ହେଡଲାଇନସ୍:

ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କାର୍ଯ୍ୟକ୍ରମରେ ସହଯୋଗ ଜାରି ରଖିବା ୟୁନିସେଫ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କଲେ ୟୁନିସେଫ୍ ମୁଖ୍ୟ କ୍ଷେତ୍ର ଅଧିକାରୀଙ୍କ

ଭୁବନେଶ୍ୱର ,(ଶାସକ ପ୍ରଶାସକ): ୟୁନିସେଫ୍ ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲ୍ସେନ୍ ଆଜି ସଚିବାଳୟ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ,କାର୍ଯ୍ୟକାରୀ ହେଉଥିବା ସମ୍ପୂର୍ଣ୍ଣା ଯୋଜନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଏହି ସବୁ  କାର୍ଯ୍ୟକ୍ରମ ଓଡିଶାରେ ବେଶ୍ ସଫଳତାର ସହିତ କାର୍ଯ୍ୟକାରୀ ହେଉଥିବା ଏବଂ ଏହାର ସୁଫଳ ମିଳୁଥିବା  ପ୍ରକାଶ କରି ଆଗାମୀ ଦିନରେ ୟୁନିସେଫ୍ ତାର ସହାୟତା ଓ ସହଯୋଗ  ବଜାୟ ରଖିବା ବୋଲି ପ୍ରକାଶ କରିଛନ୍ତି । 

ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ବିଶେଷ କରି ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ସେମାନଙ୍କ ସହଯୋଗ ନିମନ୍ତେ ଏବଂ ଆଗାମୀ ଦିନରେ ସେମାନଙ୍କର ସହଯୋଗ ଜାରିରଖିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଏହି ଆଲୋଚନା କାଳରେ ୟୁନିସେଫ୍ର ସ୍ୱାସ୍ଥ୍ୟ ବିଷେଜ୍ଞ ଡାଃ ବିବେକ ବୀରେନ୍ଦ୍ର  ସିଂହ ମଧ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault