ହେଡଲାଇନସ୍:

ଗଜପତି : ଜିଲ୍ଲାସ୍ତରୀୟ  ଜାତୀୟ କ୍ରୀଡ଼ା ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି  ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନର କ୍ରୀଡ଼ା ବିଭାଗ ପକ୍ଷରୁ ଓ ରାଜ୍ୟ କ୍ରୀଡ଼ା ଓ ଯୁବ-ସେବା ବିଭାଗ ଆନୁକୁଲ୍ୟରେ  ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜିଲ୍ଲା ସ୍ତରୀୟ ଜନ୍ମବାର୍ଷିକୀ ଏବଂ  ଜାତୀୟ କ୍ରୀଡ଼ା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭଯାତ୍ରାକୁ  ଡିଆରଡିଏ  ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

      ଉପସ୍ଥିତ ଛାତ୍ରାଛାତ୍ରୀ  ଓ ଖେଳାଳୀ ମାନଙ୍କୁ  କ୍ରୀଡ଼ା ସମ୍ପର୍କରେ ବାର୍ତ୍ତା ଦେଇ କହିଥିଲେ ଯେ ହକି ଖେଳ ପାଈଁ ଭାରତ ,  ବିଦେଶରେ ବେଶ ପରିଚିତ ଥିବା ସହ ଏହା ଏକ ସ୍ବତନ୍ତ୍ର ପରିଚୟର ସ୍ଥାନ ବଜାୟ ରଖିଛି । ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏହି ଅବସରରେ ନୂଆଦିଲ୍ଲୀ ଠାରେ ସୁସ୍ଥ ଓ ଦକ୍ଷ ଭାରତ ଅଭିଯାନର ଶୁଭାରମ୍ଭ କରିବେ  । କହିବାର ମାନେ ହେଲା  , ଯେ ଦେଶର ସମସ୍ତେ ଚାକିରିଆ ହୁଅନ୍ତୁ କି ବେଚକିରିଆ ହୁଅନ୍ତୁ ସମସ୍ତେ ଶାରୀରିକ ଭାବେ ସୁସ୍ଥ ରହିବା ସହ ମାନସିକ ଭାବେ ଦକ୍ଷ ରହିବା ଆବଶ୍ୟକ । ଦକ୍ଷ (ଫିଟ୍) ଭାରତ ଅଭିଯାନରେ ଆମେ ସମସ୍ତେ ଆମର ବାହାର କାର୍ଯ୍ୟ-ଦକ୍ଷତାକୁ ଅଧିକ ଫୋକସ କରିବା ଏବଂ ଏହି ଅଭିଯାନକୁ ସବୁ ସ୍ତରରେ ସାକାର କରିବା ପାଇଁ ଆହ୍ବାନ କରିଥିଲେ । 

      ଜିଲ୍ଲା କ୍ରୀଡ଼ା ଅଧିକାରୀ  ପ୍ରଭାକର ତ୍ରିପାଠୀ  ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି କ୍ରୀଡ଼ା ମନୁଷ୍ୟକୁ ଖେଳୁଆଡ଼ ମନୋଭାବ ସହ  ଅନେକ କିଛି ସବୁ ଶିଖାଇ ଥାଏ । ଛାତ୍ରଛାତ୍ରୀ ମାନେ  ଶୃଙ୍ଖଳା , ନିଷ୍ଠା ,ଓ ଦୃଢ ମନୋବଳ ସହ ସଫଳତାର ପଥରେ  ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ ।  ହକି'ର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ  ଭାରତ ଅଲିମ୍ପିକ ହକି  ଖେଳରେ ଭାରତକୁ  ୧୯୨୮,  ୧୯୩୨ ,ଓ ୧୯୩୬ ମସିହାରେ ବିଜେତା  କରାଇଥିଲେ  । ଏଥିସହ ୧୯୨୬ ରୁ  ୧୯୪୮ ମସିହା ମଧ୍ୟରେ ଅନୁଷ୍ଠିତ ହକି ମ୍ୟାଚରେ  ବିପକ୍ଷ ଦଳ ବିରୋଧରେ ୪୦୦ ରୁ ଆଧିକ ଗୋଲ ମାରିଥିଲେ । ତେଣୁ ପ୍ରତ୍ୟେକ ଖେଳାଳୀ ନିଜର ସାମର୍ଥ୍ୟ ଖଟାଇ  ଦୃଢ ମନୋବଳ , ଅଧ୍ୟବସାୟ  , କଠିନ ପରିଶ୍ରମ ବଳରେ  କ୍ରୀଡ଼ା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଦେଖାଇ ଦେଶ ପାଈଁ ଗୌରବ ଆଣିବା ମନୋଭାବ ରଖିବା ଉଚିତ ବୋଲି କହିଥିଲେ । 

ଅନ୍ୟ ପକ୍ଷରେ ନିଜକୁ ସୁସ୍ଥ ଓ ଦକ୍ଷ ରଖିବା ଦ୍ବାରା କିଭଳି  ସୁସ୍ଥ ଓ ଦକ୍ଷ ଭାରତ ଗଠନ ଦିଗରେ ବିଶେଷ ସହାୟକ ହୋଇ ପାରିବେ ତାହା କହିଥିଲେ । ଶୋଭାଯାତ୍ରାରେ ପିଲାମାନେ ବିଭିନ୍ନ ସ୍ଲୋଗାନ ମାନ ଦେଇ କ୍ରୀଡ଼ା ଉପରେ ଜନସାଧାରଣଙ୍କୁ  ଜଣାଇ ଥିଲେ ।

      ଏହି ଅବସରରେ ପୂର୍ବାହ୍ନରେ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ  ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନୂଆଦିଲ୍ଲୀଠାରେ ଫିଟ୍-ଇଣ୍ଡିଆ ସମ୍ପର୍କିତ କାର୍ଯ୍ୟକ୍ରମରେ ଯୋଗଦାନ ଓ ଅଭିଭାଷଣ ଉପରେ  ଲାଇଭ ଟେଲିଭିଜନ ମାଧ୍ୟମରେ ପ୍ରଦର୍ଶନ କରା ଯାଇଥିଲା । 

    ଏହି କାର୍ଯ୍ୟକ୍ରମ ପରେ  ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଛାତ୍ରାଛାତ୍ରୀ ଓ ଖେଳାଳୀ ମାନଙ୍କୁ ଫିଟ୍-ଇଣ୍ଡିଆର  ଦିଗ ଉପରେ କହି ନିଜକୁ ସୁସ୍ଥ ଓ ଦକ୍ଷ ରଖିବା ସହ  ସମସ୍ତଙ୍କ ଠାରେ ଏହା ସମ୍ଭବ ବେଳେ ଦେଶର ବିକାଶ ପଥ ଦୃତ ଗତିରେ ଆଗେଇ ଯାଇପାରିବ ବୋଲି କହିଥିଲେ ।

     ଶେଷରେ ନିଜକୁ ଶାରୀରିକ ଓ ମାନସିକ ଭାବେ ସବୁବେଳେ ସୁସ୍ଥ ଓ ଦକ୍ଷ ରଖିବା ସହ ଦେଶକୁ ସବୁ କ୍ଷେତ୍ରରେ ସୁସ୍ଥ ଓ ଦକ୍ଷ ରଖିବାରେ ସହାୟକ ହୋଇ  ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ସ୍ୱପ୍ନର ଫିଟ୍-ଇଣ୍ଡିଆ ଅଭିଯାନକୁ ସାକାର କରିବା ଦିଗରେ ଶପଥ-ପାଠ କରାଇଥିଲେ  ।

    ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ , ଡିଆଇପିଆରଓ ରବି ଚନ୍ଦ୍ର ନାୟକ ଓ ଡିସିପିୟୁ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚସୀନ ଥିଲେ ।

 

 

0
0
0
s2sdefault