ହେଡଲାଇନସ୍:

449 ଜଣ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ଓ 149 ଜଣଙ୍କୁ ଭତ୍ତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ପାଇକମାଲ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା , ପଲସଦା , ଭେଙ୍ଗରାଜପୁର , ଓ କେର୍ମେଲାବାହାଲ ପଂଚାୟତ ର 449 ଜଣ ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର କାର୍ଯାଦେଶ ପ୍ରଦାନ କରିବା ସହିତ ଏହି ତିନି ପଂଚାୟତ ର 149 ଜଣ ହିତାଧିକାରୀଙ୍କୁ ନୂତନ ଭାବରେ ମଧୁ ବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରିଛନ୍ତି ।

          ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷରେ ପାଇକମାଲ ବ୍ଲକରେ ସମୁଦାୟ ସର୍ବାଧିକ 6694 ଗୋଟି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ  ରଖାଯାଇଛି । ସେହି ଭଳି ଚଳିତ ଥର ବ୍ଲକରେ ବର୍ତ୍ତମାନ ସୁଦ୍ଧା 979 ଜଣ ନୂତନ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି ।  ଏହି କାର୍ଯକ୍ରମରେ  ବିଧାୟକଙ୍କ ସହିତ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ , ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରାମଲା ଲୁହାର ଉପସ୍ଥିତ ଥିବା ବେଳେ ବ୍ଲକ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସେଠି କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ ।

 

0
0
0
s2sdefault