ହେଡଲାଇନସ୍:

ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶାକୁ ସର୍ବାଧିକ କାମ୍ପା ଫଣ୍ଡ ସହାୟତା ରାଶି ୫୯୩୩.୯୮ କୋଟି 

 ଏହି ଅର୍ଥରେ ରାଜ୍ୟରେ ଅଧିକ ଗଛ ଲଗାଯାଇ ସବୁଜବଳୟକୁ ବୃଦ୍ଧି କରାଯାଇପାରିବ

ନୂଆଦିଲ୍ଲୀ/ଭୁବନେଶ୍ୱର– ବନୀକରଣ ପାଇଁ କେନ୍ଦ୍ର ସରକାର କାମ୍ପା ଫଣ୍ଡରୁ ଓଡିଶାକୁ ସର୍ବାଧିକ ୫୯୩୩.୯୮ କୋଟି ଟଙ୍କା ଆର୍ଥିକ ସହୟତାକୁ ମଞ୍ଜୁରି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ କାମ୍ପା ଫଣ୍ଡରୁ ମିଳିଥିବା ଏହି ଅର୍ଥରେ ରାଜ୍ୟରେ ଅଧିକ ଗଛ ଲଗାଯାଇ ଓଡିଶାର ସବୁଜବଳୟକୁ ବୃଦ୍ଧି କରାଯାଇପାରିବ । ଏହାସହ ଏକ ସୁସ୍ଥ ଏବଂ ସ୍ୱଚ୍ଛ ପରିବେଶ ଗଢିବା ଏବଂ ଓଡିଶାର ଜୈବବିବିଧତାକୁ ସଂରକ୍ଷିତ କରିବାରେ ଏହି ଅର୍ଥ ସାହାଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖକରିଛନ୍ତି ।

 

 

0
0
0
s2sdefault