ହେଡଲାଇନସ୍:

ଗୁଣପୁର: ଗାୟତ୍ରୀ ଗ୍ରୁପ ଅଫ୍ ଇନଷ୍ଟୁସନର ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଧନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣୁପୁର/ ସିଦ୍ଧାର୍ଥ ଦାଶ - ରାୟଗଡ ଜିଲ୍ଲା ଗୁଣପୁର ଠାରେ ଗାୟତ୍ରୀ ଗ୍ରୁପ ଅଫ୍ ଇନଷ୍ଟୁସନ ର  G.I.S.T ଓ G.I.C.M.S ଆନୁକୁଲ୍ୟ ରେ  ୨୦୧୯ - ୨୦ ବର୍ଷ ର ଫାର୍ମାସି , ଏମ.ବି.ଏ ଏବଂ ଏମ.ସି.ଏ ର ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବ ରେ ଗାୟତ୍ରୀ ଗ୍ରୁପ ଅଫ୍ ଇନଷ୍ଟୁସନ ର ଅଧକ୍ଷ ଶ୍ରୀ ଅକ୍ଷୟ ଦାସ ମୁଖ୍ୟ ଅତିଥି ଭାବେ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗାୟତ୍ରୀ ଗ୍ରୁପ ଅଫ୍ ଇନଷ୍ଟୁସନ ର ପରିଚାଳନା ନିର୍ଦ୍ଧେଶକ ତଥା ସମ୍ପାଦକ ଶ୍ରୀ ସଂଜୟ ସାହୁ ଯୋଗ ଦେଇଥିଲେ । ଉତ୍ସବ ର ଅନ୍ୟତମ ଅତିଥି ଭାବେ ଗାୟତ୍ରୀ ଗ୍ରୁପ ଅଫ୍ ଇନଷ୍ଟୁସନ ର AO ଶ୍ରୀ ପି ଭି କୋଟେସ୍ୱର ରାଓ , GICMS ର ପ୍ରିନ୍ସିପାଲ ଶ୍ରୀ ଧବଳ ପଟ୍ଟନାୟକ ଏବଂ GIST ର ପ୍ରିନ୍ସିପାଲ ଡ଼ଃ ଶ୍ରୀ ଦିଲ୍ଲୀପ ଜେନା ମଞ୍ଚାସୀନ ରହିଥିଲେ ।

ଅନୁଷ୍ଠାନ ର ଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ଏବଂ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ବୃନ୍ଦ ଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ହେବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । 

ମୁଖ୍ୟ ଅତିଥି ଶ୍ରୀ ଦାସ ଏବଂ ସମ୍ମାନିତ ଅତିଥି ଶ୍ରୀ ସାହୁ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଶିକ୍ଷା କୁ ଗୁରୁତ୍ୱ ଦେବା ଏବଂ ବିପଥ ନ ହୋଇ ଅଧ୍ୟାପକ ଅଧ୍ୟାପିକା ଦର୍ଶାଉଥିବା ସଠିକ ରାସ୍ତା ରେ ଚାଲିଲେ ନିଜ ନିଜ ଭବିଷ୍ୟତ ଉଜ୍ଜ୍ୱଳ ହେବା ସହ ଜୀବନ ରେ ଏକ ଭଲ ମଣିଷ ହୋଇପାରିବେ ବୋଲି କହିଥିଲେ । 

ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଅଧ୍ୟାପିକା ଶ୍ରୀମତୀ ମନ୍ମୟି ମହାପାତ୍ର ଏବଂ ଅଧ୍ୟାପିକା ସୁଶ୍ରୀ ଦିପାଲି ପାଢ଼ୀ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ବିବରଣୀ ଅଧ୍ୟାପିକା ସୁଶ୍ରୀ ପ୍ରିୟଙ୍କା ପାଢ଼ୀ ଉପସ୍ଥାପନ କରିଥିଲେ । ପରିଶେଷ ରେ ଅନୁଷ୍ଠାନ ର ଅଧ୍ୟାପିକା ସୁଶ୍ରୀ ସୀତାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault