ହେଡଲାଇନସ୍:

ଦୁଇ ଦିନିଆ ଋଷ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଋଷ ସହ ଉର୍ଜା କ୍ଷେତ୍ରରେ ସହଯୋଗର କରିବେ ସମୀକ୍ଷା

 ତୈଳ ଓ ଗ୍ୟାସ ସମେତ ଶକ୍ତି କ୍ଷେତ୍ର, ଇସ୍ପାତ ତଥା କୋଇଲା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା

 ଋଷିଆ ଫେଡେରେସନର ଉପ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ତୈଳ ଗ୍ୟାସ ଓ ଇସ୍ପାତ କ୍ଷେତ୍ରର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳିର ନେତୃତ୍ୱ କରି ମସ୍କୋ ଗସ୍ତରେ ଯାଇଛନ୍ତି । ଅଗଷ୍ଟ ୨୯ ଓ ୩୦ ତାରିଖ ଏହି ଦୁଇ ଦିନିଆ ଗସ୍ତ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଶ୍ରୀ ପ୍ରଧାନଙ୍କର ଏହା ପ୍ରଥମ ବିଦେଶ ଗସ୍ତ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପଂଚମ ବାର୍ଷିକ ପୂର୍ବାଂଚଳ ଆର୍ଥିକ ଫୋରମରେ ଯୋଗ ଦେବା ପୂର୍ବରୁ ଶ୍ରୀ ପ୍ରଧାନ ଋଷର ଶକ୍ତି ମନ୍ତ୍ରୀ ଆଲେକଜାଣ୍ଡର୍ ନୋଭାକ୍ଙ୍କ ସହିତ ଉର୍ଜା କ୍ଷେତ୍ରରେ ସହଯୋଗର ସମୀକ୍ଷା କରିବେ । ଏହି ବୈଠକ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ  ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଋଷ ସହ ବିଂଶତମ ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଶ୍ରୀ ପ୍ରଧାନଙ୍କ ଏହି ଗସ୍ତ କାଳରେ ଭାରତ ଋଷ ମଧ୍ୟରେ ତୈଳ ଓ ଗ୍ୟାସ ସମେତ ଶକ୍ତି କ୍ଷେତ୍ର, ଇସ୍ପାତ ତଥା କୋଇଲା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯିବ । ଭାରତର ଇସ୍ପାତ କ୍ଷେତ୍ରରେ କଂଚାମାଲ ଯୋଗାଣକୁ ସୁରକ୍ଷିତ କରିବା ପାଇଁ ସବୁ ଅଂଶାଦାରଙ୍କ ସହ ସଂଯୋଗ ସ୍ଥାପନ ଉପରେ ଭାରତ ଗୁରୁତ୍ୱ ଦେଉଛି ।

ଏହି ଗସ୍ତ ସମୟରେ ଶ୍ରୀ ପ୍ରଧାନ ଋଷିଆ ଫେଡେରେସନର ଉପ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ଶ୍ରୀ ପ୍ରଧାନ ଋଷିଆର ଶକ୍ତି ମନ୍ତ୍ରୀଙ୍କ ସହ ଭାରତୀୟ ତୈଳ, ଗ୍ୟାସ ଓ ଇସ୍ପାତ କମ୍ପାନୀ ମାନଙ୍କର ବାର୍ତାଳାପ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ଶିଳ୍ପ ଓ ବାଣିଜ୍ୟ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିବେ ।

0
0
0
s2sdefault