ହେଡଲାଇନସ୍:

ଜାତିଆଣ ଭାବ, ଧର୍ମ ଓ ଧର୍ମ ଭିତରେ ତିକ୍ତକ୍ତା ଜାତୀୟ ସଂହତିର ବାଧକ : ମନ୍ତ୍ରୀ ବଦ୍ରିନାରାୟଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦାରୁ ଦିଲ୍ଲୀପ ମହାନ୍ତି : - ବ୍ୟକ୍ତିଗତ ସ୍ୱାର୍ଥ, ଜାତିଆଣ ଭାବ, ଧର୍ମ, ଧର୍ମ ଭିତରେ ତିକ୍ତତା, ଉଚ୍ଚନୀଚ ଭାଦଭାବ ଜାତୀୟ ସଂହତିର ବାଧା ପହଁଞ୍ଚାଇଥାଏ । ତେଣୁ ସମସ୍ତ ପ୍ରକାରର ସଂକୀର୍ଣ୍ଣତାକୁ ଜଳାଞ୍ଜଳୀ ଦେଇ ପରସ୍ପର ମଧ୍ୟରେ ଶ୍ରଦ୍ଧା, ସମ୍ମାନ, ସହନଶୀଳତା ଓ ଭାତୃତ୍ୱଭାବ ବଜାୟ ରଖିଲେ ଭାରତବର୍ଷରେ ଅଖଣ୍ଡତା ତିଷ୍ଠି ପାରିବ । ଆମର ଜାତି, ଧର୍ମ, ଭାଷା, ଅଞ୍ଚଳ, ବେଶ-ପୋଷାକ, ଖାଦ୍ୟପେୟ, ଚାଲିଚଳଣି ଓ ରାଜନୀତି ଭିତରେ ବିଭିନ୍ନତା ରହିଥିଲେ ମଧ୍ୟ ଆମ୍ଭେମାନେ ମହାଭାରତୀୟ ସୂତ୍ରରେ ବାନ୍ଧି ହୋଇଛେ । ଆମର ସମ୍ବିଧାନ, ଜାତୀୟ ପତାକା ଓ ଜାତୀୟ ସଙ୍ଗୀତ ଆମ ଜାତୀୟ ସଂହତିର ନିଦର୍ଶନ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମୟୂରଭଞ୍ଜ ଜିଲାର ସଦର ମହକୁମା ବାରିପଦା ପୁଲିସ ପଡ଼ିଆଠାରେ ଆୟୋଜିତ ୬୯ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ । ଏଥି ସହିତ ସାଧାରଣତନ୍ତ୍ର ଦିବସ ହେଉଛି ସ୍ୱାଭିମାନ, ଜାଗରଣ ଓ ବଳିଦାନର ଦିବସ । ମାତୃଭୂମିର ସେବା ପାଇଁ ନିଜର ସଂକୀର୍ଣ୍ଣ ସ୍ୱାର୍ଥକୁ କିପରି ବଳି ଦେବାକୁ ହୁଏ, ତାହା ଶିକ୍ଷାଲାଭ କରିବା ଜରୁରୀ । ତେଣୁ ଯିଏ ଯେଉଁଠାରେ ଯେଉଁ କର୍ମ କରୁଥାନ୍ତୁ ନା କାହିଁକି ନିଜର କାର୍ଯ୍ୟ ଦେଶ ନିର୍ମାଣରେ କିପରି ସହାୟକ ହୋଇପାରିବ ସେଥି ନିମନ୍ତେ ନିଷ୍ଠା  ଓ ତ୍ୟାଗ ଭାବନା ସହିତ ଦାୟିତ୍ୱ ସମ୍ପାଦନ କଲେ ସାଧାରଣତନ୍ତ୍ର ଦିବସ ପାଳନ ସାର୍ଥକ ହୋଇପାରିବ । ଏଥି ନିମନ୍ତେ ସମସ୍ତ ନାଗରିକ ଏକତାର ସହିତ ସଂକଳ୍ପ ନେଇ ଦେଶ ତଥା ରାଜ୍ୟ ନିର୍ମାଣକୁ ତ୍ୱରାନ୍ୱିତ କରାଇବା ନିମନ୍ତେ ମନ୍ତ୍ରୀ ଶ୍ରୀପାତ୍ର ଆହ୍ୱାନ ଦେବା ସଂଗେସଂଗେ ୧୯୧୭ ମଇରେ ମୟୂରଭଞ୍ଜ ଜିଲାର ବାମନଘାଟୀଠାରେ ଆଦିବାସୀ ଓ ସାନ୍ତାଳମାନଙ୍କ ବିଦ୍ରୋହ ଏବଂ ପରବର୍ତ୍ତି ସମୟରେ ମିଲିଟାରୀ ସୈନ୍ୟମାନଙ୍କ ଆକ୍ରମଣରେ ବହୁ ଆଦିବାସୀଙ୍କ ପ୍ରାଣହାନୀ, ୧୯୩୮ ପ୍ରଜା ଆନେ୍ଦାଳନ ଆଦିକୁ ସ୍ମରଣ କରାଇବା ସଂଗେସଂଗେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି, ବିକାଶ, ପ୍ରଗତି ଆଦି ନିମନ୍ତେ କାର୍ଯ୍ୟକାରୀ କରାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଆଦି ଉପରେ ଆଲୋକପାତ କରାଇଥିଲେ । ଏଥି ସହିତ ଭାରତକୁ ସ୍ୱାଧୀନତାର ସ୍ୱାଦ ଚଖାଇବା ନିମନ୍ତେ ଗାନ୍ଧୀ, ନେତାଜୀ, ପଣ୍ଡିତ ନେହେରୁ, ମୌଲାନା ଆଜାଦ, ଆମ୍ବେଦକର, ମହତାବ, ଶହୀଦ ଲକ୍ଷବଚ୍ଚ ନାୟକ, ବିର୍ସାମୁଣ୍ଡା, ଜୟୀରାଜଗୁରୁ, ବିଜୁ ପଟ୍ଟନାୟକ, ବୀର ସୁରେନ୍ଦ୍ର ସାଏ, ଚାଖିଖୁଣ୍ଟିଆ ଆଦି ସଂଗ୍ରାମୀ ବୀର, ମହାପୁରୁଷମାନଙ୍କ ଆତ୍ମବଳୀଦାନ, ତ୍ୟାଗ ସାଲିସବିହୀନ ସଂଗ୍ରାମ ଆଦିକୁ ସ୍ମରଣ କରାଇବା ସଂଗେସଂଗେ ସ୍ୱାଧୀନତା ପ୍ରାପ୍ତିପରେ ଓଡ଼ିଶା ଓ ଭାରତବର୍ଷ ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ସଫଳତା ଉପରେ ଆଲୋକପାତ କରାଇଥିଲେ ।

              ମୟୂରଭଞ୍ଜ ଜିଲାର ସଦରମହକୁମା ବାରିପଦା ସହରର ପୁଲିସ ପଡ଼ିଆ ପରିସରରେ ଆୟୋଜିତ ୬୯ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ସକାଳ ସାଢେ଼ ୮ଟାରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ ପରିଥିଲେ । ଏହାପରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲାବାସୀଙ୍କୁ ଉଦବୋଦନ ଦେଇଥିଲେ । ଏହାପରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ  ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଶେଷରେ ମନ୍ତ୍ରୀ ବିଭିନ୍ନ ସ୍ତରରେ ଜିଲାରୁ କୃତ୍ତତ୍ୱ ଅର୍ଜନ କରିଥିବା ଛାତ୍ର ଓ ବ୍ୟକ୍ତିମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ସମୟରେ ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ରକୁମାର  ମୀନା, ଜିଲା ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ସିଂ ପ୍ରମୁଖଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ପଦାଧିକାରୀ, ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ ।

 

0
0
0
s2sdefault