ହେଡଲାଇନସ୍:

ଭବାନୀପାଟଣା ଟାଉନ ଥାନାରେ ନୂତନ ଥାନା ଅଧିକାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜୁନାଗଡ/ ଆଦିତ୍ୟ ମହାନ୍ତି :ଭବାନୀପାଟଣା ଟାଉନ ଥାନା ରେ ନୂତନ ଥାନା ଅଧିକାରୀ ଭାବେ ବାସୁଦେବ ଛାତ୍ରିଆ ଯୋଗ ଦେଇଛନ୍ତି।  ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଟାଉନ ପୁଲିସ ସମସ୍ତ ବ୍ଯବସ୍ଥା କରିବ ବୋଲି  ଆଇଆଇସି ଶ୍ରୀ ଛତ୍ରୀଆ ପ୍ରକାଶ କରିଛନ୍ତି । ଏଥି ସହ ସହର ର ଧନଜୀବନ ର ସୁରକ୍ଷା ନିମନ୍ତେ ପ୍ରାଥମିକତା ଦିଆ ଯିବା ସହ  ସହରରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ସେ ସହରର ସମସ୍ତ ବୁଦ୍ଧିଜୀବୀ ଓ ଜନ ସାଧାରଣଙ୍କୁ କହିଛନ୍ତି. ଧନଜୀବନ ରକ୍ଷା ପାଇଁ ସମସ୍ତ ନାଗରିକ ପୁଲିସ କୁ ଠିକ୍ ସୂଚନା ଦେବା ସହ ଅପରାଧ ନିୟନ୍ତ୍ରଣ ରେ ସହଯୋଗ କରିବା ପାଇଁ ଥାନା ଅଧିକାରୀ ଅନୁରୋଧ କରିଛନ୍ତି।

0
0
0
s2sdefault