ହେଡଲାଇନସ୍:

ଅଚାନକ ମନ୍ତ୍ରୀଙ୍କୁ ଦେଖି ଷ୍ଟାଫ ଆବାକାବା : ୫ ଟି ଉପରେ ଦେଲେ ଗୁରୁତ୍ୱ, ସମୟରେ ଆସିବାକୁ ଦେଲେ ପରାମର୍ଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ପରିଦର୍ଶନ

ଭୁବନେଶ୍ୱର:  ଆଜି ଅଚାନକ ସକାଳେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପହଂଚିଗଲେ ସରପ୍ରାଇଜିଙ୍ଗ ଭାବେ ନଅ ତାଲା ସ୍ଥିତ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ |  ମନ୍ତ୍ରୀଙ୍କୁ ଦେଖି ଷ୍ଟାଫ ସବୁ ଆବାକାବା | ଯଦିଓ ୧୦ଟା ବାଜି ଯାଇଥିଲା ତଥାପି ଅନେକ ସିଟ ଫାଙ୍କା | କାର୍ଯ୍ୟାଳୟରେ ଲାଗିଥିବା ବାୟୋମେଟ୍ରିକ  ସହ କର୍ମଚାରୀମାନଙ୍କ ଉପସ୍ଥାନ ଯାଞ୍ଚ କରିଥିଲେ |  ନିର୍ଦ୍ଦେଶାଳୟର ସବୁ ପ୍ରକୋଷ୍ଠକୁ ବୁଲି ଦେଖିଲେ |  

 ପ୍ରତି ସପ୍ତାହରେ ବାୟୋମେଟ୍ରିକ ଯାଞ୍ଚ କରାଯାଉଥିବା ବିଷୟରେ ମନ୍ତ୍ରୀ ପଚାରି ବୁଝିଥିଲୋ ଜାଣିବାଜୁ ପାଇଲେ ହେ ବହୁ କର୍ମଚାରୀ ବିଳମ୍ବରେ ଆସି ବିଳମ୍ବରେ ଯାଉଛନ୍ତି | ହେଲେ ମନ୍ତ୍ରୀ କିଙ୍କ ତାକୁ ନାପସନ୍ଦ କରିଥିଲେ | ସମୟରେ ଅଫିସ ଆସି ସମୟରେ ଆମେ ଗଲେ କିଛି ଅସୁବିଧା କି ବୋଲି ଉପସ୍ଥିତ କର୍ମଚାରୀ ଓ ଅଧିକାରୀଙ୍କୁ ପଚାରିଥିଲେ |  କର୍ମଚାରୀମାନଙ୍କ ସହିତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ୫ "ଟି' ସୂତ୍ର ଆଧାରରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲୋ ସମସ୍ତଙ୍କୁ ସମୟାନୁବର୍ତ୍ତି ହୋଇ ଠିକ ସମୟରେ ଅଫିସ ଆସିବାକୁ ପରାମର୍ଶ ମନ୍ତ୍ରୀ ଡ଼ ସାହୁ ପରାମର୍ଶ ଦେଇଥିଲେ | ନିର୍ଦ୍ଧାରିତ ସମୟରେ ମଧ୍ୟରେ ପ୍ରତ୍ୟେକ ଫାଇଲ କାର୍ଯ୍ୟ ସାରିବା ଉପରେ ସେ ଗୁରୁତ୍ୱ ଦେଇଥିଲୋ କର୍ମଚାରୀମାନେ ସେମାନଙ୍କର ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ବଳରେ ରାଜ୍ୟର ପ୍ରଗତିରେ ଭାଗୀଦାର ହେବାକୁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲୋ | ଯେହେତୁ ସରକାରଙ୍କ ନିର୍ଦ୍ଦେଶ ମାନି ଟିଚିଙ୍ଗ ଆଉ ନନ ଟିଚିଙ୍ଗ ଷ୍ଟାଫ  କେହି ଭୁବନେଶ୍ୱର  ଆସି  ଡିଷ୍ଟର୍ବ  କରୁନାହାନ୍ତି ତେଣୁ କୌଣସି ଫାଇଲ  ପକେଇ ନ ରଖି ତୁରନ୍ତ ସମସ୍ତ  ଗ୍ରିଭାନସ କୁ ଅଡ୍ରେସ କରିବା ପାଇଁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ଶ୍ରୀ ସାହୁ |

0
0
0
s2sdefault