ହେଡଲାଇନସ୍:

ନବୀନ ବାବୁଙ୍କର ଡ୍ରିମ ପ୍ରଜେକ୍ଟ ର ବିଳମ୍ବ ପାଇଁ ଦାୟୀ କିଏ  ? 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରତିବନ୍ଧକ ସାଜିଛନ୍ତି ଅସାଧୁ ଠିକାଦାର 

ବରଗଡ :-  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ପଶ୍ଚିମ ଓଡିଶା ବାସୀ ଙ୍କର ଉନ୍ନତି ଓ ଗମନାଗମନ ର ସୁବିଧା ପାଇଁ ଏକ ବଡ ସ୍ୱପ୍ନ ଦେଖିଥିଲେ ।ସେ ସ୍ୱପ୍ନ ଟି ହେଲା ବିଜୁ ଏକ୍ସପ୍ରେସ ୱେ । 4 ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ କେବଳ ଗମନାଗମନ ର ମାଧ୍ୟମ ତାହାନୁହେଁ ଏହି ଏକ୍ସପ୍ରେସ ୱେ ଏହି ଅଂଚଳର ଆର୍ଥିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିବ , ଏହି ଚିନ୍ତାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିଜୁ ଏକ୍ସପ୍ରେସ ୱେ ର ସ୍ୱପ୍ନ ଦେଖିଥିଲେ । ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ସ୍ୱପ୍ନ ପୂରଣ ହେବା ଏବେ ଅନିଶ୍ଚିତତା ଘେରରେ । 

          ପ୍ରଥମେ ବନ୍ଟି ଅଗ୍ରୱାଲ , ଟେଣ୍ଡର ହତେଇବା ପାଇଁ ଅନେକ ଜାଲ TDR ଦେଇ ,ବଣ୍ଟି ର ଜେଲ ଯାତ୍ରା ପରେ , କଲା ତାଲିକା ଭୁକ୍ତ ହେଇଥିଲା ବଣ୍ଟି । ସେ ପାଇଥିବା ସବୁ କାମ ବାତିଲ କରିଥିଲା ବିଭାଗ ।ଏହାପରେ ପୁନର୍ବାର ଟେଣ୍ଡର ପ୍ରକ୍ରିୟା ଓ ତାପରେ କାମ ଆରମ୍ଭ । ଏହି ଭିତରେ ଅନେକ ସମୟ ବର୍ବାଦ ହେଇ ପଡିଥିଲା । ପୁନର୍ବାର ଏହିଭଳି ଏକ କାରନାମା ଦେଖିବାକୁ ମିଳିଛି । ଏଥର ଜଣେ ଠିକାଦାର ଭୁଲ ଷ୍ଟେଟମେଣ୍ଟ ଓ ଡିକଳାରେସନ ଦେଇ ଏହି ବିଜୁ ଏକ୍ସପ୍ରେସ ୱେ ର ଟେଣ୍ଡର ହାତେଇ ଥିଲା । ଭୁଲ ଷ୍ଟେଟମେଣ୍ଟ କଥା ବିଭାଗୀୟ ଚିଫ ଇଂଜିନିୟର ଶ୍ରୀ ଆଦିତ୍ୟ କୁମାର ରାୟ ଙ୍କର ଦୃଷ୍ଟିଗୋଚର ହେବା ମାତ୍ରେ ଶ୍ରୀ ରାୟ ତୁରନ୍ତ ସମ୍ପୃକ୍ତ ଠିକାଦାର କୁ ସୋକଜ ଗତ 12 / 7 /2019 ନୋଟିସ ପଠାଇଥିଲେ । ଶୁଣିବାକୁ ମିଳୁଛି ଏହି ମମାଲଟି ବର୍ତମାନ କୋର୍ଟରେ ବିଚରାଧୀନ ରହିଛି ।

       ଏଠି ମୂଖ୍ୟ କଥା ହେଲା ଯେ ଏହିଭଳି ଅସାଧୁ ଠିକାଦାର ମାନଙ୍କ ପାଇଁ ବିଜୁ ଏକ୍ସପ୍ରେସ ୱେ ଭଳିଆ ମହତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ନିଜ ନିର୍ଦ୍ଧାରିତ ସମୟରେ ପୁରଣ ହେଇ ପାରୁନାହିଁ । ଯାହା ଫଳରେ କି ଜନସାଧାରଣ ନାହିଁନଥିବା ଅସୁବିଧା ଭୋଗ କରିବା ସହିତ ସରକାର ଙ୍କର ଅନେକ ଆର୍ଥିକ କ୍ଷତି ହେଉଛି । ଏଠି ବିଶେଷ ଧନ୍ୟବାଦ ଚିଫ ଇଂଜିନିୟର ଶ୍ରୀ ଆଦିତ୍ୟ କୁମାର ରାୟ ଙ୍କୁ ଯିଏ ଉପଯୁକ୍ତ ସମୟରେ ଠିକାଦାର ର କଲା କାରସାଦି କୁ ଚିନ୍ହି ପାରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଭଳି ଠିକାଦାର ଙ୍କୁ ତୁରନ୍ତ କଳା ତାଲିକା ଭୁକ୍ତ କରାଯିବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ଉକ୍ତ ଠିକାଦାର ପାଇ ଥିବା କାମ ପାଇଁ ବର୍ତ୍ତମାନ ଅଧିକ ବ୍ୟୟ ହେବ । ଯାହା ଫଳରେ କି ରାଜ୍ୟ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ ତେଣୁ ଯେଉଁ ଡିଫାରେନସିଆଲ ଆମାଉଣ୍ଟ କୁ ଉକ୍ତ ଠିକାଦାର ଓ ଠିକାଦାର କୁ ସହଯୋଗ କରି ଆସୁଥିବା ବିଭାଗୀୟ ଅଧିକାରୀ ମାନଙ୍କର ନିକଟରୁ ଭରଣା କରାଯିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

0
0
0
s2sdefault