ହେଡଲାଇନସ୍:

ମାରୱାଡି ମହିଳା ସମିତି ତରଫରୁ ଅଙ୍ଗଦାନ ମହତ ଦାନ, ସଚେତନତାର ବାର୍ତା ବାଂଟିଲେ ମହିଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା (ସରୋଜ ସାହୁ )  –  ଅଙ୍ଗ ଦାନ ମହତ ଦାନ ଏହି ବାର୍ତା ନେଇ ଆଜି ରାୟଗଡା ମାରୱାଡି ମହିଳା ସମିତି ତରଫରୁ ଏକ ସଚେତନତା ରାଲି ଆୟୋଜନ ହୋଇଥିଲା । ରାୟଗଡା ରେଳ ଷ୍ଟେସନ ଠାରୁ କପିଲାସ ଛକ ପର୍ଯ୍ୟନ୍ତ ଶତାଧିକ ମହିଳା ହାତରେ ପ୍ଲା କାର୍ଡ ଧରି ସଚେତନା ରାଲି ରେ ବାହାରି ଥିଲେ । ବିଭିନ୍ନ ସ୍ଲୋଗାନ ଦେବା ସହ ଶରୀରର ଅଙ୍ଗକୁ ଦାନ କରି ଅନ୍ୟ ଜଣଙ୍କ ଜୀବନ ବଂଚାଇବା ପାଇଁ ଆହ୍ୱାନ ଜଣାଇଥିଲେ । ମହିଳା ସମିତିର ସଭାପତି ଅନିତା ଜୈନଙ୍କ  ସଭାପତିତ୍ୱରେ ଆୟୋଜିତ ରାଲିରେ ସଂପାଦକ ଅଂଜୁ ବଂଶଲ, ଉପ-ସଭାପତି ଶାନ୍ତି ମାଟାନିଆ, କୋଷାଧ୍ୟକ୍ଷ ସୀମା ଅଗ୍ରୱାଲ, ସଭ୍ୟ ପାର୍ବତୀ  ମାଟାନିଆ, ଲଳିତା ଜୈନ, ଚଂଚଳା ଜୈନ, ନେହା ଅଗ୍ରୱାଲ , ଦର୍ଶନ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।  

0
0
0
s2sdefault