ହେଡଲାଇନସ୍:

ରେଳ ଷ୍ଟେସନରୁ ଉଦ୍ଧାର ହେଲେ ନାବାଳକ ପ୍ରେମୀ ଯୁଗଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ସୁରକ୍ଷା ବଳ(ଆରପିଏଫ୍)ସ୍ଥାନୀୟ ରେଳ ଷ୍ଟେସନରୁ ଗତ କାଲି ୨ ଜଣ ନାବାଳକ ପ୍ରେମୀ ଯୁଗଳ ଙ୍କୁ ଉଦ୍ଧାର କରି ତାଙ୍କ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛନ୍ତି I ଏକ ଟ୍ରେନ ଯୋଗେ ପ୍ରେମୀ ଯୁଗଳ ଦ୍ୱୟ ରେଢ଼ାଖୋଲ ଷ୍ଟେସନରେ ବୁଲୁଥିବା ଦେଖି ସେଠାରେ କାର୍ଯ୍ୟରତ ଥିବା ଆରପିଏଫ୍ ଙ୍କ ପକ୍ଷରୁ ସନ୍ଦେହ ପ୍ରକଟ କରି ଉଭୟଙ୍କୁ ଆଣି ଅଧିକ ପଚରା ଉଚରା କରିବାରୁ ସେମାନେ ଭଲପାଇ ଘରୁ ଚାଲି ଆସିଥିବା ପ୍ରକାଶ କରିଛନ୍ତି I ଉଭୟ ପ୍ରେମୀ ନାବାଳକ ଦ୍ୱୟ ସୁନ୍ଦରଗଡ ଜିଲ୍ଲା ରାଉରକେଲା ଅଞ୍ଚଳର ହୋଇଥିବା ବେଳେ ନାବାଳିକା ଜଣଙ୍କ ରାଉରକେଲା ଏକ କଲେଜ୍ ରେ ଯୁକ୍ତ ୨ ରେ ବାଣିଜ୍ୟ ବିଭାଗରେ ଅଧ୍ୟୟନ କରୁଥିବା ବେଳେ ନାବାଳକ ଜଣକ ରାଉରକେଲା ଠାରେ ଡିପ୍ଲୋମା କରୁଥିବା ଜଣାପଡିଛି I ହେଲେ ଆରପିଏଫ ପକ୍ଷରୁ ପ୍ରେମୀ ଯୁଗଳକୁ ଉଦ୍ଧାର ପରେ ତାଙ୍କ ବାପା ମାନଙ୍କୁ ଖବର ଦେବା ପରେ ସେମାନେ ରେଢାଖୋଲ ଆରପିଏଫ ଥାନା କୁ ଆସିଥିଲେ Iଆରପିଏଫ ଥାନା ଅଧିକାରୀ ବିବେକ୍ କୁମାର ,ଏସଆର୍ ବିଦ୍ୟାଧର ସୁତାର୍ ,କନେଷ୍ଟବଲ୍ ସୁଶିଲ କୁମାର ପ୍ରଧାନ ,ଭୁପେଶ ତୋଡିଆ,ଗଗନ ବିହାରୀ ସାହୁ ଙ୍କ ଉପସ୍ଥିତିରେ ପ୍ରେମୀ ଯୁଗଳ ଙ୍କ ଅଭିଭାବକ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା I

0
0
0
s2sdefault