ହେଡଲାଇନସ୍:

ଜଗତସିଂହପୁର ଏକ ସାହିତ୍ୟ କଳା ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଜିଲ୍ଲା :ମନ୍ତ୍ରୀ ଶ୍ରୀ ଜେନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଗତସିଂହପୁର:ସ୍ୱାୟତଶାସନ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟର ଶୁଭ ଉଦଘାଟନ

ଜଗତସିଂହପୁର:(ରମେଶ ମହାନ୍ତି)-:ଜଗତସିଂହପୁର ପୈାର ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ -୨୦୧୯ ପାଳନ ଅବସରରେ ସ୍ଥାନୀୟ ଟାଉନହଲ ଠାରେ ପୌରାଞ୍ଚଳର ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ,ବିଧବା ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ଗୃହ ଓ ନଗର ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟଜଳ,ଆଇନ ବିଭାଗର ମନ୍ତ୍ରୀ  ପ୍ରତାପ ଜେନା ପୌରାଞ୍ଚଳ ହିତାଧିକାରୀମାନଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।ଜଗତସିଂହପୁର ଏକ ସାହିତ୍ୟକଳା, ଐତିହ୍ୟ ଓ ସଂସ୍କୃତି ସମ୍ପନ ଜିଲ୍ଲା ବୋଲି ମନ୍ତ୍ରୀ ଶ୍ରୀ ଜେନା ବକ୍ତବ୍ୟ ରଖିଥିଲେ।ଜିଲ୍ଲାର ପାରାଦ୍ୱୀପ ବନ୍ଦର ଦେଶର ପ୍ରଗତିର ମୁଖଶାଳା। ବନ୍ଦର ନଗରୀରୁ ରାଜ୍ୟ ଅଧିକ ରାଜସ୍ୱ ପାଉଛି। ଜଗତସିଂହପୁର ମ୍ୟୁନିସିପାଲିଟିର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି।ରାଜ୍ୟ ସରକାରଙ୍କ ୫-ଟି ମନ୍ତ୍ର ଦ୍ୱାରା  ଏହି ପୈାରାଂଚଳରେ ଅନେକ କାର୍ଯ୍ୟ କରାଯିବ। ପୈାରାଂଚଳର ରାସ୍ତାଘାଟ, ପାନୀୟ ଜଳ,ବିଦ୍ୟୁତ,ବୃକ୍ଷରୋପଣ, ଆବର୍ଜନା ମୁକ୍ତ, ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି କରଣ କରାଯିବ।ସହରର ସ୍ୱଛତା, କଠିନବର୍ଜ୍ୟ ବସ୍ତୁର ସଠିକ ପରିଚାଳନା, ସ୍ୱଛ ପାନୀୟ ଜଳ ପ୍ରକଳ୍ପ, ଟ୍ରାଫିକ୍ ମ୍ୟାନେଜମେଂଟ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ। ତିର୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସ ଯୋଗଦେଇ ଜଗତସିଂହପୁର ଓ ପାରାଦ୍ୱୀପ ଏକାଥରେ ପୈାର ପାଳିକାରେ ପରିଣତ ହୋଇଥିଲା। ଜଗତସିଂହପୁର ଏକ ମଡେଲ ମ୍ୟୁନିସିପାଲିଟିରେ ପରିଣତ ହେବ ବୋଲି ପ୍ରକାଶ କରିଥିଲେ।ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଯୋଗଦେଇ ରାଜ୍ୟ ସରକାର ସହରାଞ୍ଚଳ ଲୋକ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି ଗ୍ରାମାଞ୍ଚଳ ମଧ୍ୟ ଉନ୍ନତି ହୋଇଛି ବୋଲି କହିଥିଲେ।ସ୍ଥାନୀୟ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ରାଜ୍ୟ ସରକାର ପ୍ରଗତି ପଥରେ ଅଗ୍ରସର ଅଛନ୍ତି। ଗତବର୍ଷ ପ୍ରତ୍ୟେକ ଓାର୍ଡକୁ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଡ୍ରେନେଜ୍, ଟ୍ରାଫିକ୍, ବସଷ୍ଟାଣ,ଲାଇଟ୍ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲେ। ଏହି ଉତ୍ସବରେ ଜିଲ୍ଲାପାଳ  ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ଜଗତସିଂହପୁର ସହରରେ କେବୁଲ ମାଧ୍ୟମରେ ବିଦ୍ୟୁତ ଯୋଗାଣ ପାଇଁ ୧୫କୋଟି ଟଙ୍କା, ଜିଲ୍ଲା ସଂସ୍କୃତି ଭବନର ଉନ୍ନତି କରଣ ନିମନ୍ତେ ୫୦ଲକ୍ଷ ଟଙ୍କା ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପ୍ରଦାନ କରିବ। ଏତଦବ୍ୟତୀତ ପୌରାଞ୍ଚଳର ସମସ୍ତ ଓାର୍ଡରେ ୫୦୦ରୁ ୬୦୦ ଏଲ୍.ଇ.ଡି ଲାଇଟ ଲାଗିବ। ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମର ସୈାନ୍ଦର୍ଯ୍ୟକରଣ କରାଯିବ । ଜଗତସିଂହପୁର ସହରକୁ ଆବର୍ଜନା ମୁକ୍ତ ସହରରେ ପରିଣତ କରିବା ସହିତ ଏକ ଆଦର୍ଶ ପୈାରପାଳିକାରେ ପରିଣତ କରାଯିବ । ସହରର ପ୍ରତି ଛକରେ କ୍ଲୋଜ ସର୍କିଟ କ୍ୟାମେରା ଲାଗିବା ସହିତ ପାରାଦ୍ୱୀପ ଓ ଜଗତସିଂହପୁରରେ ଉସ୍ଚର୍ଗିକୃତ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ। ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସିଂହାରପୁର ପଞ୍ଚାୟତରେ ଗୋଷ୍ଠୀ କେନ୍ଦ୍ର ଓ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ କରିଥିଲେ । ଜଗତସିଂହପୁର ପୌରାଞ୍ଚଳର ଓାର୍ଡ ନଂ-୨,ବଡବାଗଠାରେ କଂକ୍ରିଟ୍ ରୋଡ୍ ର ଶୁଭ ଉଦଘାଟନ କରିବା ସହିତ ବଡବାଗ ଆଦିବାସୀ ସାହି ଠାରେ କମୁ୍ୟନିଟୀ ଟଏଲେଟ୍ ର ଓ ସାନ ବଜାର ଠାରେ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୌରନିର୍ବାହୀ ଅଧିକାରୀ ବଳଦେବ ବେହେରା ଓ ପୌରପରିଷଦର ସମସ୍ତ କର୍ମକତା ପରିଚାଳନାରେ ସହାୟତା କରିଥିଲେ ।

 

0
0
0
s2sdefault