ହେଡଲାଇନସ୍:

ବାଃ ସାରା ଜୀ ବାଃ, ଏମିତି କିଣି ଚାଲୁଥାଆନ୍ତୁ ମନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଦାୟିତ୍ୱ, ଉତ୍ତରଦାୟିତ୍ୱ ଆଉ ମଣିଷ ପଣିଆର ପ୍ରତୀକ ଏସପି ସାରା 

ଗଜପତି ପୋଲିସ ପ୍ରଶାସନର ମହତ କାର୍ଯ୍ୟକ୍ରମ "ଅକ୍ଷୟ-ଦାନ ପାତ୍ର" ଉଦ୍ଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦାୟିତ୍ୱ ପାଳନରେ ଅବହେଳା ନାହିଁ, ଉତ୍ତରଦାୟିତ୍ୱ କଣ ଭଲଭାବେ ବୁଝିଛନ୍ତି | ଆଉ ପୋଲିସ ଭଳି କଠୋର ପ୍ରଶାସନିକ ସେବାରେ ରହି ବି ମାନବିକତାକୁ ଭୁଲିନାହାନ୍ତି | ଲୋକଙ୍କୁ ସାଗରେ ନେଇ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ, ଲୋକଙ୍କ ଆସ୍ଥା ଭାଜନ ହୋଇ କାମ କରିବାରେ ମାହିର ସାରା ଶର୍ମା | ହଁ ଆମ କଉଛୁ ଗଜପତିରେ ପପୁଲାର ଏସପି ଶର ଶର୍ମାଙ୍କ କଥା |  ପୋଲିସର କାମ ତ ଆଇନ ଶୃଙ୍ଖଳା ରାକ୍ଷା କରିବାଓ ଲୋକଙ୍କ ଧାନ ଜୀବନକୁ ସୁରକ୍ଷା ଦେବା | ହେଲେ ସାରାଙ୍କ ପାଇଁ ସୀମାରେଖା କିନ୍ତୁ ସେଇଆ ନୁହେଁ | ଲୋକଙ୍କ ଧନଜୀବନ ସୁରକ୍ଷା ସହ ଲୋକଙ୍କ ଜୀବନକୁ ସରସ ସୁନ୍ଦର କରିବା ଆଉ ଲୋକଙ୍କ ଭିତରେ ବଂଚିବା ଓ ଆଗକୁ ବଢିବା ପାଇଁ ପରିବେଶ ତଥା ସୁଯୋଗ ସୃଷ୍ଟି କରିବା ବି ପ୍ରଶାସନର ଦାୟିତ୍ୱ, ସେକଥା ଭଲ ଭାବେ ବୁଝିନେଇଛନ୍ତି ଏସପି ସାରା | ପ୍ରଥମେ କନ୍ୟା ରତ୍ନଙ୍କ ମର୍ଯ୍ୟାଦା ଓ ନିରାପତ୍ତା ନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ତାପରେ ଯୁବକ ଯୁବତୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରି ସେମାନଙ୍କ ଦକ୍ଷତା ବଢ଼ାଇବା ପାଇଁ ଉଡାନ କାର୍ଯ୍ୟକ୍ରମ  ଆଉ ଏବେ ଭୋକିଲା ଅସହାୟ ଲୋକଙ୍କ ମୁହଁରେ ଅନ୍ନ ତଥା ସେମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ସାରଙ୍କ ଅଭିନବ ପରିକଳ୍ପନା "ଅକ୍ଷୟ ଦାନ ପାତ୍ର"  | ଆଉ ସୁନ୍ଦର ସ୍ଲୋଗାନ " ଥିଲେ ଦିଅ, ନଥିଲେ ନିଅ" |  ଆଉ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଯାଇଛି  ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜିଲ୍ଲା ପୋଲିସ ପ୍ରଶାସନର ପ୍ରଚେଷ୍ଟାରେ |  ଏହି କାର୍ଯ୍ୟକ୍ରମକୁ  ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମିଳିତ ଭାବେ ଉଦ୍ ଘାଟନ କରିଥିଲେ।

    ମନରେ ଉତ୍କଣ୍ଠା ଭରିରହିବା ସହ ଜିଲ୍ଲାର ସବୁ ବର୍ଗର ଜନସାଧାରଣଙ୍କ ପାଇଁ କିଛି ସେବା କରିବାର ନୁଆ ନୁଆ ଅଭିଳାଷ ଓ ଚିନ୍ତାଧାରା ମନ ଭିତରେ  ଆନ୍ଦୋଳିତ କରିବା ଏବଂ ପରବର୍ତ୍ତୀ ସମୟରେ ତାକୁ କାର୍ଯ୍ୟ ପରିଣତ କରି ତା ମାଧ୍ୟମରେ ଜିଲ୍ଲାବାସୀଙ୍କ ନିକଟତର ହେବା ଏକ ପ୍ରଶଂସନୀୟ ଓ ମହତ ପଦକ୍ଷେପ ଅଟେ । ଏଭଳି ଏକ ପ୍ରଶଂସନୀୟ ଓ ମହତ କାର୍ଯ୍ୟ ପ୍ରତିଫଳିତ ହୋଇଛି - ଜିଲ୍ଲା ପୋଲିସ ପ୍ରଶାସନ ଠାରେ ଏବଂ ସେବା-ମନୋଭାବର ଅନ୍ୟ ଏକ ନୂତନ ପଦକ୍ଷେପ ସ୍ୱରୂପ ଅନ୍ୟ ମାନଙ୍କ ପାଈଁ ଉଦାହରଣ ପାଲଟି ଯାଇଛନ୍ତି ଗଜପତି ଏସପି ସାରା ଶର୍ମା ।

    ଏହି ଦାନ-କେନ୍ଦ୍ର ଠାରେ ଭିନ୍ନଭିନ୍ନ ଭାବେ ଦାନ-ବାକ୍ସ ସବୁ ରଖାଯାଇଛି । ସହର କି ଆଖ ପାଖ କି ଜିଲ୍ଲାଞ୍ଚଳର ଯେ କେହି ବଦାନ୍ୟ ବ୍ୟକ୍ତି ଯଦି ଗରିବ ଓ ଅଭାବୀ ଲୋକଙ୍କୁ କିଛି ଦେବାକୁ ଚାହିଁବେ ତେବେ ଏହି ଦାନ-ବାକ୍ସ ମାଧ୍ୟମରେ ଦେଇପାରିବେ । ଏଭଳି ମହତ ଉଦ୍ଦେ୍ଷ୍ୟ  ନେଇ କରା ଯାଇଥିବା  ଏହି  କାର୍ଯ୍ୟକ୍ରମକୁ ସବୁ ମହଲରେ ଭୁୟସୀ ପ୍ରଶଂସା କରାଯାଇଛି ।ଏହି ଅକ୍ଷୟ ଦାନ ପାତ୍ର କେନ୍ଦ୍ରରେ ଭିନ୍ନଭିନ୍ନ ଭାବେ ଦାନ-ବାକ୍ସ ରଖା ଯାଇଥିବା ସହ ପାର୍ଶ୍ଵ-କାନ୍ଥରେ ରଙ୍ଗ-ବେରଙ୍ଗର ଆକର୍ଷଣୀୟ ଚିତ୍ର ସବୁ ଅଙ୍କା-ଯାଇଛି ।

        ଏସପି-ସାରା ଶର୍ମା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଦେଇ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ,  ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ ଘାଟିତ ହୋଇଥିବା ଏହି "ଅକ୍ଷୟ ଦାନ ପାତ୍ର" କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେ୍ଷ୍ୟ ହେଲା  ଯେ ,  ମୁଖ୍ୟ ଚିକିତ୍ସ୍ୟାଳୟ  ସମ୍ମୁଖରେ ଏହା ହେବା ଫଳରେ ବିଭିନ୍ନ ପ୍ରକାରର ରୋଗୀ , ଗରିବ ଓ ଅଭାବୀ ମାନଙ୍କ ପାଇଁ ଏହା ବେଶ ସହାୟକ ହୋଇପାରିବ ।  ସହର ଓ ଆଖପାଖ ଅଂଚଳରେ ଅନେକ  ଗରିବ ଓ ଅଭାବୀ ଲୋକ ରହିଛନ୍ତି ।     ସେମାନଙ୍କ ପାଇଁ ଯାହାର ବି ଅଧିକ ଜିନିଷ ଅଛି , କି ଏମାନଙ୍କ ଭଳି କାହାକୁ କିଛି ଦାନ ଭଳି ମହତ କାର୍ଯ୍ୟ    କରିବାର ଅଛି , ସେହି ବଦାନ୍ୟ ବ୍ୟକ୍ତି ମାନେ ସେହି ଦାନ ଜିନିଷ ସବୁ ଆଣି  ଭିନ୍ନ ଭିନ୍ନ ଭାବେ ରଖାଯାଇଥିବା ଦାନ-ବାକ୍ସରେ ଏଠାରେ  ଦେଇ ସେମାନଙ୍କ ମହତ ଦାନଧର୍ମ କରିପାରିବେ । ଏହି ଦାନ ପାତ୍ରରେ ବହି , ଖେଳନା , ମହିଳା  ଲୁଗା-ବସ୍ତ୍ର , ପୁରୁଷ ଲୁଗା-ବସ୍ତ୍ର ,  ଜୋତା  ରେଶନ ପ୍ରଭୃତି ପାଇଁ ଭିନ୍ନ ଭିନ୍ନ ଦାନ-ବକ୍ସ ସବୁ ରଖାଯାଇଛି ।

   ମୋ ମନରେ ପ୍ରତିଫଳିତ ହେଲା ଯେ ,  ଗଜପତି ଜିଲ୍ଲାରେ ବହୁ ସଂଖ୍ୟାରେ ଗରିବ ଓ ଅଭାବୀ ଲୋକ ରହିଛନ୍ତି ଏବଂ ପାର୍ଶ୍ୱରେ କୁଷ୍ଠା ଶ୍ରମ ରହିଛି , ଯେଉଁଠାରେ କି  ସେମାନେ ଅସହାୟ ହୋଇ ରହିଛନ୍ତି ।ଏସବୁ ଦେଖି ମୋ ମନରେ ସେମାନଙ୍କ ପାଇଁ କିଭଳି କିଛି କରି ହେବ , ଏହି ଚିନ୍ତା ମାନ ଭିତରେ ସବୁବେଳେ ଆନ୍ଦୋଲିତ ହେଉଥିଲା । ଚିକିତ୍ସାଳୟ  ଓ କୁଷ୍ଠ ଆଶ୍ରମ ଗୋଟିଏ ପାଖରେ ଥିବା ଯୋଗୁଁ ପୋଲିସ ପ୍ରଶାସନ ପକ୍ଷରୁ ଏହି ସ୍ଥାନ ହିଁ ଉପଯୁକ୍ତ ମନେ କରି ଏଠାରେ ନିଷ୍ପତ୍ତି ପ୍ରକାରେ କରାଗଲା । ଏ ଦିଗରେ ଜିଲ୍ଲା-ପ୍ରଶାସନର କିଛିଟା ସହାୟତାର ସହଯୋଗ ମିଳିଲେ ଆମେ ଆହୁରି ଦୁଇ ପାଦ ଆଗକୁ ଆଗେଇ ପାରିବୁ ବୋଲି  ଏସପି: ଶର୍ମା କହିଥିଲେ।

  ଜିଲ୍ଲାପାଳ ଅନୁପମ ଶାହା ଏ ସମ୍ପର୍କରେ କହିଛନ୍ତି ଯେ , ଜିଲ୍ଲା ପୋଲିସ ପ୍ରଶାସନର ପ୍ରଚେଷ୍ଠ।ରେ ଏହି ଯେଉଁ ଅକ୍ଷୟ ଦାନ କେନ୍ଦ୍ର  ଉଦ୍ ଘାଟିତ ହୋଇଛି  ଏହା ଏକ ମହତ ଓ ପ୍ରଶଂସନୀୟ ପଦକ୍ଷେପ ।ଯେଉଁମାନେ ଗରିବ ଓ ଅସହାୟଙ୍କ ପାଈଁ କିଛି ଦାନ-ଧର୍ମ କରିବାକୁ ଚାହୁଁଛନ୍ତି ସେମାନେ ଏଠାରେ ଦେଇପାରିବେ। ସାମାଜିକ ସେବା-ମନୋଭାବ ନେଇ ଏହି ଯେଉଁ ମହତ କାର୍ଯ୍ୟ କରାଯାଇଛି ସେଥିପାଇଁ ମୁଁ  ଜିଲ୍ଲା-ପ୍ରଶାସନ ପକ୍ଷରୁ ପୋଲିସ ପ୍ରଶାସନଙ୍କୁ ସାଧୁବାଦ ଜଣାଉଛି ବୋଲି ଜିଲ୍ଲାପାଳ ଶ୍ରୀ ଶାହା କହିଥିଲେ।

   ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ,  ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ଏବଂ ଏସଆଇ ସୁନୀଲ କୁମାର ଦଳେଇଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ କନଷ୍ଟେବଳ ମାନେ ଯୋଗ ଦେଇଥିଲେ ।

ଏହି ଅବସରରେ  ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କୁଷ୍ଠ ଆଶ୍ରମର ଅନ୍ତେବାସୀଙ୍କ ନିମନ୍ତେ ଭୋଜନ ବ୍ୟବସ୍ଥା କରା ଯାଇଥିଲା । ଜିଲ୍ଲାପାଳ ଅନୁପମ ଶାହା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ପିଡି:-ଚଞ୍ଚଳ ରାଣାଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଯୋଗଦେଇ ଅନ୍ତେବାସୀ ମାନଙ୍କୁ  ସ୍ଵ-ହସ୍ତରେ ଭୋଜନ ପରସି ଥିଲେ ।

 

 

0
0
0
s2sdefault