଥରେ କଢ଼େଇ ନେବା ପାଇଁ ଅଞ୍ଚଳପ୍ରେମୀ ନେତାଙ୍କ ଅଭାବ ଥିବା ଜନସାଧାରଣ ମତବ୍ୟକ୍ତ କରିଛନ୍ତି | ଘୁ. ଉଦୟଗିରିର ଲୋକପ୍ରିୟନେତା ତତ କାଳୀନ ପୂର୍ବତନ ବିଧାୟକ ସ୍ବର୍ଗତ ରଣଜିତ ପ୍ରଧାନଙ୍କ ନେତୃତ୍ୱରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠିତ ହୋଇଥିଲା | ଅନେକ କ୍ଷେତ୍ରରେ ବିକାଶ ମଧ୍ୟ ହୋଇଥିଲା. ଯାହା ପାଇଁ ଅଞ୍ଚଳବାସୀଙ୍କ ବିଶ୍ୱାସଭାଜନ  ଏବଂ  ଅତିପ୍ରିୟ ନେତା ମଧ୍ୟ ହୋଇ ପାରିଥିଲେ | ତାଙ୍କର ଦେହାନ୍ତ ପରେ ଘୁ ଉଦୟଗିରିବାସୀ ଏକ ନେତାଙ୍କୁ ହରାଇଥିଲେ ବୋଲି ଜଣେ ତାଙ୍କର ଦୃଢ ସମର୍ଥକ କହିଛନ୍ତି | ଏହି ଲୋକ ପ୍ରିୟ ନେତାଙ୍କ ଦେହାନ୍ତ ପରେ ଘୁ. ଉଦୟଗିରି ଠାରେ ନେତୃତ୍ୱର ସଙ୍କଟ ଦେଖା ଦେଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି | ବର୍ତ୍ତମାନ ଅଞ୍ଚଳର ବିକାଶ ପାଇଁ ଅଞ୍ଚଳପ୍ରେମୀ ନେତାଙ୍କ ଅଭାବ ଥିବା ଦେଖାଦେଇଛି | ଘୁ. ଉଦୟଗିରି ବିକାଶ ପାଇଁ ଛକ ରାସ୍ତାଘାଟ, ବଜ଼ାର, ଚା ଦୋକାନ, ଖଟିରେ ପ୍ରତ୍ୟେକ ଦିନ ବହୁତ ତର୍କ ହୋଇଥାଏ | କିନ୍ତୁ  ଲଢେଇ କରିବା ପାଇଁ ଆହ୍ୱାନ ଆସିଲେ ଆଞ୍ଚଳର ବଡ଼ବଡ଼ିଆ ନେତାଙ୍କ ଦେଖା ମିଳେ ନାହିଁ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି, ଯାହା କି ଅତ୍ୟାନ୍ତ ଲଜ୍ୟା ଏବଂ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳର ଜଣେ ସଚେତନ ନାଗରିକ କହିଛନ୍ତି | ଘୁ ଉଦୟଗିରି ବାସୀଙ୍କୁ ସରକାର ଲୋଲିପପ ଉପହାର ସ୍ୱରୂପ ଅତିରିକ୍ତ ଉପଜ଼ିଲ୍ଲାଙ୍କ କାର୍ଯ୍ୟାଳୟ ସ୍ଥାପିତ କଲେ | କିନ୍ତୁ କର୍ମଚାରୀଙ୍କୁ ନିଯୁକ୍ତି କଲେ ନାହିଁ. ବର୍ତ୍ତମାନ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ ତାଲା ଝୁଲୁଛି | ଅଞ୍ଚଳବାସୀ ଖର୍ଚାନ୍ତ ହୋଇ ବାଲିଗୁଡା ଏବଂ ଫୁଲବାଣୀକୁ ଯାଉଥିବା କହିଛନ୍ତି | ବାଲିଗୁଡା ଉପଖଣ୍ଡ 9ଟି ବ୍ଲକକୁ ନେଇ ଗଠିତ | ତେଣୁ ଏହି କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ସହ ବିଭିନ୍ନ ସରକାର କାର୍ଯ୍ୟାଳୟକୁ କର୍ମଚାରୀ ନିଯୁକ୍ତି ଏବଂ ଘୁ.ଉଦୟଗିରିକୁ ଉପଖଣ୍ଡ ଘୋଷଣା ପାଇଁ  ଅନେକ ଦିନ ହେବ ଦାବି ହୋଇ ଆସୁଛି | ଘୁ. ଉଦୟଗିରିରେ ଧଳା ପୋଷାକ ପିନ୍ଧା କୁଜି ନେତା ମାଳମାଳ | କିନ୍ତୁ ଘୁ.ଉଦୟଗିରିର ସମୂହ ସମସ୍ୟାକୁ ନେଇ ଜନସାଧାରଣଙ୍କ ବିକାଶ ପାଇଁ ଲଢୁଆ ନେତାଙ୍କ ନେତୃତ୍ୱର ଅଭାବ ରହିଛି ବୋଲି ବରିଷ୍ଠ ନାଗରିକ ରମାକାନ୍ତ ମହାପାତ୍ର ମତବ୍ୟକ୍ତ କରିଛନ୍ତି| ଯାହା ପାଇଁ ଘୁ.ଉଦୟଗିରିର ବିକାଶ ଦିନକୁ ଦିନ ଠପ ହେଉଥିବା ଅଂଚଳବାସି ମତ ପ୍ରକାଶ କରିଛନ୍ତି | ବର୍ତ୍ତମାନ ଘୁ. ଉଦୟଗିରି ଠାରେ ଏସ୍ଡ଼ିପିଓ କୃଷି ବିଜ୍ଞାନ କେନ୍ଦ୍ର, ଅତିରିକ୍ତ ଉପ-ଜ଼ିଲ୍ଲା ପାଳନ, ସବ-ଟ୍ରେଜେରି, ସବ-ରେଜିଷ୍ଟର, ଉପଖଣ୍ଡ ପୂର୍ତ୍ତ ବିଭାଗ ସହିତ ଅନେକ କାର୍ୟାଳୟ ଅଛି |  ଅନେକ କାର୍ଯ୍ୟାଳୟ ଥିଲା.ଯାହା କି ଉପଖଣ୍ଡ ମାନ୍ୟତା ପାଇଁ ଯଥେଷ୍ଟ ବୋଲି ଘୁ. ଉଦୟଗିରିର ବରିଷ୍ଠ ନାଗରିକମାନେ  କହିଛନ୍ତି | ତେଣୁ ଘୁ -ଉଦୟଗିରିକୁ ଉପ-ଖଣ୍ଡର ମାନ୍ୟତା ଯଥା ଶୀଘ୍ର ଦିଆଯାଉ ବୋଲି ସମାଜସେବୀ ମହମ୍ମଦ ଜିଆଉଦିନ, ବରିଷ୍ଠ ନାଗରିକ ରମାକାନ୍ତ ମହାପାତ୍ର, ଶ୍ୟାମ ସାହୁ, ପ୍ରଶାନ୍ତ ସାହୁ,ସମାଜସେବୀ ଦେବେନ୍ଦ୍ର ନାୟକ, ରୋହିତ କୁମାର ପ୍ରଧାନ, ନାଥନ ପ୍ରଧାନ, ଟୁନୁ ନାୟକ ମହମ୍ମଦ ମାଜିଦ, ଦିଲୀପ ନାୟକ, ଅନିଲ ଦିଗାଲ, ବିନୟ ପ୍ରଧାନ, ସଂଜିତ ନାୟକ, ସାମନ୍ତ ଶେଖର ନାୟକ,କାଁହୁ ଚରଣ ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି | ନହେଲେ ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ | 

0
0
0
s2sdefault