ହେଡଲାଇନସ୍:

୬ରେ ହନି-ସିଂହଙ୍କ  ଓଡିଶା ଲେଉଟାଣି, ଏସସିବିରେ ହେବେ ଚିକିତ୍ସିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର(ଶାସକ ପ୍ରଶାସକ) ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଜଗା-ବଳିଆ ଦିଲ୍ଲୀ ଏମ୍ସରୁ ୬ ତାରିଖରେ ଆସିବେ ଏବଂ ୭ ତାରିଖରେ ସିଧା କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ପହଂଚିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ସୋମାନେ ୬ ତାରିଖରେ  ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସ୍ରେ ଆସିବେ । ସେମାନଙ୍କ ସହିତ ଦିଲ୍ଲୀ ଏମ୍ସର ଡାକ୍ତର ଦୀପକ ଗୁପ୍ତା , ଡାକ୍ତର ଜି ରଥ , ଡାକ୍ତର କେ.କୁମାର ଓ ଏ . ଡାନିଏଲ ଆସୁଥିବା ବେଳେ କଟକ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲର ସହକାରୀ ପ୍ରଫେସର ଡାକ୍ତର ଏସ୍.ଏସ୍ ବରିହା , ଡାକ୍ତର ବି.ପି.ନାୟକ ଏବଂ ଓଡିଶା ନିବାସର ଅଧିକାରୀ ଡି.କେ.ସାମଲ ଆସୁଛନ୍ତି । କଟକ ଏସ୍.ସି.ବି ମେଡିକାଲରେ ଜଗା-ବଳିଆ( ହନି-ସିଂହ)ଙ୍କ ଚିକିତ୍ସା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ଏ ନେଇ ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀଦଳ ଗଠନ କରାଯାଇଛି । ଏହି ଦଳ ଜଗା–ବଳିଆ( ହନି-ସିଂହ) ଙ୍କ ଚିକିତ୍ସା ଦାୟିତ୍ୱରେ ରହିବେ । ସେମାନଙ୍କୁ ଏକ ସ୍ୱତନ୍ତ୍ର ନ୍ୟୁରୋ ସର୍ଜରୀ ବିଭାଗରେ ଏକ ସ୍ୱତନ୍ତ୍ର କ୍ୟାବିନରେ ରଖାଯିବ । କଟକ ଏସ୍.ସି.ବିରେ ଜଗା-ବଳିଆଙ୍କ ପାଇଁ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସ୍.ସି.ବି ମେଡିକାଲକଲେଜ ଅଧିକ୍ଷକ ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତିଙ୍କୁ ନିର୍ଦ୍ଦେଶ  ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

ମୁଣ୍ଡ ଅଲଗା ହେବା ପୂର୍ବରୁ ଏମ୍ସରେ ହନି-ସିଂହ ନିଜ ପିତାମାତାଙ୍କ ସହ, ନିକଟରେ ଅଛନ୍ତି ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଓ ଚିକିତ୍ସା ଦାୟିତ୍ୱରେ ଥିବା ଡ଼ ମହାପାତ୍ର

 

 

 

0
0
0
s2sdefault