ହେଡଲାଇନସ୍:

ବିଦେଶରେ ଖ୍ରୀଷ୍ଟିଆନ ଧର୍ମୀ ଲୋକଙ୍କ ମଧ୍ୟରେ ହିନ୍ଦୁ ଧର୍ମର ବହୁ ଆଦର  ରହିଛି : ଶଙ୍କରାନନ୍ଦ ଗିରି  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆନ୍ତର୍ଜାତୀୟ ଧର୍ମ ଜାଗରଣ ସଭା 

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସେରଙ୍ଗ ଠାରେ  ଆନ୍ତର୍ଜାତୀୟ ଧର୍ମ ଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ  ଅଖିଳ ଭାରତୀୟ ସନ୍ଥ ସମିତି ଅଧ୍ୟକ୍ଷ ତଥା ଆନ୍ତର୍ଜାତୀୟ କ୍ରିୟା ଯୋଗି ସ୍ୱାମୀ ଶଙ୍କରା ନନ୍ଦ ଗିରି ଯୋଗ ଦେଇ ଭାରତୀୟ ସଂସ୍କୃତି , ହିନ୍ଦୁ ଧର୍ମର ଗୀତା ଓ ମହାଭାରତ ସମେତ ନାରୀ-ଶିକ୍ଷା ଉପରେ କହିଥିଲେ ।

   ଅନ୍ୟ ପକ୍ଷରେ ବିଦେଶରେ ଖ୍ରୀଷ୍ଟିଆନ ଧର୍ମୀ ଲୋକଙ୍କ ମଧ୍ୟରେ ହିନ୍ଦୁ ଧର୍ମର ବହୁ ପ୍ରଶଂସା ରହିଛି , ଏମିତିକି ଖ୍ରୀଷ୍ଟିଆନ ଲୋକମାନେ  ଖୋଳ-ମୃଦଙ୍ଗ ସଂକୀର୍ତ୍ତନ କରି  ନାଚି ନାଚି ଯାଇଥାନ୍ତି। ସେରଙ୍ଗ ଠାରେ ଥିବା ଶହ ଶହ ବର୍ଷର ପୂରାତନ ଶ୍ରୀ ଶ୍ରୀ ରାଧାକାନ୍ତ ମନ୍ଦିରର ପୁନଃଉଦ୍ଧାର କରାଯିବା ସମ୍ପର୍କରେ କହିଥିଲେ ।

   ଅନ୍ୟ ପକ୍ଷରେ   ରୁଷିଆର ଦମ୍ପତ୍ତି  କ୍ରିୟା-ଯୋଗ ଦୀକ୍ଷା ନେଇ  ତାଙ୍କ ଜୀବନରେ ଵହୁ ଉନ୍ନତି ହେଉଥିବା କହିଥିଲେ । ଭାରତୀୟ ସଂସ୍କୃତି ମହାନ । ଭାରତ ବର୍ଷର ନାଚ ଓ ଗୀତ ବହୁ ସୁନ୍ଦର ଏବଂ ଏଠାରେ ବହୁ ଜ୍ଞାନ ଭରି ରହିଛି । ଭାରତର ସଂସ୍କୃତି , ହିନ୍ଦୁତ୍ୱ  ଓ ହିନ୍ଦୁ ଧର୍ମ ଗ୍ରହଣ କରି  ସେମାନେ କିଭଳି ଅନୁଭବ କରୁଛନ୍ତି ତାହା କହିଥିଲେ।

      ଏହି କାର୍ଯ୍ୟକ୍ରମରେ ମହନ୍ତ ମହାରାଜ  ରାଧା ଚରଣ ଦାସଜୀଙ୍କ ସଭାପତିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ମହନ୍ତ ମହାରାଜ  ମଦନ ଗୋପାଳ ଦାସଜୀ ,  ମହନ୍ତ ଯଶୋଦା ନନ୍ଦ ଦାସଜୀ ,  ମହନ୍ତ ମହାରାଜ ସୀତାରାମ ଦାସଜୀ, ଅଖିଳ ଭାରତ ସନ୍ଥ ସମିତି'ର ମହନ୍ତ ମହାରାଜ ସତ୍ୟାନନ୍ଦ ଦାସଜୀ ଙ୍କ ସମେତ  ଓଡିଶାର ବିଭିନ୍ନ ପ୍ରାନ୍ତରରୁ ବହୁ ସଂଖ୍ୟାରେ ସାଧୁସନ୍ଥ ମାନେ ଯୋଗ ଦେଇ ପ୍ରବଚନ ଦେଇଥିଲେ ।

0
0
0
s2sdefault