ହେଡଲାଇନସ୍:

    "ଦି ଟଲ୍ ମ୍ୟାନ୍  ବିଜୁ ପଟ୍ଟନାୟକ'  ସୃଷ୍ଟି କଲା ବିଜୁ ମାହୋଲ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପ୍ରଣବ, ଦେବେଗୌଡ଼ା, ଆଡ଼ଭାନୀ ୟେଚୁରିଙ୍କ ମୁହଁରେ ବିଜୁ ସ୍ତବ 

ଭୁବନେଶ୍ୱରରୁ ଚକ୍ରଧର ମାଝି : ଏପଟେ  ରାଜ୍ୟରେ ନିର୍ବାଚନୀ ମାହୋଲ | ସବୁ ଦଳ ତତ୍ପର ବିଜେପୁର ଦଖଲ ପାଇଁ | ନିର୍ବାଚନ କମିଶନ ନିର୍ବାଚନ ବହୁଦିନ ଅନାବଶ୍ୟକ ଭାବେ ଗଡେଇ ଗଡେଇ ତାରିଖ ଘୋଷଣା କରିଥିବା ବେଳେ ଏବେ ତାରିଖ ଘୋଷଣା ପରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି |ବିଜେପୁର ମଇଦାନକୁ ଲମ୍ଫ ମାରିବା ପୂର୍ବରୁ ଏକ ବିଜୁ ଚର୍ଚା କରି ବିଜୁ ମାହୋଲ ସାରା ରାଜ୍ୟରେ ସୃଷ୍ଟି କରିଦେଇ ଯିବା ଲକ୍ଷରେ  ପୂର୍ବଘୋଷିତ ତାରିଖ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି ବିଜୁ ପଟ୍ଟନାୟକଙ୍କ ନାଁରେ ରଚିତ ପୁସ୍ତକ "ଦି ଟଲ୍ ମ୍ୟାନ୍  ବିଜୁ ପଟ୍ଟନାୟକ' ଉନ୍ମୋଚିତ ହୋଇଯାଇଛି ଉତ୍କଳ ମଣ୍ଡପରେ ବହୁ ଆଡମ୍ବରରେ !  ବିଜୁ  ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡ଼ା, ବିଜେପିର ବରିଷ୍ଠ  ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକ୍ରିଷ୍ଣ ଆଡ଼ଭାନୀ  ଏବଂ ସିପିଏମ୍ ବରିଷ୍ଠ  ନେତା ସୀତାରାମ ୟେଚୁରୀ ମିଳିତ ଭାବେ "ଦି ଟଲ୍ ମ୍ୟାନ୍  ବିଜୁ ପଟ୍ଟନାୟକ' ପୁସ୍ତକ ଉନ୍ମୋଚନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସମାରୋହରେ ବିଜୁ ପଟ୍ଟନାୟକଙ୍କୁ ଭଲ ପାଉଥିବା ସବୁ ଦଳର ନେତା ଓ କର୍ମୀ ସାମିଲ ହୋଇଥିଲେ । ପ୍ରାରମ୍ଭରେ ପୁସ୍ତକ ରଚନା କରିଥିବା ଲେଖକ ସୁନ୍ଦର ଗଣେଶନ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ପୁସ୍ତକ ରଚନାର ପୃଷ୍ଠଭୂମି  ବର୍ଣ୍ଣନା କରିଥିବା ବେଳେ ପ୍ରଖ୍ୟାତ ସାମ୍ବାଦିକପ୍ରଭୁ ଚାୱଲା  ପୁସ୍ତକ ସମୀକ୍ଷା କରିବା ସହ ବିଜୁ ବାବୁଙ୍କୁ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବେ ବର୍ଣ୍ଣନା କରିଥିଲେ । 

ପୁସ୍ତକ ଲେଖକ ସୁନ୍ଦର ଗଣେଷନ କହିଲେ ଯେ, ବିଭିନ୍ନ ସ୍ଥାନରେ ଗବେଷଣା କରି ଏହି ପୁସ୍ତକ ସେ ରଚନା କରିଛନ୍ତି । ବିଶେଷ କରି କାମରାଜ ପ୍ଲାନ ଏବଂ ବିଜୁବାବୁଙ୍କ ଝିଅ ଓ ଜ୍ୱାଇଁଙ୍କଠାରୁ ତଥ୍ୟ ସଂଗ୍ରହ କରି ଏ ବହି ଲେଖିଛନ୍ତି । ଏଥିରେ ବିଜୁବାବୁଙ୍କର ସ୍ୱାଧୀନତା ସଂଗ୍ରାମୀ ଜୀବନ ଆଧୁନିକ ଭାରତ ଏବଂ ଆଧୁନିକ ଓଡ଼ିଶା ଗଠନ ସମ୍ପର୍କରେ ତାଙ୍କର ଦାନ, ରାଜନୈତିକ ଜୀବନ ସମ୍ପର୍କରେ ଉଲ୍ଲେଖ ରହିଛି ବୋଲି ସେ କହିଥିଲେ ।  ଉତ୍ସବ ପାଳନରେ ବିଜୁ ବାବୁଙ୍କ ଜୀବନୀ, ଭୁମିକା ଏବଂ ଦୁଃସାହସିକ କାର୍ଯ୍ୟାବଳୀ  ସମ୍ବଳିତ ଏକ ୧୦ ମିନିଟିଆ ଭିଡିଓ ବୃତ୍ତଚିତ୍ର ପ୍ରଦର୍ଶିତ  ହୋଇଥିଲା । ଏହା ପୂର୍ବରୁ ବନ୍ଦେ ଉତ୍କଳ ଜନନୀ, ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ଅତିଥିମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୁଦ୍ଧମୁରତି  ଉପହାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ  ବିରୋଧି ଦଳର ନେତା ନରସିଂହ ମିଶ୍ର, ବିଜେପିର ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡେ଼ଇ, ବରିଷ୍ଠ  ବିଜେପି ନେତା ବିଜୟ ମହାପାତ୍ର, ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ, ସିପିଆଇର ସାଧାରଣ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଏମର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର ରାଜନେତା, ସାହିତ୍ୟିକ ବୁଦ୍ଧିଜୀବି, ପୂର୍ବତନ କୂଳପତି, କୂଳପତି, ଆଇନଜୀବି ବରିଷ୍ଠ  ପ୍ରଶାସକମାନେ ଉପସ୍ଥିତ ଥିଲେ । 

ବିଜୁବାବୁ ଥିଲେ ଲୋକମାନଙ୍କର ନେତା, କେବଳ ଓଡ଼ିଶାର ନୁହେଁ ସାରା ବିଶ୍ୱର, ଅନ୍ତର୍ଜାତୀୟ ସମୁଦାୟର : ପ୍ରଣବ ମୁଖାର୍ଜୀ 

 ବିଜୁବାବୁ ଥିଲେ ଜଣେ  ଲିଜେଣ୍ଡ (କିମ୍ବଦନ୍ତୀ) ପୁରୁଷ , ରାଜନୈତିକ ମତପାର୍ଥକ୍ୟ ସତ୍ତ୍ୱେ ସେ ଥିଲେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ !  ବିଜୁ ପଟ୍ଟନାୟକ କେବଳ ଓଡ଼ିଶାର ଭୌଗଳିକ ସୀମା ସରହଦରେ ସୀମିତ ନଥିଲେ । ସେ ଥିଲେ ଲୋକମାନଙ୍କର ନେତା, ଓଡ଼ିଶାର ନୁହେଁ ସାରା ବିଶ୍ୱର, ଅନ୍ତର୍ଜାତୀୟ ସମୁଦାୟର | କେବଳ  ଓଡ଼ିଶା ନୁହେଁ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉପୁଜୁଥିବା ସମସ୍ୟାଗୁଡ଼ିକର ସମାଧାନ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ସ୍ମରଣୀୟ । ତାଙ୍କର ଦୂରଦର୍ଶୀ ପରାମର୍ଶ ଏବଂ ଉପଦେଶ ସବୁ ସମୟରେ ଗ୍ରହଣୀୟ ହୋଇଥାଏ । ଯେଉଁଥି ପାଇଁ ତାଙ୍କୁ ଅନେକ ସମୟରେ ଭୁବନେଶ୍ୱରରୁ ଦିଲ୍ଲୀକୁ ଡକରା ପଡ଼ିଥାଏ |  "ଦି ଟଲ୍ ମ୍ୟାନ୍  ବିଜୁ ପଟ୍ଟନାୟକ' ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେବା ପାଇଁ  ମୁଖ୍ୟମନ୍ତ୍ରୀଙ୍କଠାରୁ ନିମନ୍ତ୍ରଣ ପାଇବା ମାତ୍ରେ ହିଁ ଏଥିପାଇଁ ସ୍ୱୀକୃତି ଦେଇଥିଲି । ମୋ  ଭଳି ଜଣେ କ୍ଷୁଦ୍ର ମଣିଷ ପ୍ରକୃତରେ ବିଜୁ ପଟ୍ଟନାୟକଙ୍କ ଭଳି ଟଲ୍ ମ୍ୟାନ୍ଙ୍ଉପରେ ଲିଖିତ ପୁସ୍ତକ ଉନ୍ମୋଚନରେ ଯୋଗ ଦେଇ ଅତ୍ୟନ୍ତ ଗର୍ବିତ ଓ ଉତ୍ସାହିତ । କାରଣ ବିଜୁବାବୁ ମୋ  ପରିବାରକୁ ଶ୍ରଦ୍ଧା କରୁଥିଲେ ।  ବିଜୁବାବୁ ରାଜନୀତିକୁ ଆସିବା ପୂର୍ବରୁ ଏବଂ ଆସିବା ପରେ ଭାରତର ଅବସ୍ଥା ଆଉ ବର୍ତମାନ ଭାରତ ମଧ୍ୟରେ ଅନେକ ପରିବର୍ତନ ଆସିଛି । ରାଜନୈତିକ ଦୃଷ୍ଟିରୁ ତାଙ୍କ ସହିତ ମୋର ଭିନ୍ନ ମତ ଥିଲେ ମଧ୍ୟ ମାନସିକ ଏବଂ ଅନ୍ୟ ବିଚାରଧାରାରେ ସମାନତା ପ୍ରାୟ ରହିଥିଲା । ଯେତେବେଳେ ସେ ଓଡ଼ିଶା ଆସିଛନ୍ତି ସେତେବେଳେ ସେ ବିଜୁବାବୁଙ୍କୁ ମନେ ପକାଇଛନ୍ତି । ବିଜୁବାବୁଙ୍କଠାରୁ ସେ ଏବଂ ତାଙ୍କ ପରିବାର ବହୁ ସ୍ନେହ ଶ୍ରଦ୍ଧା ପାଇଛି । ସେଥିଲେ ଜଣେ ଅଭିଜ୍ଞ,ଦକ୍ଷ, ବିଚକ୍ଷଣ, ରାଷ୍ଟ୍ର ନୀତିଜ୍ଞ ଏବଂ ଲୋକପ୍ରିୟ ନେତା । ଏହାଛଡ଼ା ସେ ବିଶାଳ ହୃଦୟଧାରୀ ବ୍ୟକ୍ତିତ୍ୱର ଅଧିକାରୀ ମଧ୍ୟ ଥିଲେ । ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ରାଜ୍ୟ ଓ ଦେଶର ଆର୍ଥିକ ସୁଧାର ପାଇଁ ଯେଉଁସବୁ ଉପାଦେୟ ଫର୍ମୁଲା (ପ୍ରସ୍ତାବ) ଦେଇଥିଲେ, ତାହାର ଗୁରୁତ୍ୱ ରହିଥିଲା ଏବଂ ସେତେବେଳେ ତାହାକୁ ଗ୍ରହଣ ମଧ୍ୟ କରାଯାଇଥିଲା । ଏଥିପାଇଁ ସେ ଜାତୀୟ ସ୍ତରରେ ଅନେକ ସମ୍ମାନ ଓ ଆଦରର ଅଧିକାରୀ ହୋଇପାରିଥିଲେ । ତାଙ୍କର ଅଙ୍ଗିକାରବଦ୍ଧତା, ସାହସିକତା ଓ ଦୃଢ଼ ନିଷ୍ପତ୍ତି  ନେବାର କ୍ଷମତା ରହିଥିଲା । ବିଜୁ ବାବୁ ଥିଲେ ନବ ଓଡ଼ିଶାର ନିର୍ମାତା । କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ଥିବାବେଳେ ଦାମନଯୋଡ଼ିଠାରେ ଆଲୁମିନା କାରଖାନା ପ୍ରତିଷ୍ଠା  ପାଇଁ ଯେଉଁ ନିଷ୍ପତ୍ତି  ହୋଇଥିଲା ପରବର୍ତ୍ତୀ  ସମୟରେ କେନ୍ଦ୍ରରେ ସରକାର ପରିବର୍ତ୍ତନ  ହୋଇଥିଲେ ବିଜୁ ବାବୁଙ୍କ ପାର୍ଟି ରହିଥିବା ଅମାପ ଶ୍ରଦ୍ଧା ଓ ସମ୍ମାନ କାରଣରୁ ତାଙ୍କ ସମୟରେ ନିଆଯାଇଥିବା ନିଷ୍ପତ୍ତି  ଅନୁସାରେ ଇନ୍ଦିରା ଗାନ୍ଧିଙ୍କ ସମୟରେ ୧୯୮୦ ଜାନୁଆରୀ ୨୪ରେ ଦାମନଯୋଡ଼ି ଆଲୁମିନା ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା ବୋଲି  ଭାରତୀୟ ରାଜନୀତିର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ବିଜୁ ବାବୁଙ୍କ ମହାନତା ଉପରେ ବତାରଣ କରି କହିଥିଲେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ | 

ବିଜୁବାବୁଙ୍କ ମହାନତା, ନୀତି ଓ ଆଦର୍ଶ କଥା ଶୁଣି ଆମେ ବଡ଼ ହୋଇଛୁ : ୟେଚୁରୀ 

ବିଜୁବାବୁ ଥିଲେ  ଜଣେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଓ  ଆଧୁନିକ ଓଡ଼ିଶା ନିର୍ମାଣରେ ତାଙ୍କର ଅବଦାନ ଅବିସ୍ମରଣୀୟ ଥିଲା |, ବିଜୁବାବୁଙ୍କ ପରି ଜଣେ ମହାନ ଓ ସାହସୀ ନେତା ଆଜି ବିରଳ । ବିଜୁବାବୁ ଜଣେ ସାଧାରଣ ମଣିଷ ନ ଥିଲେ । ସେ ଥିଲେ ଜଣେ ଅନନ୍ୟ ବ୍ୟଚ୍ଛି । ଶାରୀରିକ ଦୃଷ୍ଟିରୁ ସେ ଯେପରି ବଡ଼ ଥିଲେ ସବୁ କ୍ଷେତ୍ରରେ ମଧ୍ୟ ସେ ବଡ଼ ଥିଲେ । ଆଧୁନିକ ଭାରତ ଏବଂ ଆଧୁନିକ ଓଡ଼ିଶା ଗଠନ କରିବା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା । ଓଡ଼ିଶା ପାଇଁ ବହୁ ବିକାଶ କାର୍ଯ୍ୟ ସେ କରିଛନ୍ତି । ରାଜନୀତିରେ ମଧ୍ୟ ତାଙ୍କର ବଡ଼ ପଣିଆ ରହିଥିଲା । ଏକ ସମୟରେ ଦେଶରେ ଦେଖାଦେଇଥିବା ରାଜନୈତିକର ଅସ୍ଥିରତା ଦୂର କରିବାରେ ତାଙ୍କର ଭୂମିକା ରହିଥିଲା । ସେ ଏକାଧାରରେ ଗଣତନ୍ତ୍ରବାଦୀ, ଧର୍ମନିରପେକ୍ଷ ଓ ରାଷ୍ଟ୍ରବାଦୀ ଥିଲେ । ଓଡ଼ିଶା ସମେତ ଦେଶର ବିକାଶ ଉପରେ ସେ ସର୍ବଦା ଚିନ୍ତା କରୁଥିଲେ । ସେ ବିପଦକୁ ଭୟ କରୁନଥିଲେ । ମନରେ ସାହସ ଧରି ସବୁ କାଯର୍ୟ କରୁଥିଲେ । ତାଙ୍କ ଭଳି ଲୋକ ଆଉ ମିଳିବେ ନାହିଁ ।  ମୋ ଜନ୍ମ ବର୍ଷଠାରୁ ବିଜୁବାବୁ ତାଙ୍କ ରାଜନୀତି ଆରମ୍ଭ କରିଥିଲେ । ତାଙ୍କ ସମ୍ପର୍କରେ କହିବା ପାଇଁ ସେ ଯୋଗ୍ୟ ନୁହେଁ । ତାହା ଧ୍ରୁଷ୍ଟତା ହେବ । ତାଙ୍କର ମହାନତା, ନୀତି ଓ ଆଦର୍ଶ କଥା ଶୁଣି ଆମେ ବଡ଼ ହୋଇଛୁ । ଦେଶକୁ ଆଜି ତାଙ୍କ ପରି ନେତା ଓ ନୀତିର ଆବଶ୍ୟକତା ରହିଛି । ଏକ ଶସକ୍ତ (ଦୃଢ଼) ଧର୍ମନିରପେକ୍ଷ ଗଣତନ୍ତ୍ର ପ୍ରତିଷ୍ଠା  ପାଇଁ ତାଙ୍କର ଉଦ୍ୟମ ସର୍ବଦା ସ୍ମରଣୀୟ ବୋଲି ସିପିଏମ୍ ନେତା ସୀତାରାମ ୟେଚୁରୀ ଭାଷଣ ଦେଇବର୍ଣ୍ଣନା କରିଥିଲେ ।

ଆଧୁନିକ ଓଡ଼ିଶା ନିର୍ମାଣରେ ତାଙ୍କର ଅତୁଳନୀୟ ଅବଦାନ ରହିଛି : ଆଡ଼ଭାନୀ 

ମୋ  ଜୀବନରେ ବହୁତ ପୁସ୍ତକ ଉନ୍ମୋଚନ କରିଛି  । କେବଳ ଦେଖେଇଛି  କିନ୍ତୁ ପୁସ୍ତକ ସମ୍ପର୍କରେ କିଛି କହିବାର ସୁଯୋଗ ପାଇନି  । ପ୍ରଥମ ଥର ପାଇଁ ବିଜୁବାବୁଙ୍କ ଜୀବନୀ ସମ୍ପର୍କିତ ଦି ଟଲ ମ୍ୟାନ ବିଜୁ ପଟ୍ଟନାୟକଙ୍କ ପୁସ୍ତକକୁ ଦେଖେଇବା ସହିତ କହିବା ପାଇଁ ସୁଯୋଗ ପାଇଛି  । ଏହି ପୁସ୍ତକର ଲେଖା ଏତେ ସୁନ୍ଦର ହୋଇଛି ତାହା ଦେଖିଲେ ସମସ୍ତଙ୍କ ମନରେ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧା ଏବଂ ଆଦର ସୃଷ୍ଟି ହେବ । ବିଜୁବାବୁ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ । ବିଜୁବାବୁଙ୍କ ବହିକୁ ଉନ୍ମୋଚନ କରି ମୁ ଗର୍ବିତ । ହେଲେ ଆଜିର ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଏବଂ ବିଜୁ ବାବୁଙ୍କ ପରି ଜଣେ ମହାନ ବ୍ୟକ୍ତିଙ୍କ ଜୀବନୀ ଆଧାରିତ ପୁସ୍ତକ ଉନ୍ମୋଚନ କରି ମୁ ଅପାର ଆନନ୍ଦ ଅନୁଭବ କରୁଛି । ଏଭଳି ସୁନ୍ଦର ସଭାର ଆୟୋଜନ କରାଯାଇଛି ତାହା ଦେଖି ସେ ଅତ୍ୟନ୍ତ ବିମୋହିତ ହୋଇଛନ୍ତି । ଉତ୍ସବର ଆୟୋଜନକାରୀ, ଦେଖଣାହାରି ଏବଂ ସ୍ରୋତା ଧନ୍ୟବାଦର ପାତ୍ର । ବିଜୁବାବୁଙ୍କ ଭଳି ଜଣେ ମହାନ ନେତାଙ୍କ ଉପରେ ଲିଖିତ ପୁସ୍ତକ ପଢ଼ିଲେ ମନରେ ତାଙ୍କ ପ୍ରତି ନିଶ୍ଚିତ ଭାବେ ଶ୍ରଦ୍ଧା ଓ ସମ୍ମାନ ପ୍ରକଟିତ ହେବ । ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ବିଜୁବାବୁ ଜୀବିତ ରହିଛନ୍ତି । ଆଧୁନିକ ଓଡ଼ିଶା ନିର୍ମାଣରେ ତାଙ୍କର ଅତୁଳନୀୟ ଅବଦାନ ରହିଛି ବୋଲି ବିଜେପିର ବରିଷ୍ଠ  ନେତା ଶ୍ରୀଆଡ଼ଭାନୀ ବିଜୁ ବାବୁଙ୍କ ଭଳି ମହାନ ରାଷ୍ଟ୍ରନାୟକ ତଥା ଜ୍ଞାନେତାଙ୍କ  ଅବଦାନ ଓ ଭୂମିକା ସମ୍ପର୍କରେ ଅବତାରଣା କରି ଅତ୍ୟନ୍ତ ଭାବବିହ୍ୱଳ ହୋଇକହିଥିଲେ !

ମୋତେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କରାଇବାରେ ତାଙ୍କର ବଡ ଅବଦାନ, ତାଙ୍କୁ ଭାରତରତ୍ନ ଦେବା ଲାଗି ମୁ ସୁପାରିଶ କରିବି : ଦେବେଗୌଡ଼ା 

  ବିଜୁପଟ୍ଟନାୟକଙ୍କର ଶତବାର୍ଷିକ କମିଟି ପକ୍ଷରୁ ପ୍ରକାଶ ପାଇଥିବା ତାଙ୍କ ଜୀବନୀ ସମ୍ପର୍କିତ ଦି ଟଲ ମ୍ୟାନ ବିଜୁ ପଟ୍ଟନାୟକ ପୁସ୍ତକରେ ମୁଁ ମୁଖ୍ୟମନ୍ତ୍ରୀ ହେବା ଏବଂ ପ୍ରଧାନମନ୍ତ୍ରୀ ହେବା ସମ୍ପର୍କରେ କୌଣସି ସୂଚନା ନାହିଁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା  ଅଭିମାନରେ କହିଥିଲେ । ସ୍ଥାନୀୟ ଉକ୍ରଳମଣ୍ଡପଠାରେ କମିଟି ପକ୍ଷରୁ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ସେ କହିଥିଲେ ଯେ, ବିଜୁ ବାବୁ ହେଉଛନ୍ତି ଜଣେ ରାଜା ନିର୍ମାତା (କିଙ୍ଗ ମେକର) । ତାଙ୍କ ପାଇଁ ମୁଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଲି । ମୋତେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କରିବା ଏବଂ ଦେଶର ପ୍ରଧାନମନ୍ତ୍ରୀ କରାଇବା ପଛରେ ବିଜୁ ବାବୁଙ୍କ ଭୂମିକା ଓ ଅବଦାନ ଭୁଲିବାର ନୁହେଁ । ବିଜୁ ବାବୁ କେବଳ ଓଡ଼ିଶାର ନୁହଁନ୍ତି, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜର ବିଚକ୍ଷଣତା, ଦୃଢ଼ତା ଏବଂ ସାହସିକତା ପାଇଁ ମହାନ ହୋଇପାରିଛନ୍ତି । ଦେଶର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଅବଦାନ ଅବିସ୍ମରଣୀୟ । ଇଣ୍ଡୋନେସିଆର ସ୍ୱାଧୀନତା ପାଇଁ ବିଶେଷ ଅବଦାନ ନିମନ୍ତେ ତାଙ୍କୁ ଭୂମିପୁତ୍ର ଉପାଧି ମିଳିଛି ।  ସେ କେବଳ ଓଡ଼ିଶାର ନେତା ନୁହଁନ୍ତି ସେ ଜାତୀୟବାଦୀ ନେତା । ସେ ଓଡ଼ିଶାକୁ ବହୁତ ଭଲ ପାଉଥିଲେ । ଏକାଧାରରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ, ରାଷ୍ଟ୍ରନୀତିଜ୍ଞ, ଜଣେ ଚିନ୍ତାନାୟକ । ସ୍ୱାଧୀନତା ପରେ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶକୁ ଶିଳ୍ପାୟନ କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ସମ୍ପର୍କରେ ସ୍କୁଲଠାରୁ ଆରମ୍ଭ କରି କଲେଜ ପଯର୍ୟନ୍ତ ପାଠ୍ୟକ୍ରମରେ ଏକ ବିଷୟ ରଖିବା ନିହାତି ଦରକାର । ସେ ରାଷ୍ଟ୍ରୀୟ ନେତା ହୋଇଥିଲେହେଁ ତାଙ୍କୁ ଯେଉଁଭଳି ସମ୍ମାନ ମିଳିବା କଥା ତାହା ମିଳିନାହିଁ  । ଏଭଳି ଜଣେ ଦେଶଭକ୍ତ, ରାଷ୍ଟ୍ରନୀତିଜ୍ଞ ଏବଂ ସ୍ୱାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରବାଦୀ ନେତାଙ୍କୁ "ଭାରତ ରତ୍ନ ' ଉପାଧି ମିଳିବା ଉଚିତ୍ । ଏଥିପାଇଁ ସେ ନିଶ୍ଚିତ ଭାବେ ସୁପାରିଶ କରିବେ ବୋଲି ଏ ଅବସରରେ ଉଦ୍ବୋଧନ ଦେଇ କହିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ା | 

  ବିଜୁବାବୁଙ୍କ ଦେଶପ୍ରୀତି ଏବଂ ଉଦ୍ୟୋଗୀ ଅତୁଳନୀୟ ଥିଲା : ସାମ୍ବାଦିକ, ସ୍ତମ୍ଭକାର ପ୍ରଭୁ ଚାୱଲା

ବିଜୁବାବୁଙ୍କର ଥିବା ଐତିହାସିକ ବ୍ୟଚ୍ଛିତ୍ୱ, ଦେଶପ୍ରୀତି ଏବଂ ଉଦ୍ୟୋଗୀ ଅତୁଳନୀୟ ଥିଲା  । ବିଭିନ୍ନ ସମସ୍ୟାକୁ ନେଇ ମଧ୍ୟସ୍ଥତା କରି ସମାଧାନ କରିବା ତାଙ୍କର ବିଶିଷ୍ଟ ଗୁଣ ଥିଲା । ସେ ଲୋକନେତା ଥିଲେ । ସେ ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ ଦେଶର ଗଣତନ୍ତ୍ର କିପରି ସୁରକ୍ଷା ରହିବ ଏବଂ ବିଭିନ୍ନ କ୍ଷେତ୍ରରେ ବିକାଶ କିପରି କରାଯାଇପାରିବ   ତାର ସେ ଅହରହ ଉଦ୍ୟମ କରୁଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଡଚଙ୍କ କବଳରୁ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କୁ ମୃତ୍ୟୁ ମୁଖରୁ  ଉଦ୍ଧାର କରିଥିଲେ । ବିପଦକୁ କେବେ ଭୟ କରୁନଥିଲେ । ବିଜୁବାବୁ ମହିଳା ମାନଙ୍କ ପାଇଁ ବହୁ କାର୍ଯ୍ୟ କରିଯାଇଛନ୍ତି  । ଓଡ଼ିଶାରେ ମହିଳା ମାନଙ୍କୁ ସଁଶକ୍ତ  କରିବା, ମହିଳା ମାନଙ୍କ ପାଇଁ ବ୍ୟାଙ୍କ କରିବା, ତାଙ୍କୁ ରାଜନୈତିକ କ୍ଷମତା ଦେବା ହେଉଛି ·କ୍ଷୁସ ପ୍ରମାଣ । ଅତି ସାଧାରଣ ଜୀବନ ଯାପନ କରୁଥିବା ବିଜୁବାବୁ ଓଡ଼ିଶା ଯୁବ ଗୋଷ୍ଠୀ  କେମିତି ରୋଜଗାରକ୍ଷମବ ହେବେ ସେଥିପାଇଁ ସେ ଚିନ୍ତାକରୁଥିଲେ ବୋଲି ବିଶିଷ୍ଟ ସାମ୍ବାଦିକ, ସ୍ତମ୍ଭକାର ପ୍ରଭୁ ଚାୱଲା ପୁସ୍ତକ ବିଷୟରେ ସମୀକ୍ଷା କରି କହିଥିଲେ | 

ଉତ୍ସବରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ବାବୁଙ୍କୁ ଏକ ବିରାଟ ଅନୁଷ୍ଠାନ  ଏବଂ ବିଶାଳ ହୃଦୟଧାରୀ ମହାନ ବ୍ୟକ୍ତିତ୍ୱର ଅଧିକାରୀ ଭାବେ ବର୍ଣ୍ଣନା କରିଥିଲେ । ଓଡ଼ିଶାକୁ ସ୍ୱାଭିମାନୀ, ଶସକ୍ତିକରଣ ଏବଂ ସର୍ବାଙ୍ଗିନ ବିକାଶ ସହ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ତାଙ୍କର ଉଦ୍ୟମକୁ ସାକାର କରିବା ପାଇଁ ତାଙ୍କ ସରକାର କାମ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କୁ କୃତଜ୍ଞତା ଜଣାଇଥିଲେ 

 

0
0
0
s2sdefault