ହେଡଲାଇନସ୍:

.ପୁଣି କୋନାବିରା ରେ ହାତୀପଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହାତୀ ଆସିଲେ ବଢୁଛି ଚାଷୀଙ୍କ ଚିନ୍ତା

କୋମନା/ଭାଗିରଥି ଭୋଇ  : ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଅଂଚଳ ରେ ତୃତୀୟ ଥର ପୁଣି ହାତୀପଳ ଦେଖିବାକୁ ମିଲିଛି ।ଏଥର ହାତୀପଳରେ  ୧୦ ରୁ ୧୨ଟି ହାତୀ ଅଛନ୍ତି ।  କୋନାବିରା ନଦୀ ମଝିରେ ଥିବା ଏକ ଢିପ ରେ ହାତୀମାନେ ରହିଥିବା ବେଲେ ହାତୀ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି । କିନ୍ତୁ ହାତୀ ଆସିଲେ ବଢୁଛି ଚାଷୀଙ୍କ ଚିନ୍ତା । ପେଣ୍ଡରାବନ ଭାଲୁବାହାଲ ରେ ପଶି ଲୋକଙ୍କ ଶସ୍ୟ କୁ ନଷ୍ଟ କରିଛି ହାତୀ ।  ହଲଧର ମାଝୀ,ଅଖିଲ ମାଝୀ, ମୋହନ ମାଝୀ, ଖରକାର ମାଝୀ, ରାଏଧର ମାଝୀଙ୍କ ଧାନ, ବିରି, ଗୁର୍ଜୀ ଓ କଦଳୀ ଶସ୍ୟକୁ ହାତୀ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ଗତ ଥର ମଧ୍ୟ ହାତୀ ଆସି ଚାଷୀଙ୍କ ଫସଲ ନଷ୍ଟ କରିଥିଲା ଓ ସେମାନେ ବନବିଭାଗକୁ ଜଣାଇଥିଲେ ମଧ୍ୟ କିଛି ସାହାର୍ଯ୍ୟ ମିଲିନଥିବା କହିଛନ୍ତି । ଏବେ ଚାଷୀଙ୍କ ଫସଲ ଭଲ ହେଇଥିବା ବେଲେ  ପୁଣି ହାତୀ ଆସି ଉତ୍ପାତ ମଚାଇ ଲୋକଙ୍କ ନିଦ ହଜାଇଦେଇଛି । ସେଆଡେ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା କହିଛି ବନବିଭାଗ ।  

0
0
0
s2sdefault