ହେଡଲାଇନସ୍:

ମେଲଛାମୁଣ୍ଡା ମହାବିଦ୍ୟାଳୟରେ ଚରିତ୍ର ଗଠନ ସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଚରିତ୍ର ଗଠନ ପାଇଁ ଏକ ସଭାର ଅୟୋଜନ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ ସଭାପତୀତ୍ୱରେ ଅନୁଷ୍ଠିତ  ସଭାରେ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ( ସର୍ବେ ଭବନ୍ତୁ ସୁଖିନଃ ଓ  ବାଳକେ ମୋର ବୋଲକର ଆଦି ନୈତିକତା ଭିତ୍ତିକ ଟିଭି କାର୍ଯ୍ୟକ୍ରମ ଫେମ)  ମୂଖ୍ୟ ଅତିଥି, ପରକ୍ଷିତ ଶାସ୍ତ୍ରୀ, ଧିରେନ୍ଦ୍ର ଶାସ୍ତ୍ରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଚରିତ୍ର ଗଠନ ଉପରେ ମାର୍ଗଦର୍ଶନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଡ. ପ୍ରଦୀପ ପ୍ରଧାନ, ଅଧ୍ୟାପକ ମୀନକେତନ ବିଶ୍ୱାଲ, ଅଧ୍ୟାପକ ଡ. ସରୋଜ ଦାସ, ଅଧ୍ୟାପକ ଭୂପତି କାଲୋ, ଅଧ୍ୟାପକ ସୁଶାନ୍ତ ନାୟକ ଓ ଅଧ୍ୟାପକ ମହେଶ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ. ପ୍ରଦୀପ ପ୍ରଧାନ ପରିଚାଲନା କରିଥିବା ବେଳେ ସୁନୀଲ ଜୈନ, ସୁବାଷ ପଧାନ, ବନମାଲି ପୋଢ, ରଘୁମଣି ମହାନନ୍ଦ, ହୃଷିକେଷ ସାହୁ, ତ୍ରିନାଥ କାଣ୍ଡ, ସବିତା ସେଠ, ସଂଯୁକ୍ତା କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ମହେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault