ହେଡଲାଇନସ୍:

ପ୍ରଦୀପ ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବ ପଦ ସହ ଏସଆରସି ଦାୟିତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଂଜୀବ ଚୋପ୍ରାଙ୍କୁ ଗୃହ, ବିଷ୍ଣୁପଦଙ୍କୁ ଶକ୍ତି 

ମୋନାଙ୍କୁ ଜଙ୍ଗଲ ପରିବେଶ, ଚିତ୍ରାଙ୍କୁ ସ୍କୁଲ ଗଣଶିକ୍ଷା

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ପ୍ରଶାସନିକ ସ୍ତରରେ କରିଛନ୍ତି ଅଦଳବଦଳ । 9 ଜଣ ଆଇଏଏସ ଅଫିସରଙ୍କ ହୋଇଛି ପରିବର୍ତ୍ତନ । ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ବରିଷ୍ଠ ଆଇଏଏସ ଅଫିସର  ପ୍ରଦୀପ କୁମାର ଜେନାଙ୍କୁ  ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ପଦରେ ଅବସ୍ଥାପିତ କରାଯାଇଥିବା ବେଳେ  ତାଙ୍କୁ  ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଓସଡାମାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।  ବିଶାଲ ଗଗନଙ୍କୁ ଜଳସମ୍ପଦ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ  ଅବସ୍ଥାପିତ କରାଯାଇଛି ।

ସେହିପରି ଡ. ମୋନା ଶର୍ମାଙ୍କୁ  ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି । ତାଙ୍କୁ ଅତିରିକ୍ର ଭାବେ ସାଧାରଣ ପ୍ରଶାସନ ବିଭାଗର ଦାୟିତ୍ୱଦିଆଯାଇଛି  । ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗର କମିଶନର ତଥା ସଚିବ ସହ ଏମଏସଏମଇ ବିଭାଗର କମିଶନର ତଥା ସଚିବ ଏବଂ ଇପିକଲର ସିଏମଡ଼ି ଭାବେ ନିଯୁକ୍ତି ଦିଆଯାଇଛି ।  ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଓଏଚପିସିର ସିଏମଡ଼ି ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । କୃଷି ସଚିବ ଡ. ସୌରଭ ଗର୍ଗଙ୍କୁ  ଅତିରିକ୍ତ ଭାବେ ଗ୍ରୀଡ଼କୋ ଏବଂ ଓପିଟିସିଏଲର ସିଏମଡ଼ି ତଥା ଓସିପିଇଏଲର ସିଇଓ ଦାୟିତ୍ୱ  ପ୍ରଦାନ କରାଯାଇଛି ।ସ୍କୁଲ ଏବଂ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି ଶ୍ରୀମତୀ ଚିତ୍ରା ଅରୁମୁଗମଙ୍କୁ ଅବସ୍ଥାପିତ କରାଯାଇଛି । ସେହିିିପରି ଅରବିନ୍ଦ ଅଗ୍ରୱାଲଙ୍କୁ ଅତିରକ୍ତ ସଚିବ, ଜିଏ ଆଣ୍ଡ ପିଜି(ଅତିରିକ୍ତ ଦାୟିତ୍ୱ) ପ୍ରଦାନ କରାଯାଇଛି ।

0
0
0
s2sdefault