ହେଡଲାଇନସ୍:

ଲୋକେ କନଫ୍ୟୁଜଡ଼ ଅସଲି କିଏ, ଏସପି ମହୋଦୟ ନଜର ଦେବେକି ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ସୋହେଲା ଥାନାରେ ୨ଜଣ ହାବିଲଦାର,ଅସଲ ହାବିଲଦାର କିଏ?

ଏଠି କି ମହୁ ଅଛି ଯେ ବଦଳି ପରେ ବି ମୋହ ତୁଟୁନି 

ସୋହେଲା(ଶାସକପ୍ରଶାସକ)ବରଗଡ ଜିଲା ସୋହେଲା ଥାନାରେ ଏବେ ଦୁଇ ଦୁଇ ଜଣ ହାବିଲଦାର । ବହୁ ବର୍ଷ ପୂର୍ବେ ଏହି ଥାନାରେ ଏପରି ଦୁଇ ଦୁଇ ଜଣ ଥାନା ଅଧିକାରୀ କାର୍ଯ୍ୟକରି ଚର୍ଚ୍ଚାର ପରିଧିକୁ ଆସିଥିଲେ । ଏବେ ଦୁଇଜଣ ହାବିଲଦାର ଥିବା ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ସୋହେଲା ପ୍ରତି ପୋଲିସବାଲାଙ୍କ ଏତେ ମୋହ କାହିଁକି ? ଏହି ଥାନାଟି ସୀମାନ୍ତରେ ରହିଥିବାରୁ ଦୁଇ ନମ୍ବର କାରବାର ବ୍ୟାପକ ମାତ୍ରାରେ ହୋଇଥାଏ । ପୋଲିସ ଗାଡି ଧରି ବୁଲି ଗଲେ ମଧ୍ୟ ପକେଟ ଗରମ ହୋଇଥାଏ ବୋଲି ଚର୍ଚ୍ଚା ହୋଇଥାଏ । ଉପୁରି ଆଦାୟର ଥାନା ଛାଡି କେଉଁ ଅଫିସର ଅବା ବଦଳି ହୋଇଯିବାକୁ ମନ କରିବ ଭଲା ।  କିଛି ଦିନ ତଳେ ତତ୍କାଳୀନ ଏସପି ମୁକେଶ ଭାମୁଙ୍କ ସମୟରେ ବରଗଡ ଜିଲାରେ ପୋଲିସ  ବିଭାଗରେ ଅଫିସର,ହାବିଲଦାର ଓ କନେଷ୍ଟବଲମାନଙ୍କ ବଦଳି ଆଦେଶ କରିଥିଲେ । ଆଦେଶ ତାମିଲ ବି ହେଲା । ସୋହେଲା ଥାନାରେ କାର୍ଯ୍ୟରତ ହାବିଲଦାରଙ୍କ ସହିତ କିଛି କନେଷ୍ଟବଲଙ୍କ ବଦଳି ହୋଇଥିଲା । ହାବିଲଦାରଙ୍କୁ ବରଗଡ ଟାଉନ ଥାନାକୁ ବଦଳି ଆଦେଶ ହୋଇଥିବାବେଳେ ତାଙ୍କ ବଦଳରେ ଜଗଦଲପୁର ଥାନାରେ କାର୍ଯ୍ୟରତ ହାବିଲଦାରଙ୍କୁ ଏଠାକୁ ବଦଳି ଆଦେଶ ହୋଇଥିଲା । ବଦଳି ଆଦେଶ ବାହାରିବା ପରେ ସୋହେଲା ଥାନାରେ କାର୍ଯ୍ୟରତ ହାବିଲଦାରଙ୍କୁ ଛାଡି ବାକିମାନଙ୍କୁ ଥାନାରୁ ରିଲିଭ କରାଯାଇଛି । କିନ୍ତୁ ଦୁଇ ମାସ ବିତି ଗଲାଣି ହାବିଲଦାର ସାହେବଙ୍କୁ ଏପର୍ଯ୍ୟନ୍ତ ରିଲିଭ କରାଯାଉ ନାହିଁ କାହିଁକି ବୋଲି ନାନା ପ୍ରକାର ଚର୍ଚ୍ଚା ହେଉଛି । ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ କାର୍ଯ୍ୟରତ ପୂର୍ବତନ ହାବିଲଦାର ଏହି ଥାନାରେ କାର୍ଯ୍ୟ କରିସାରିଲେଣି । ତଥାପି ମଧ୍ୟ ତାଙ୍କ ପାଖରେ କି ପ୍ରକାର ଗୁଣ ରହିଛି ଯେ ପୋଲିସ ବିଭାଗ ତାଙ୍କୁ ରିଲିଭ କରୁ ନାହାନ୍ତି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ଅନ୍ୟ ପକ୍ଷରେ ଜଗଦଲପୁର ଥାନାରୁ ହାବିଲଦାର ସନ୍ତୋଷ ଭୋଇ ରିଲିଭ ହୋଇ ଆସି ସୋହେଲା ଥାନାରେ ଜଏନ ମଧ୍ୟ କରିସାରିଲେଣି । କିନ୍ତୁ ପୁରୁଣା ହାବିଲଦାର ମହାଶୟ ଏବେ ମଧ୍ୟ ଥାନାରେ ରହିଛନ୍ତି । ସବୁଠୁଁ କୌତୁହଳର ବିଷୟ ଦୁଇ ହାବିଲଦାର ପ୍ରତ୍ୟହ ଖାକି ଡ୍ରେସ ପିନ୍ଧି ଡ୍ୟୁଟି  କରୁଛନ୍ତି । ଲୋକେ ଅସଲ ହାବିଲଦାର କିଏ ବୋଲି ଦ୍ୱନ୍ଦରେ ପଡୁଛନ୍ତି । ପୁରା ଦମରେ ଦୁହେଁଁ କାମ କରୁଥିଲେ ମଧ୍ୟ ପୁରୁଣା ହାବିଲଦାରଙ୍କ ଜୋର ନିଶ୍ଚିତଭାବରେ ଅଧିକ ରହିବା ସ୍ୱାଭାବିକ କଥା । ଏହି ପ୍ରସଂଗରେ ବରଗଡ ଜିଲାରେ ନୂତନ ହୋଇ ଯୋଗଦେଇଥିବା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବେ ବୋଲି ସାଧାରଣରେ ଦାବି ହେଉଛି । 

ସେହିପରି ସୋହେଲା ଥାନାରେ ଅନେକ କର୍ମଚାରୀ ଏମିତି ବି ଅଛନ୍ତି ଯେଉଁମାନେ 3 ବର୍ଷ ରୁ ଉର୍ଧ୍ୱ ହେବ ଚାକିରୀ କଲେଣି ଅଥଚ ସେମାନଙ୍କ ବଦଳି ହେଉ ନାହିଁ କାହିଁକି ? ଏପରିକି ସୋହେଲା ଥାନା ବାସିନ୍ଦା ହୋଇ ମଧ୍ୟ ସେମାନଙ୍କୁ ପୋଷ୍ଟିଂ କିପରି କରାଯାଉଛି । ସେମାନେ ସ୍ଥାନୀୟ ଲୋକ ହେଉ ଥିବାରୁ ଦୁର୍ନୀତି କରିବାରେ ନିଜକୁ କୁଣ୍ଠାବୋଧ ମଧ୍ୟ କରୁ ନାହାନ୍ତି । ଆହୁରି ମଧ୍ୟ ଏହି ଥାନାରେ ଚାକିରୀ କରୁଥିବା ଅନେକ କର୍ମଚାରୀ ବିଭିନ୍ନ  ଢାବା ହୋଟେଲକୁ ଯାଇ ମାଫି ଖାଇବା ଅଭ୍ୟାସଗତ ହୋଇ ଗଲାଣି,  ଯାହାକି ଚର୍ଚ୍ଚାର ବିଷୟ ହୋଇଛି |

0
0
0
s2sdefault