ପୋଲିସ ଡ଼ିଜିଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି,
ଭୁବନେଶ୍ୱର : ମଦ୍ୟପ ଗାଡି ଚାଲକ ସାବଧାନ ହୋଇ ଯାଆନ୍ତୁ । ମଦ ପିଇ ଗାଡି ଚଲାଉଥିଲା ଡ୍ରାଇଭର ମାନଙ୍କ ପାଇଁ କଡା କଡ଼ି ଆଇନ କାଲିଠାରୁ ଲାଗୁ କରିବା ପାଇଁ ପୋଲିସ ମହା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ହାଇ ୱେ ପାଟ୍ରୋଲିଂକୁ ଅଧିକ ଧ୍ୟାନ ଦେବା ସହ ମନୁଆଲ ଚାଲାଣ ବଦଳରେ ଇ ଚାଲାଣ ପ୍ରଚଳନ ଲାଗି ମୁଖ୍ୟ ସଚିବ ଡିଜିଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଏଥିପାଇଁ 500 ମେସିନ ଯୋଗାଇ ଦେବାକୁ ପରିବହନ ବିଭାଗକୁ କୁହାଯାଇଛି । ସଂଶୋଧିତ ଜୋରିମାନା କଡାକଡି ଲାଗୁ କରିବା ପାଇଁ ମୁଖ୍ୟସଚିବ ନିର୍ଦ୍ଦେଶ ଦେଇଛନ୍ତି ।