ହେଡଲାଇନସ୍:

ମଦ ଦୋକାନ ନ ଖୋଲିବା ପାଇଁ ୧୮ ନଂ ୱାର୍ଡବାସୀଙ୍କ ତୀବ୍ର ବିରୋଧ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଲଟେରୀ ଉଠାଣ ବନ୍ଦ କଲେ ଜିଲ୍ଲାପାଳ

ରାୟଗଡା (ସରୋଜ କୁମାର ସାହୁ)  –  ରାୟଗଡା ସହର ସ୍ଥିତ ୧୮ ନଂ ୱାର୍ଡରେ ଏକ ବିଦେଶୀ ଠିପି ମଦ ଦୋକାନ ଖୋଲିବା ନିମନ୍ତେ ବି ଜ୍ଞପ୍ତି ପ୍ରକାଶ ପାଇଥିଲା । ଆଜି ପୂର୍ବାହ୍ନ ୧୦ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୋକାନ ପାଇଁ ଲଟେରୀ ଉଠାଣ ପ୍ରସ୍ତୁତି ଚାଲିଥିବା ବେଳେ ମଦ ଦୋକାନ ନ ଖୋଲିବା ପାଇଁ  ୱାର୍ଡବାସୀ ତୀବ୍ର ବିରୋଧ କରି ଜିଲ୍ଲାପାଳଙ୍କର ପ୍ରକୋଷ୍ଠ  ନିକଟରେ ପାଟିତୁଣ୍ଡ କରି ବିରୋଧ କରିଥିଲେ । ଶେଷରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ୱାର୍ଡ ବାସୀଙ୍କ ସହ ଆଲୋଚନା କରି ଲଟେରା ଉଠାଣକୁ ସ୍ଥଗିତ ରଖାଗଲା, ମଦ ଦୋକାନ ସେହି ୱାର୍ଡରେ ଖୋଲଯିବ ନାହିଁ ବୋଲି ଉତେଜିତ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ । ଘଟଣାର ପ୍ରକାଶ ଯେ ରାୟଗଡା ସହରରେ ୧୪ ଗୋଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ, ୨ଟି ବିଦେଶୀ ଠିପି ଖୋଲା ମଦ ଦୋକାନ ରହିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ପୂର୍ବରୁ ବନ୍ଦ ହୋଇଥିବା ଗୋଟିଏ ମଦ ଦୋକାନକୁ ପୁନର୍ବାର ଖୋଲିବା ପାଇଁ ଅବକାରୀ କାର୍ଯ୍ୟାଳୟ  ପତ୍ର ସଂଖ୍ୟା ୧୦୨୬ ତା ୨୦.୦୮.୨୦୧୯ ରେ ଫର୍ମ ଏ ନୋଟିସ ପ୍ରକାଶ ପାଇଥିଲା । ୧୮ ନଂ ୱାର୍ଡ ବାସୀ ଏହାକୁ ବିରୋଧ କରି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ସେହି ୱାର୍ଡରେ ମଦ ଦୋକାନ ନ ଖୋଲିବା ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ସେହି ଭଳି ଜିଲ୍ଲା ବିକାଶ ପରିଷଦ ପ କ୍ଷରୁ ଆଇନଜୀବି ପ୍ରଦୀପ କୁମାର ଦାସ ମଦ ଦୋକାନ ନ ଖୋଲିବା ବିରୋଧ କରିଥିଲେ । ୧୮ ନଂ ୱାର୍ଡ ଏକ ବାସୀପଯୋଗ ଅଂଚଳ ହୋଇଥିବା ଏବଂ ସେଠାରେ ସ୍କୁଲ, କଲେଜ, ମନ୍ଦିର ଅନ୍ୟାନ୍ୟ ଅନୁଷ୍ଠାନ  ଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ସେହି ୱାର୍ଡରେ ଅବକାରୀ ଆଇନକୁ ଉଲଂଘନ କରି ମଦ ଦୋକାନ ଖୋଲିବା ପାଇଁ ଉଦ୍ୟମ କରୁଥିବା ନେଇ ୱାର୍ଡବାସୀ ଅଭିଯୋଗ କରିଛନ୍ତି । କିଛି ଦିନ ଧରି ଉକ୍ତ ୱାର୍ଡରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ବିଭିନ୍ନ ଅସମାଜିକ କାଯ୍ୟ ର୍ ଘଟୁଥିବା ବେଳେ ୱାର୍ଡର ଶତାଧିକ ଜନସାଧାରଣ ପ୍ରସ୍ତାବିତ ନୂତନ ମଦ ଦୋକାନକୁ ବିରୋଧ କରୁଥିବା ବେଳେ ଅବକାରୀ ଅଧି କ୍ଷକ ଜିଲ୍ଲାପାଳଙ୍କୁ ଅନ୍ଧାରରେ ରଖି ଚତୁରତାର ସହିତ ମଦ ଦୋକାନ ଖୋଲିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି ।  ଯଦି ଆଗାମୀ ଦିନରେ ସେଠାରେ ମଦ ଦୋକାନ ଖୋଲିବା ନିମନ୍ତେ କୌଣସି ଯୋଜନା କରାଯାଏ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ତା ହେଲୋ ତା ପାଇଁ ଜିଲ୍ଲା ପ୍ରଶାସନ ଓ ଅବକାରୀ ଅଧି କ୍ଷକ ଦାୟୀ ରହିବେ ବୋଲି ୱାର୍ଡ ବାସୀ ଚେତାବନୀ ଦେଇଛନ୍ତି । ସମାଜସେବୀ ସନ୍ତୋଷ ସେନାପତିଙ୍କ ନେତୃତ୍ୱରେ ଟି.ରମେଶ, ଏ.ଅନିଲ, ଏ.ଗୌରୀ, ଦାମୋଦର ମିଶ୍ର, ଉର୍ମିଳା ପଣ୍ଡା, ଏସ.କେ.ଯାଦବ, ଲୀନା ସେନାପତି, ବବିତା ଶତପଥି, ବି.ରାମାରାଓ ପ୍ରମୁଖ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ । 

0
0
0
s2sdefault