ହେଡଲାଇନସ୍:

ଗଣ ପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ନୂଆପଡ଼ା ଜିଲ୍ଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘରେ ଘରେ ଚାଲିଛି ପିଠାମଡା ର ଆସର

କୋମନା(ଭାଗିରଥି ଭୋଇ)- ଆଉ ଦିନକ ପରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ । ଏଥି ପାଇଁ ଉତ୍ସବ ମୁଖର ନୂଆପଡା ଜିଲ୍ଲା । ଘରେ ଘରେ ଚାଲିଛି ପ୍ରସ୍ତୁତି । ବନ୍ଧୁବାନ୍ଧବଙ୍କ ଘରେ ଭିଡ ଜମୁଥିବା ବେଲେ କିଣାବିକାରେ ସମସ୍ତେ ବ୍ୟସ୍ତ । ଘର ଲିପା ପୋଛା କରିବା ସହ କିଭଲି ଭାବରେ ଏଥର ନୂଆଖାଇ ପାଲନ କରିବେ ସେନେଇ ଚାଲିଛି ଯୋଜନା । ଏଥର ଖଡିଆଳ ଗଡଜାତ ଅଂଚଳ ପାଇଁ ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ୦୩/୦୯/୨୦୧୯ ଦିବା ୧୦.୩୦ ମିନିଟରୁ ୧୧.୪୫ ମିନିଟ ମଧ୍ୟରେ ନୂଆଖାଇ ଲଗ୍ନଧାର୍ଯ୍ୟ କରାଯାଇଛି ।  ଶନିବାର କୋମନା ବଜାର ରେ ଦେଖିବାକୁ ମିଲିଥିଲା ନାହିଁନଥିବା ଭିଡ । ଲୋକେ ଘରକରଣା ଠୁ ଆରମ୍ଭ କରି ପୋଷାକ ଓ ପନିପରିବା କିଣୁଥିଲେ । ଏଥର ପନିପରିବା ଦର ସ୍ୱଭାବିକ ଥିବା ବେଲେ କପଡା ଦର ଆକାଶ ଛୁଆଁ ଥିଲା । ସେଭଲି ଅଗ୍ରପୂଜ୍ୟ ଗଣେଷଙ୍କ ପୂକା ପାଇଁ ମଧ୍ୟ ପ୍ରସ୍ତୁତି କିଛି କମ ନୁହେଁ  । କଳାକାରମାନେ ଲାଗି ପଡିଛନ୍ତି ଗଣେଷଙ୍କ ମୂର୍ତିକୁ ଶେଷ ସ୍ପର୍ଶ ଦେବା ପାଇଁ  । ଭଲିକି ଭଲି ବାଲ ଗଣେଷ,ବଡ ଗଣେଷ ମୂର୍ତି ସତେ ଯେମିତି କଳାକାରଙ୍କ ଛୁଆଁରେ ଜୀବନ୍ତ ହୋଇ ଉଠୁଛିି । ଗଜାନନଙ୍କ ପୂଜା ସମୟ ଆସିଲେ ବେଶ ଦୁଇ ପଇସା ରୋଜଗାର ହେବା ସହ ମୁର୍ତି ତିଆରିରେ ନିଜକୁ ଆନନ୍ଦ ମିଲେ ବୋଲି କହନ୍ତି କଳାକାର ତାରାକାନ୍ତ ବନଛୋର । ସେଭଲି ସାଂସ୍କୃତିକ ଅନୁଷ୍ଠାନମାନଙ୍କରେ ମଧ୍ୟ ଚାଲିଛି  ଅଭ୍ୟାସ ।ଢୋଳ,ନିଶାନ, ତାସାର ତାଳେ ତାଳେ ଝୁମିବେ ଦର୍ଶକ । ଡାଳଖାଇ,ମାଏଲାଜଡ,ଚୁଟକୁଚୁଟା, ବଜାସାଲ ଓ ରଙ୍ଗବତୀ ଭଳି ଗୀତରେ କିଭଲି ଦର୍ଶକଙ୍କୁ ବାନ୍ଧି ରଖିବେ ସେଥି ପାଇଁ ଚାଲିଛି ନିର୍ଦେଶନା । ସମସ୍ତଙ୍କ ମନରେ ଆଶା ଓ ଉଲ୍ଲାସ ଏଥର ଧୁମଧାମରେ ପାଳନ କରିବେ ପରୁହାଁ ପରବ୍ ନୂଆଖାଇ ।

 

0
0
0
s2sdefault