ହେଡଲାଇନସ୍:

ରାୟଗଡା ପୌରପାଳିକା କାର୍ଯ୍ୟାଳୟରେ ସ୍ୱାୟତ ଶାସନ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା /ସରୋଜ କୁମାର ସାହୁ  –  ପୌରପାଳିକା ଆନୁକୁଲ୍ୟରେ ସ୍ଥାନୀୟ ପୌରପାଳିକା କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଅଛି । ପତାକା ଉତ୍ସବ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଅବସରରେ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି,ସମାଜସେବୀ ଜୟରାମ ଜେନା ଏବଂ ପୌରପାଳିକାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶ୍ରୀବେହେରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ସହରକୁ ସ୍ୱଛ ଏବଂ ସୁନ୍ଦର ରଖିବା ପାଇଁ ପୌରପାଳିକାର କର୍ମଚାରୀ ମାନେ ଅହରହ ଉଦ୍ୟମ କରୁଛନ୍ତି ଏଥି ସହ ରାୟଗଡା ଜନସାଧାରଣ ମଧ୍ୟ ସହରକୁ ସ୍ୱଚ୍ଛ ଏବଂ ସୁ୍ନ୍ଦର ରଖିବା ପାଇଁ ପୌରପାଳିକାକୁ ସହ ଯୋଗ କରିବା ପାଇଁ ନିବେଦନ କରିଥିଲେ । ପରେ ରାୟଗଡା ସହରର ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ପୌରପାଳିକା ତରଫରୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । 

ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ ) ଅନୁସୂଚିତ ଜାତି, ଜନଜାତି ତଥା ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନ୍ୟବର ସାଂସଦ ରାଜ୍ୟସଭା ଏନ.ଭାସ୍କର ରାଓ ଏବଂ ମାନ୍ୟବର ବିଧାୟକ ରାୟଗଡା ମକରନ୍ଦ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ପୌରପାଳିକାର ବାର୍ଷିକ ବିବରଣୀ ପାଠ କରିଥିଲେ । ଶ୍ରୀଶତପଥି ନିଜ ବକ୍ତବ୍ୟରେ ପ୍ରକାଶ  କରିଥିଲେ ଯେ ରାୟଗଡା ପୌରପାଳିକା ନିଜ କାର୍ଯ୍ୟଦକ୍ଷତା ଯୋଗୁଁ ଓଡିଶାରେ ଶ୍ରେଷ୍ଠ  ପୌରପାଳିକା ଭାବେ ପୁରସ୍କୃତ ହୋଇପାରଛି ।  ବର୍ତମାନ ରାୟଗଡା ସହରରେ ଜନସଂଖ୍ୟା ଅହରହ ଭାବେ ବଢିଚାଲିଛି, ଏଥି ସହ ରାୟଗଡାରେ ନୂତନ ରେଳ ଡିଭିଜନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଆହୁରି ଜନସଂଖ୍ୟା ବଢିପାରେ । ବର୍ତମାନ ରାୟଗଡା ସହରରେ ୧ ଲକ୍ଷରୁ ଉଦ୍ଧ୍ୱର୍ ଜନସଂଖ୍ୟା ଥିବା ବେଳେ ଆଗାମୀ ୧ ବର୍ଷ ମଧ୍ୟରେ ଆହୁରି ୧୦ ଜନସଂଖ୍ୟା ବଢିବାରେ । ଯ ଦ୍ୱାରା ସହରର ସୁନ୍ଦର ଏବଂ ନିର୍ମଳ ରଖିବା ପାଇଁ ଆମକୁ ଚାଲେଜଂ ଭାବେ ନେବାକୁ ପଡିବା ବୋଲି ଶ୍ରୀଶତପଥି ପ୍ରକାଶ କରିଥିଲେ । ଖୁବ ଶୀଘ୍ରୀ ୨ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ରାୟଗଡାରେ ସହରରେ ସଲିଡ ୱଷ୍ଟେଜ ପରିଚାଳନା କରାଯିବ ସହ ରାୟଗଡା ସହରର ଡଷ୍ଟବିନ ଫ୍ରି କରାଯିବ । ସ୍ୱଚ୍ଛସାଥୀ ଯୋଜନାରେ ୨୪୭ ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରିବା ପାଇଁଁ ଚିହ୍ନଟ କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୬୦ ଜଣଙ୍କୁ ପଟ୍ଟ ବଂଟନ କରାଯାଇଛି ଏବଂ ବଳକା ୧୮୭ ଜଣଙ୍କୁ ଖୁବ୍ ଶୀଘ୍ର ଏହି ଜମି ପଟ୍ଟା ବଂଟନ କରାଯିବା ନେଇ ଶ୍ରୀ ଶତପଥି ସୂଚନା ଦେଇଥିଲେ । ଏଥି ସହ ସମଗ୍ର ଓଡିଶା ସମେତ ରାୟଗଡା ସହରରେ ମଧ୍ୟ ୱାର୍ଡ ଅଫିସର ଶୁଭାରମ୍ଭ ହୋଇଯାଇଅଛି । ଏହାଦ୍ୱାରା ୱାର୍ଡବାସୀ ଆଉ ପୌରପାଳିକା ଆସି ଅଭିଯୋଗ କରିବାର କୌଣସି ଆବଶ୍ୟକତା ନାହିଁ, ୱାର୍ଡ ଅଫିସରେ ନିଜ ନିଜ ସୁବିଧା ଅସୁବିଧା ଜଣାଇ ପାରିବେ  । ସମ୍ମାନିତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ବର୍ତମାନ ରାୟଗଡା ସହର ଏକ ପ୍ରଗତିଶୀଳ ସହର ଭାବେ ଉଭାନ ହୋଇଛି । ଓଡିଶାର ପ୍ରମୁଖ ସହର ମାନଙ୍କ ମଧ୍ୟରେ ରାୟଗଡା ସହରକୁ ମଧ୍ୟ ଗଣାଯାଉଛି । ରାୟଗଡା ସହରରୁ ସୁନ୍ଦର ଓ ଶ୍ରେଷ୍ଠ ସହର ଭାବେ ଗଢି ତୋଳିବା ପାଇଁ ଯେଉଁ ମାନଙ୍କର ଭୂମିକ ଅତୁଳନୀୟ ଥିଲା ସୋମନଙ୍କ ସ୍ମୃତିଚାରଣ କରିଥିଲେ । ଆଗାମୀ ଦିନରେ ରାୟଗଡା ପୌରପାଳିକାକୁ ଶ୍ରେଷ୍ଠ ପୌରପାଳିକା ଭାବେ ଗଢି ତୋଳିବା ପାଇଁ ଶ୍ରୀମୁଦୁଲି ରାୟଗଡା ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ପ୍ରକାଶ କରିଥିଲେ ଯେ ରାୟଗଡା ପୌରପାଳିକାର ସ୍ୱଚ୍ଛ, ସୁନ୍ଦର ଓ ଉନ୍ନୟନ କାର୍ଯ୍ୟ ଯୋଗୁ ୪ ଥର ଶ୍ରେଷ୍ଠ  ପୌରପାଳିକାର ପୁରସ୍କାର ପାଇଛି । ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ ୭ ରୁ ୮ କୋଟି ଟଙ୍କା ଖର୍ଚ୍ଚ ହେଉଛି । ସହରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ସହରରେ ଥିବା ୨୪ ଗୋଟି ୱାର୍ଡ ମଧ୍ୟରୁ ୧୭ ଗୋଟି ୱାର୍ଡରେ କମ୍ୟୁନିଟ୍ ହଲ ନିର୍ମାଣ କରାଯାଇଛି । ସହରରେ ନୂତନ ଭାବେ ୪ଟି ଟାଉନ ହଲ ନିର୍ମାଣ ପାଇଁ ଯୋଜନା ରହିଥିବା ଶ୍ରୀରାଓ ପ୍ରକାଶ କରିଛନ୍ତି । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ସହରାଚଂଳର ବିକାଶ ପାଇଁ ପୌରପାଳିକାର ଅବଦାନ ଅତୁଳନୀୟ । ବିଭିନ୍ନ ସୂତ୍ରରୁ ମିଳୁଥିବା ଟିକସ ରାଶି ଉପ ଯୁକ୍ତ କାଯ୍ୟ ର୍ରେ ବିନିଯୋଗ କରିବା ପାଇଁ ମନ୍ତ୍ରୀ ଜଗନ୍ନାଥ ସାରକା ମତବ୍ୟକ୍ତ କରିଥିଲେ । ମନ୍ତ୍ରୀଙ୍କ କରକମଳରେ ରାୟଗଡା ବସଷ୍ଟାଣ୍ଡ ଠାରେ ଏକ ଡରମଟରୀ ଏବଂ ସାଇପ୍ରିୟା ନଗର ଠାରେ ୮୫ ଲକ୍ଷ ଟଙ୍କା ବ୍ୟୟରେ ଏକ  କଲ୍ୟାଣମଣ୍ଡପର ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ସ୍ୱାୟତ ଶାସନ ଦିବସ ଉପଲ କ୍ଷେ ଆୟୋଜନ ହୋଇଥିବା ବିଭିନ୍ନ ପ୍ରତିଯୋଗିର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ପୁରସ୍କୃତ କରିଥିଲେ । ଏଥି ସହ ହିତାଧିକାରୀ ମାନଙ୍କୁ ଜମି ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପୌରପାଳିକାର କର୍ମଚାରୀ ମାନେ ସହଯୋଗ କରିଥିଲେ । 

 

0
0
0
s2sdefault